ଆନ୍ଦୋଳନକୁ ସମର୍ଥନ ମିଳୁଛି, ଜନ ଅସନ୍ତୋଷ ବଢ଼ୁଛି

କେନ୍ଦ୍ରାପଡ଼ା ଅଫିସ, ୧।୨: ଖଡିଅଙ୍ଗସ୍ଥିତ ପୁରୁଣା କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅପନ୍ତରା ହୋଇଛି। ଅପରପାର୍ଶ୍ୱରେ ଏହି ସ୍ଥାନରେ ସିଟି ହସ୍ପିଟାଲ ସ୍ଥାପନ ଦାବି ସହରବାସୀଙ୍କ ଜିଦ୍‌ରେ ପରିଣତ ହୋଇଛି। ପ୍ରତି ୱାର୍ଡରୁ ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୪ ତାରିଖରୁ ଚାଲିଥିବା ଗଣ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଶାସକ ଦଳ ଓ ପ୍ରଶାସକ ଏ ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ସହର ମଧ୍ୟରେ ଏ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମଙ୍ଗଳବାର ଗଣଆନ୍ଦୋଳନରେ ବିଭିନ୍ନ ୱାର୍ଡରୁ ମହିଳାମାନେ ଯୋଗଦେଇ ସିଟି ହସ୍ପିଟାଲ ଦାବିକୁ ଦୋହରାଇଛନ୍ତି। ଏପରି କି ପ୍ରଶାସନର ବିଳମ୍ବିତ ପଦକ୍ଷେପ ଏକ ଅଶାନ୍ତ ପରିବେଶ ସୃଷ୍ଟି କରିପାରେ ବୋଲି ଆଶଙ୍କା ଉପୁଜିଛି।
ଏ ସମ୍ପର୍କରେ କାଉନ୍‌ସିଲର ରଶ୍ମିତା ସିଂହ, ପୂର୍ବତନ କାଉନ୍‌ସିଲର ଜୟରାମ ବେହେରା, ହିଫଜୁର ରହେମାନ, ନୃସିଂହ ପ୍ରସାଦ ପତ୍ରୀ, ମିନତି ବେହେରା ପ୍ରମୁଖ କହିଛନ୍ତି, ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଖଡିଅଙ୍ଗଠାରେ ଦୀର୍ଘବର୍ଷ ଧରି ଚାଲି ଆସିଥିଲା। ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶାମଗୁଡିଆଠାରେ ମାତୃ ଶିଶୁ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଯୋଜନା ସହ ଅର୍ଥ ମଞ୍ଜୁର ହୋଇଥିଲା। ଏହି ନୂତନ ସ୍ବାସ୍ଥ୍ୟକେନ୍ଦ୍ର ଗୃହକୁ ଅଦ୍ୟାବଧି ପୁରୁଣା ଚିକିତ୍ସାଳୟରୁ ବ୍ଲଡ ବ୍ୟାଙ୍କ ଓ ପ୍ରସୂତି ବିଭାଗ ସ୍ଥାନାନ୍ତର ହୋଇ ନ ଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ଉଠାଇ ନିଆଯାଇଛି। ସହରାଞ୍ଚଳବାସୀଙ୍କ ଦାବି ମୁତାବକ ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ସ୍ଥାପନ ପାଇଁ ଦାବି ହୋଇଛି। ପୁରୁଣା ଚିକିତ୍ସାଳୟ ଓ ଦୁହୁରିଆ ନିକଟରେ ପ୍ରାଥମିକ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଆବଶ୍ୟକ କର୍ମଚାରୀ, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ସହରବାସୀଙ୍କ ସ୍ବାସ୍ଥ୍ୟସେବା ଏକ ପ୍ରହସନ ପାଲଟିଛି। ଭିତ୍ତିଭୂମି ଉପରେ ଥିବା ୱାର୍ଡଗୁଡିକ ବ୍ୟବହାର ହେଉ ନ ଥିବାରୁ ଏହାର ଜଗା ରଖା କରାଯାଉନାହିଁ। ଫଳରେ ଧୂଳି ଆସ୍ତରଣ ସହ ସ୍ଥାନଟି ଅଳିଆ ଗଦାରେ ପରିଣତ ହେଉଛି। ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ସ୍ଥାପନା ହେଲେ ସହର ଓ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ସ୍ବାସ୍ଥ୍ୟସେବା ପାଇପାରିବେ। ଶାମଗୁଡିଆକୁ ସ୍ଥାନାନ୍ତର ମୁଖ୍ୟ ଚିକିତ୍ସାଳୟର ଦୂରତା ସହରର ଗୋଟିଏ ମୁଣ୍ଡରୁ ପ୍ରାୟ ୧୦କିଲୋମିଟର ରହୁଛି। ଲକ୍ଷାଧିକ ଲୋକଙ୍କ ପାଇଁ ସିଟି ହସ୍ପିଟାଲ ନିର୍ମାଣ ଏବେ ଆବଶ୍ୟକତା ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସମ୍ମତି ପ୍ରକାଶ ନ ପାଇଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ କହିଛନ୍ତି। ଅପରପକ୍ଷରେ ଗତ ୧୭ ତାରିଖରେ କେନ୍ଦ୍ରାପଡ଼ା ବନ୍ଦ ଓ ଗତ ୨୪ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ସମ୍ପର୍କରେ ଶାସକ ଦଳ ଓ ପ୍ରଶାସକ ନୀରବଦ୍ରଷ୍ଟା ରହିବା ନେଇ ଏବେ ଆଲୋଚନା ଜୋର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri