ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେଶ୍ୟାମ’

ଅପେକ୍ଷାର ହେଲା ଅନ୍ତ। ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭୀନିତ ଫିଲ୍ମ ‘ରାଧେଶ୍ୟାମ’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଅନେକ ଦିନରୁ ଦର୍ଶକ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରି ରହିଥିଲେ। ତେବେ ଫିଲ୍ମଟି ଏକାକାଳୀନ ହିନ୍ଦୀ, ମାଲାୟାଲାମ, କାନ୍ନାଡା ଭାଷାରେ ରିଲିଜ୍‌ ହେବ। ରାଧା କୃଷ୍ଣ କୁମାର ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ସଚିନ ଖେଡେକର, ସାଥୀରାଜ, ପ୍ରିୟଦର୍ଶୀ ପୁଲିକୋଣ୍ଡା, ଭାଗାଶ୍ରୀ, ମୁର୍ଲି ଶର୍ମା, କୁନାଲ ରୟ କପୁର, ରିଦ୍ଧି କୁମାର, ଶଶା ଚେତ୍ରି ଏବଂ ସାଥିନ ମଧ୍ୟ ଅଭିନୟ କରିଛନ୍ତି।

Share