Posted inଫୁରସତ

ବୁଲା ଜୀବଜନ୍ତୁଙ୍କ ମା’ ପୁଷ୍ପଲତା

ବୁଲା କୁକୁରଙ୍କଠାରୁ ଆରମ୍ଭକରି ମାଙ୍କଡ଼ଙ୍କ ପର୍ଯ୍ୟନ୍ତ ତାଙ୍କ ଆସିବାକୁ ଅପେକ୍ଷା କରିଥାନ୍ତି। କେତେବେଳେ ଆସିବେ ଓ ସେମାନଙ୍କୁ ଖାଇବାକୁ ଦେବେ। ବାହାରେ ବୁଲୁଥିବା ଜୀବଜନ୍ତୁଙ୍କୁ ପ୍ରତିଦିନ କିଛି ନା କିଛି ଖାଦ୍ୟ ଖାଇବାକୁ ଦେବାରେ ଆନନ୍ଦ ପାଉଥିବା ଏହି ମହିଳା ହେଲେ ପୁଷ୍ପଲତା ମହାପାତ୍ର। ସେ କୁହନ୍ତି, ମୋ ବାପଘର କଟକ ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ରଜିବ ଗାଁରେ, ମାତ୍ର ଶାଶୁଘର କଳାପଥର ତଳସାହିରେ। କିନ୍ତୁ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ତୁଲାଉଛି। ପିଲାଦିନେ କାଉ, ବଣି ଓ ଗୋରୁଙ୍କୁ କିଛି କିଛି ଖାଦ୍ୟ ଦେଉଥିଲି। ଥରେ ଶାଶୁଘର ଛାତ ଉପରକୁ ଯାଇ ଦେଖିଲି ଗୋଟିଏ ମାଙ୍କଡ଼ ଚୁପ୍‌ଚାପ୍‌ ବସି ମୋ ଆଡ଼କୁ ବଲବଲ ହୋଇ ଅନାଉଥାଏ। ପ୍ରଥମେ ଟିକେ ଡର ଲାଗୁଥିଲା, ମାତ୍ର ତା’ପରେ ମନରେ ସାହସବାନ୍ଧି ଘରୁ ଗୋଟିଏ କଦଳୀ ଆଣି ସେଠାରେ ସେହି ମାଙ୍କଡ଼କୁ ଦେଇଥିଲି ।

ଏହା ପରଠାରୁ ଆଉ କେତୋଟି ମାଙ୍କଡ଼ ଆସିଲେ ତା’ପରଦିନ ଅଧିକ କିଛି ଫଳ ଆଣି ମାଙ୍କଡ଼ମାନଙ୍କୁ ଦେଇଥିଲି। ଏମିତି କିଛିଦିନ ଫଳ ଓ ବିସ୍କୁଟ ମାଙ୍କଡ଼ଙ୍କୁ ଦେବା ମୋର ନିତିଦିନିଆ ଅଭ୍ୟାସ ହୋଇଗଲା। ଏଥିଯୋଗୁ ମାଙ୍କଡ଼ଙ୍କୁ ଦେଖିଲେ ମତେ ଆଉ ଭୟ ଲାଗିଲା ନାହିଁ। ସେମାନଙ୍କୁ ଡାକିଲାମାତ୍ରେ ସେମାନେ ପାଖକୁ ଆସନ୍ତି। ଧୀରେ ଧୀରେ ସେମାନଙ୍କୁ ନିଜର କରିବାରେ ସିଦ୍ଧହସ୍ତ ହୋଇଗଲି। ଏପରି କି ଘରୁ ଯେତେବେଳେ ବିଦ୍ୟାଳୟକୁ ଯାଇଥାଏ ମୋ ବ୍ୟାଗରେ କିଛି ବିସ୍କୁଟ ଓ କେତୋଟି ପିଜୁଳି ରଖିତ୍ଥାଏ। ତାହାକୁ ଯିବାଆସିବା ବାଟରେ ଯଦି ମାଙ୍କଡ଼ ତଥା ଅନ୍ୟ କୌଣସି ଜୀବଜନ୍ତଙ୍କୁ ଦେଖେ ସେଠାରେ ତାଙ୍କୁ ଖାଇବାକୁ ଦେଇଥାଏ। ଏବେ ପ୍ରତିଦିନ ଘର ଛାତକୁ ବହୁ ସଂଖ୍ୟାରେ ମାଙ୍କଡ଼ ଆସୁଛନ୍ତି। ସେମାନଙ୍କୁ ରାମୁ ନାମରେ ଡାକିଲେ ଯିଏ ଯେଉଁଠି ଥାନ୍ତି ଦୌଡ଼ି ଆସି ପାଖରେ ପହଞ୍ଚି ଯାଆନ୍ତି। ଏ ଦୃଶ୍ୟ ଦେଖିବା ପାଇଁ ଦେଖଣାହାରୀଙ୍କର ବେଶ୍‌ ଭିଡ଼ ଜମେ । ସେମାନେ ମୋ ପାଖରେ ବସନ୍ତି, ଖେଳନ୍ତି, ହାତରୁ ବାଦାମ, କଦଳୀ, ବିସ୍କୁଟ, ଚଣା ଆଦି ଖାଦ୍ୟନେଇ ଖାଆନ୍ତି। ଏମାନେ ଜଙ୍ଗଲୀ ଜୀବଜନ୍ତୁ ହେଲେ ମଧ୍ୟ ଗୋଟିଏ ପରିବାର ପରି ଚଳନ୍ତି। କେବଳ ମାଙ୍କଡ଼ କାହିଁକି ପାରା ଓ କାଉ ଆଦି ବିଭିନ୍ନ ପକ୍ଷୀଙ୍କୁ ପ୍ରତିଦିନ ସକାଳୁ ସକାଳୁ ଖୁଦ, ସୋରିଷ, ଗହମ ଆଦି ଖାଦ୍ୟଶସ୍ୟ ଖାଇବାକୁ ଦେଇଥାଏ। ଏମାନଙ୍କ ସହିତ କିଛି ସମୟ ବିତାଇଲେ ମନଟା ଖୁବ୍‌ ଭଲ ଲାଗେ। ଏମାନଙ୍କ ପ୍ରତି ଆତ୍ମୀୟତା ବଢ଼ିଯାଇଛି। ସେଥିପାଇଁ କଦଳୀ, ବାଦାମ କିଣିଆଣି ରଖିଥାଏ। ଏବେ ପ୍ରତିଦିନ ସକାଳେ ଓ ଅପରାହ୍ନରେ ପ୍ରାୟ ୩୦ରୁ ୫୦ସଂଖ୍ୟାରେ ମାଙ୍କଡ଼ ଆସୁଛନ୍ତି। ଏମିତିରେ ପ୍ରାୟ ୪ ବର୍ଷ ବିତିଗଲାଣି। ଜୀବଜନ୍ତୁଙ୍କ ପେଟକଥା ବୁଝିବା ବ୍ୟତିତ ଅନେକ ସମୟରେ ମୁଁ ଭଜନଜଣାଣ ମଧ୍ୟ ଗାଇଥାଏ। ଘରର ସମସ୍ତ କାମ ସାରି ବିଶ୍ରାମ ନେବା ପୂର୍ବରୁ ଲେଖାଲେଖି ବି କରେ। ଏମିତିରେ ଭକ୍ତିପୁଷ୍ପାଞ୍ଜଳି ନାମରେ ଏକପୁସ୍ତକ ପ୍ରକାଶିତ ହୋଇସାରିଛି। ସାହିତ୍ୟ ଓ ଜୀବଜନ୍ତୁଙ୍କ ସେବା ଯୋଗୁ କେତେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ଏହି କାର୍ଯ୍ୟରେ ମୋ ପରିବାରର ସହଯୋଗ ମୋତେ ଉତ୍ସାହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri