Categories: ଜାତୀୟ

ଚଳନ୍ତା କାର୍‌ରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଲକ୍ଷ୍ନୌ,୧୯ା୮: ଉତ୍ତରପ୍ରଦେଶର ବାରାଣସୀରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଥିବା ଦୃଶ୍ୟର ଭିଡିଓ ଭାଇରାଲ ହେଉଛି। ବୁଧବାର ବିଳମ୍ବିତ ରାତିରେ ଲଙ୍କା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। କାର୍‌ର ଆଗ ବନେଟ୍‌ ତଳେ ଥିବା ଇଞ୍ଜିନ୍‌ ଶଟ୍‌ସର୍କିଟ ହେବାରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି କାର୍‌ରେ ବସିଥିବା ଲୋକେ ଏବଂ ଡ୍ରାଇଭର କୌଣସି ପ୍ରକାରରେ ଜୀବନ ବଞ୍ଚାଇ ଦେଇଛନ୍ତି।

ନିଆଁ ଲାଗିବା ଦେଖିବା ପରେ ଲୋକେ ପାଇପ୍‌ ଯୋଗେ ପାଣି ଢାଳି ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ବହୁତ ସମୟ ପାଣି ସିଞ୍ଚିବା ପରେ ନିଆଁ ଆୟତ୍ତକୁ ଆସିଥିଲା।

Share