ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’

ମୁମ୍ବାଇ: କବୀର ଖାନଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛିି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା କର ରହିଛନ୍ତି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଲର୍ଡସରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିଲା। ତେବେ କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରତର ଐତିହାସିକ ବିଜୟ ଉପରେ ଆଧାରିତ। ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ରିଲିଜ୍‌ ହେବ।

ଏହି ଫିଲ୍ମରେ ଅଭିନେତା ପଙ୍କଜ ତ୍ରିପାଠୀ, ତାହିର ରାଜ ଭାସିନ, ଜୀଭା, ସାକିବ ସଲିମ, ଜଟିନ ସରନା, ଚିରାଗ ପାଟିଲ, ଡିଙ୍କର୍‌ ଶର୍ମା, ନିଶାନ୍ତ ଡାହିଆ, ହାର୍ଦ୍ଦି ସାନ୍ଧୁ, ସାହିଲ ଖଟ୍ଟର, ଆଦିନାଥ କୋଥାରେ ଏବଂ ଆର ବଦ୍ରି ପ୍ରମୁଖ ଅଭିନୟ କରିଛନ୍ତି।

 

Share