Posted inଫୁରସତ

ମା’ଙ୍କ ଗୋଟିଏ ଛୋଟ ଭୁଲ୍‌ ଯୋଗୁ, ପୁଅର ୩୦୦୦ କୋଟି ଟଙ୍କା କ୍ଷତି

ସାଧାରଣତଃ ମା’ବାପା ନିଜ ସନ୍ତାନର ସର୍ବଦା ଉନ୍ନତି ଚାହାନ୍ତି। ପୁଅ ହେଉ କିମ୍ବା ଝିଅ, ଉଚ୍ଚ ସୋପାନରେ ପହଞ୍ଚତ୍ଲେ ସେମାନେ ଖୁସି ହୁଅନ୍ତି। କିନ୍ତୁ ନିକଟରେ ଜଣେ ମା’ ଗୋଟିଏ ଛୋଟ ଭୁଲ୍‌ କରି ନିଜ ପୁଅର ୩୦୦୦ କୋଟି ଟଙ୍କା କ୍ଷତି ଘଟାଇଛନ୍ତି। ସୋସିଆଲ ମିଡିଆ ସାଇଟ ‘ରେଡିଟ’ରେ ଏହି ଯୁବକ ତାଙ୍କ ନାମ ଲୁଚାଇ ନିଜ ଜୀବନର ଏହି ରହସ୍ୟକୁ ପ୍ରକାଶ କରିଛନ୍ତି। ତାଙ୍କ ମା’ଙ୍କ ଛୋଟ ଭୁଲ ହେତୁ ସେ ୩୦୦୦ କୋଟି ଟଙ୍କା ହରାଇଛନ୍ତି। ଏବେ ସେ ଅବସାଦଗ୍ରସ୍ତ ଜୀବନ ବିତାଉଛନ୍ତି।
ସମ୍ପୃକ୍ତ ଯୁବକ ଜଣଙ୍କ ୨୦୧୦ ମସିହାରେ ୬ ହଜାର ଟଙ୍କାରେ ୧୦ ହଜାର ବିଟକଏନ କିଣିଥିଲେ। ସେହି ସମୟରେ ସେ କଲେଜରେ ପଢୁଥିଲେ। ଅବଶ୍ୟ, କଲେଜରୁ ସ୍ନାତକ ହାସଲ କରିବା ପରେ, ସେ ଏକ ଚାକିରି କଲେ। ସେ ଭୁଲିଗଲେ ଯେ ସେ ବିଟକଏନ କିଣିଛନ୍ତି। ଏହା ପରେ, ସେ ଗତ କିଛି ବର୍ଷ ମଧ୍ୟରେ ବିଟକଏନ ବଜାର ବିଷୟରେ ଶୁଣିଲେ, ସେତେବେଳେ ତାଙ୍କ ମନକୁ ସେ କିଣିଥିବା ବିଟକଏନ କଥା ଆସିଥିଲା। ତା’ପରେ ଘରକୁ ଯିବା ପରେ ସେ ୧୦ ହଜାର ବିଟକଏନର ସବିଶେଷ ତଥ୍ୟ ରଖିଥିବା ନିଜ ଲ୍ୟାପଟପ ଖୋଜିବା ଆରମ୍ଭ କଲେ, ଯେଉଁଥିରେ ସେ ରଖିଥିଲେ। ସେ ଦୀର୍ଘ ସମୟ ଧରି ସେହି ଲ୍ୟାପଟପ ଖୋଜିଲେ, କିନ୍ତୁ ମିଳିଲା ନାହିଁ। ଏହା ପରେ ସେ ତାଙ୍କ ମା’ଙ୍କୁ ଲ୍ୟାପଟପ ବିଷୟରେ ପଚାରିଥିଲେ। ପୁଅକୁ ନ ପଚାରି ମା’ ଲାପଟପକୁ କବାଡିକୁ ଦେଇଥିଲେ। ଏହି ଘଟଣା ଯୁବକଙ୍କ ଜୀବନକୁ ନଷ୍ଟ କରିଦେଇଛି । କାରଣ ଆଜି ୧୦ ହଜାର ବିଟକଏନ ମୂଲ୍ୟ ୩୦୦ ମିଲିୟନ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୩୦୦୦ କୋଟି ଟଙ୍କା। ଏହି କାରଣରୁ ବ୍ୟକ୍ତି ୩ କୋଟି ଟଙ୍କା କ୍ଷତି ସହିଥିଲେ। ଯୁବକ ଜଣକ କହିଛନ୍ତି ଯେ, ଏହି ଘଟଣା ପରେ ସେ ଦୀର୍ଘ ସମୟ ଧରି ଡିପ୍ରେସନରେ ଯାଇଥିଲେ। ଏବେ ଯଦିଓ ସେ ଉଦାସୀନତାରୁ ବାହାରି ଆସିଛନ୍ତି, କିନ୍ତୁ ଆଜି ବି ସେ ଅନୁତାପ କରିଛନ୍ତି ଯେ ତାଙ୍କ ହାତରୁ ଏତେ ପରିମାଣର ଅର୍ଥ ବ୍ୟର୍ଥ ଗଲା।
ସୂଚନାଯୋଗ୍ୟ, ବିଟକଏନ ହେଉଛି ଏକ ଭର୍ଚୁଆଲ ମୁଦ୍ରା। ୨୦୦୯ ରେ ବିଟକଏନ ପ୍ରଚଳନ କରାଯାଇଥିଲା। ଆଜିର ସମୟରେ ୧ ବିଟକଏନ ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri