ଅସ୍ବାସ୍ଥ୍ୟକର ପରିବେଶରେ ପୌରପାଳିକା ମାର୍କେଟ, ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର କେନ୍ଦ୍ରସ୍ଥଳ ଗାନ୍ଧୀଛକ ନିକଟରେ ଥିବା ପୌରପାଳିକା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି। ମାର୍କେଟ ମଧ୍ୟରେ ଏବଂ ଡ୍ରେନ୍‌ ଗୁଡ଼ିକରେ କୁଢ଼କୁଢ଼ ଅଳିଆ ଜମା ହୋଇ ରହୁଛି। ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଫଳରେ ମଶା, ମାଛି, ଡେଙ୍ଗୁ, ଡାଇରିଆ ଭଳି ମହାମାରୀ ବ୍ୟାପିବା ସମ୍ଭାବନା ରହିଛି। ଏଥି ସହ ଏଠାରେ ଥିବା ପ୍ରାୟ ସମସ୍ତ ଦୋକାନ ଘର ଭାଙ୍ଗି ରୁଜି କଲାଣି। ମାର୍କେଟ ପରିସରରେ ଥିବା ମାଛ ଓ ମାଂସ ଦୋକାନଗୁଡ଼ିକର ଅବସ୍ଥା ମଧ୍ୟ ସମାନ। ବ୍ୟବସାୟୀମାନେ ପେଟପାଟଣା ପାଇଁ ବାଧ୍ୟ ହୋଇ ଏଭଳି ପରିବେଶରେ ବ୍ୟବସାୟ କରୁଥିବା ବ୍ୟବସାୟୀ ଅନିଲ ଶଙ୍କର କହିଛନ୍ତି।

ପୂର୍ବରୁ ପୌରପାଳିକା ପକ୍ଷରୁ ଶପିଂ ମଲ ନିର୍ମାଣର ଯୋଜନା କରାଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥିସହ ଅସ୍ଥାୟୀ ଭାବରେ ବନବାସୀ ରାସ୍ତା କଡ଼ରେ ବସି ସେମାନଙ୍କ ସଂଗୃହୀତ ଓ ଉପତ୍ାଦିତ ଫଳମୂଳ, ପନିପରିବା ବିକ୍ରି କରୁଛନ୍ତି। ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କଲେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୭ କୋଟି ଟଙ୍କା ବ୍ୟୟରେ ଗୋଟିଏ ପୋଖରୀର ସୌନ୍ଦର୍ଯ୍ୟକରଣ କରାଯାଉଛି। ଉଦ୍ୟାନ, ଅଡିଟୋରିୟମ, ଖେଳପଡ଼ିଆ ଆଦିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ବ୍ୟବସାୟୀ ଅସ୍ବାସ୍ଥ୍ୟକର ପରିବେଶ, ଭଙ୍ଗା ଘରେ ବ୍ୟବସାୟ କରୁଛନ୍ତି। ଏହି ସ୍ଥାନର ବିକାଶ କରି ପ୍ରସ୍ତାବିତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉ ନାହିଁ। ଏହା ପଛରେ ପ୍ରଶାସନର କ’ଣ ଆଭିମୁଖ୍ୟ ରହିଛି ଠିକ୍‌ ଜଣାପଡୁନାହିଁ ବୋଲି ମାଧପୁର ବାସିନ୍ଦା ପ୍ରଦୀପ ମହାନ୍ତି କହିଛନ୍ତି। ଢାଙ୍ଗରପଡ଼ାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମାଛ ଓ ମାଂସ ବିକ୍ରି ପାଇଁ ନୂତନ ଘର ନିର୍ମାଣ ହୋଇଛି। ଘର କାମରେ ଲାଗୁ ନ ଥିବାରୁ ଭୂତକୋଠିରେ ପରିଣତ ହେବାକୁ ବସିଛି ା ସେହି ଖଚ୍ଚର୍ର୍ରେ ଏହି ସ୍ଥାନର ଉନ୍ନତୀକରଣ କରି ଭଲ ମାର୍କେଟ କମ୍ପ୍ଲେକ୍ସ ପ୍ରସ୍ତୁତ କରାଯାଇପାରିଥାନ୍ତା ବୋଲି ଆଇନଜୀବୀ ଭରତ ଦାସ କହିଛନ୍ତି। ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ କହିଛନ୍ତି ଯେ, ଏହି ସ୍ଥାନଟି ଅପନ୍ତରା ଓ ଅସୁରକ୍ଷିତ ହୋଇ ରହିଛି। ଏହାର ଉନ୍ନତୀକରଣ କରିବା ନେଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ଘୁମୁସର ବନଖଣ୍ଡରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ: ରାସ୍ତାକଡ଼ରେ ଭକ୍ତିମୟ ପରିବେଶ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

ଗଞ୍ଜାମ ଶତ୍ରୁଷୋଲରେ ଟପ୍ପର ହେଲେ ପ୍ରତୀକ୍ଷା ପଲାଇ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଶତ୍ରୁଷୋଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରି ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri