Categories: ଫୁରସତ

ମା’ଙ୍କୁ କାମୁଡ଼ିଲା ସାପ, ପାଟିରେ ବିଷ ଟାଣିଲେ ଝିଅ

ଆପଣ ଫିଲ୍ମରେ ନିଶ୍ଚିତ ଦେଖିଥିବେ ଜଣଙ୍କୁ ସାପ କାମୁଡ଼ିଲେ ଆଉ ଜଣେ ପାଟିରେ ବିଷ ଟାଣିଥାନ୍ତି। ମାତ୍ର ବାସ୍ତବ ଜୀବନରେ ମଧ୍ୟ ସେମିତି ଘଟିଛି। ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କ ଝିଅ ପାଟିରେ ବିଷ ଟାଣି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀଙ୍କ ନାମ ଶ୍ରମ୍ୟା ରାୟ। ସାପଟି ତାଙ୍କ ମା’ଙ୍କ ଗୋଡକୁ କାମୁଡ଼ି ଦେଇଥିଲା। ଏହି ଘଟଣା କର୍ନାଟକର ଡାକସିନା କନ୍ନଡ଼ ଜିଲାର ପୁତୁରରୁ ଆସିଛି। ଶ୍ରୀରାମ ପୁତୁରର ବିବେକାନନ୍ଦ ଡିଗ୍ରୀ କଲେଜର ଛାତ୍ରୀ ଶ୍ରମ୍ୟା ତାଙ୍କ ମା’ ମମତା ରାୟ ପୁତୁରର କିୟୁର ପଞ୍ଚାୟତ ସଦସ୍ୟ ଅଟନ୍ତି।

ମମତା ଫାର୍ମରେ ଓ୍ବାଟର ପମ୍ପ୍‌ ସୁଇଚ ଅନ୍‌ କରିବାକୁ ଯାଇଥିଲେ। ସେ କ୍ଷେତରୁ ଫେରୁଥିବାବେଳେ ହଠାତ୍‌ ତାଙ୍କ ପାଦ ଏକ ବିଷାକ୍ତ ସାପ ଉପରେ ପଡ଼ିଯାଇଥିଲା। ଫଳରେ ସାପଟି ତାଙ୍କ ଗୋଡ଼ରେ କାମୁଡ଼ି ଦେଇଥିଲା। ଏକ ବିଷାକ୍ତ ସାପ ଗୋଡ଼କୁ କାମୁଡ଼ି ଦେବା ଜାଣି ଶୁଖିଲା ଘାସରେ ଗୋଡ଼କୁ ବାନ୍ଧି ଦେଇଥିଲେ। ଫଳରେ ସାପର ବିଷ ଶରୀର ଅନ୍ୟ ଅଂଶରେ ପ୍ରବେଶ କରିପାରିବ ନାହିଁ। ମମତା ଘରେ ପହଞ୍ଚିବା ପରେ ଶ୍ରମ୍ୟା ହୃଦୟଙ୍ଗମ କଲେ ଯେ, ଯେଉଁ ଘାସରେ ତାଙ୍କ ମା’ ଗୋଡ଼ ବାନ୍ଧିଛନ୍ତି, ତାହା ଶରୀରକୁ ବ୍ୟାପିବାରେ ରୋକିବ ନାହିଁ ।

ମା’ଙ୍କ ଜୀବନ ବଞ୍ଚାଇବା ପାଇଁ ଶ୍ରମ୍ୟା ଡାକ୍ତରଖାନା ନେବା ପୂର୍ବରୁ ତୁରନ୍ତ ମା’ଙ୍କଗୋଡ଼ରୁ ବିଷ ଟାଣିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର କହିଥିଲେ ଶ୍ରମ୍ୟା ଠିକ୍‌ ସାହସ କରିଛନ୍ତି। ଫଳରେ ତାଙ୍କ ମା’ଙ୍କ ଜୀବନ ରକ୍ଷା ହୋଇପାରିଛି।

ଶ୍ରମ୍ୟା ମଧ୍ୟ ତାଙ୍କ କଲେଜରେ ଜଣେ ସ୍କାଉଟ ଏବଂ ଗାଇଡ ରେଞ୍ଜର। ଏହି ଉପାୟରେ ତାଙ୍କ ମା’ଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି। ଶ୍ରମ୍ୟା କହିଛନ୍ତି, ଏହି କୌଶଳ ବିଷୟରେ ପଢ଼ିଛନ୍ତି। ଯାହା ଦ୍ୱାରା ବିଷ ପାଟିକୁ ଯିବ ନାହିଁ ମାତ୍ର ଲୋକର ଜୀବନ ବଞ୍ଚିବ।

ଗରିବ ଏବଂ ସ୍ବଳ୍ପ ଆୟକାରୀ ଦେଶମାନଙ୍କରେ ସାପ କାମୁଡ଼ାରୁ ମୃତ୍ୟୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ସାପ କାମୁଡ଼ିବା ହେତୁ ମୋଟ୍‌ ୭୮,୬୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ସେଥିମଧ୍ୟରୁ କେବଳ ଭାରତରେ ସାପ କାମୁଡ଼ିବା କାରଣରୁ ୬୪, ୧୦୦ଲୋକ ମୃତ୍ୟୁବରଣ କରୁଛନ୍ତି।

ସ୍ବାସ୍ଥ୍ୟ ଅବସ୍ଥା ଭଲ ହେବା ପରେ ମମତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ମମତାଙ୍କୁ ଗୋଟିଏ ଦିନ ଡାକ୍ତରଖାନାରେ ରଖାଯାଇଥିଲା। ମମତାଙ୍କୁ କାମୁଡ଼ୁଥିବା ସାପଟି ମାଲାବାର ପିଟ୍‌ ଓ୍ବାଇପର ପ୍ରଜାତିର।

Share