ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଅନେକ ଦିନ ପରେ ଅକ୍ଷୟ-କାଟ୍ରିନାଙ୍କ ଏହି ଫିଲ୍ମ ରିଲିଜ୍‌ ହୋଇଥିବାରୁ ଦର୍ଶକ ଉତ୍ସାହିତ ଅଛନ୍ତି। ତାଙ୍କ ଦୁଇ ଜଣଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି।

ଏହି ଫିଲ୍ମରେ ଦମଦାର ଆକ୍ସନ ସହ କମେଡିର ତଡକା ଜୋରଦାର ରହିଛି । ଦେଶର ତିନି ହଜାରରୁ ଅଧିକ ଓ ବିଦେଶରେ ୧୩୦୦ ସ୍କିିନରେ ରିଲିଜ୍‌ ହୋଇଛି ଏହି ଫିଲ୍ମ । ଅନେକ ଜାଗାରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ରେ ପ୍ରବଳ ଭିଡ ମଧ୍ୟ ଲାଗି ରହିଛି ।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍‌ ଶେଟ୍ଟୀ । ତେବେ ଏହାର ଗୀତ ରିଲିଜ ହେବା ପରେ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ।

Share