Categories: ଫୁରସତ

ମଣିଷ ଛୁଆର ମା’ ସାଜିଛି କୁକୁର, ଏପରି କରୁଛି ସ୍ନେହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ମା’ କୁକୁର ତାର ଛୁଆକୁ ନୁହେଁ ବଂର ମଣିଷ ଛୁଆକୁ ଦୋଳିରେ ଝୁଲାଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ପୁଣି ପ୍ରମାଣ କରିଦେଇଛି ମା’ ପାଇଁ ତାର ସମସ୍ତ ସନ୍ତାନ ସମାନ ସିଏ, ମଣିଷ ବା ଆଉ କିଏ। ସେ ତାର ସ୍ନେହକୁ ସମସ୍ତଙ୍କୁ ଖୁସିରେ ବାଣ୍ଟିପାରିବ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

 

Share