ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା କରି ଫିଙ୍ଗିଦେଲ

ବଲାଙ୍ଗୀର ଅଫିସ,୨୫।୯: ବଲାଙ୍ଗୀର ମ୍ୟୁନିସିପାଲଟି ମହିଳା କର୍ମଚାରୀ ଅଷ୍ଟମୀ ବକୁଳ(୩୦)ଙ୍କ ବୀଭତ୍ସ ମୃତଦେହ ରବିବାର ବିଜାଖମନ ଆବର୍ଜନା ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି। ଅଷ୍ଟମୀଙ୍କ ଦେହରେ କ୍ଷତଚିହ୍ନ ରହିଥିବାରୁ ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ଅଷ୍ଟମୀ ବଲାଙ୍ଗୀର ମ୍ୟୁନିସିପାଲଟି ପକ୍ଷରୁ ଘରକୁ ଘର ଯାଇ ଆବର୍ଜନା ସଫା କରୁଥିବା ଗାଡ଼ି ଚଳାଉଥିଲେ । ଏହି ଘଟଣା ଜଣାପଡ଼ିବା ପରେ ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଷ୍ଟମୀଙ୍କ ହତ୍ୟା କିଏ ଓ କାହିଁକି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଖବରପାଇ ମ୍ୟୁନିସିପାଲଟି ସଫେଇ କର୍ମଚାରୀ, ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ ଓ ଟାଉନ ଥାନା ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି। ବଲାଙ୍ଗୀର ସହରରେ ପ୍ରାୟ ପ୍ରତିଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଶୁକ୍ରବାର ରାତିରେ ରାଜୀବ ନଗର ଠାରେ ରିଜର୍ଭ ପୋଲିସ ବାରାକ ପଛ ପଟେ ଦୁଇ ଜଣ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୁକୁଟ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ବାହାରେ...

ଗ୍ୟାସ୍‌ ଲିକ୍‌ ହୋଇ ନିଆଁରେ ପୋଡିଗଲେ ଖୁଡି, ଝିଆରୀ

ଲୋଇସିଂହା,୧୧।୧: ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଯିବାରେ ବଲାଙ୍ଗୀର ଜିଲା ଲୋଇସିଂହା ଜଡାମୁଣ୍ଡା ବସ୍ତିର ଜଣେ ମହିଳା ଓ ତାଙ୍କ...

ଅନିଶ୍ଚିତତାରେ ଚନ୍ଦନେଶ୍ୱର ଜୀଉଙ୍କ ଚଡ଼କମେଳା

ଭୋଗରାଇ,୨୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଚଳିତବର୍ଷ ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।...

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି।...

‘ସହରବାସୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ’

କେନ୍ଦୁଝର,୧୮ା୩ (ସ୍ବ.ପ୍ର.) କେନ୍ଦୁଝରଗଡ ପାୈରପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ପୌରାଞ୍ଚଳର ସାମୂହିକ ବିକାଶ ପାଇଁ ଭାଜପା ପକ୍ଷରୁ ବିଂଶସୂତ୍ରୀ ଘୋଷଣାନାମା ଗୁରୁବାର ଜାରି କରାଯାଇଛି। ଜିଲା ଭାଜପା...

ଉପକୂଳ ଅଞ୍ଚଳରେ ସୁରକ୍ଷା ଢିଲା : ବିପଦକୁ ଆମନ୍ତ୍ରଣ କରୁଛି ମେରାଇନ୍‌ ପୋଲିସରେ ଅବ୍ୟବସ୍ଥା

ଭୁବନେଶ୍ୱର,୬।୯ : କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ହଟାଇବା ପରେ ବିଶେଷଭାବେ ପ୍ରତିକ୍ରୀୟାଶୀଳ ହୋଇ ଉଠିଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ। ପାକିସ୍ତାନ...

ମାଡିଆସୁଛି ଘୂର୍ଣ୍ଣିଝଡ଼: ୧୧ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୨।୪: କାଳବୈଶାଖୀ ଜନିତ ବର୍ଷାରେ ରାଜ୍ୟବାସୀ ଅସହ୍ୟ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ ଆଭ୍ୟନ୍ତର, ଦକ୍ଷିଣ ଓ ଉପକୂଳର...

ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଭଦ୍ରକ ଅଫିସ,୧୪।୪: ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ। ଭଦ୍ରକ ବ୍ଲକ ବେରହମପୁର ପଞ୍ଚାୟତର ସ୍କୁଲ ଘରେ ଚାଲିଥିବା...

Advertisement
Archives

Model This Week