ମା’ଙ୍କୁ ଦୁଇ ନାବାଳକ ପୁଅ ହତ୍ୟା କରିବା ମାମଲା: କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଦୁଇ ନାବାଳକ ପୁଅ ନିଜ ମା’ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏବେ ବି ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି। ଯେଉଁ ଦୁଇ ପିଲାଙ୍କ କୋମଳ ହାତ ମା’ଙ୍କ ସ୍ନେହ ପାଇବା କଥା ସେହି ହାତ କିଭଳି ଏତେ ନିଷ୍ଠୁର ପାଲଟିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏନେଇ ମାନସିକ ବିଶେଷଜ୍ଞମାନେ ପାରିବାରିକ ପରିସ୍ଥିତି ଓ ସାମାଜିକ ପରିବେଶ ଯୋଗୁ ଏଭଳି ଘଟଣା ଘଟିଗଲା ବୋଲି କହୁଛନ୍ତି। ବାପା ଜେଲରେ ସଜା କାଟୁଥିବାବେଳେ ଘରେ ଥିବା ମା’ଙ୍କ ନିର୍ଯାତନା ଯୋଗୁ ପିଲାମାନେ ମାନସିକ ଆଘାତ ପାଇ ଏଭଳି ଘଟଣା ଘଟାଇଥିବା ଆଶଙ୍କା କରୁଛନ୍ତି। ଆପରାଧିକ ପିଲାଙ୍କୁ ଆଶ୍ରୟ ଦେଇଥିବା ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନର ଅଧ୍ୟକ୍ଷା ନିରୋଜାଲକ୍ଷ୍ମୀ ମହାପାତ୍ର କହିଛନ୍ତି, ଦୁଇ ନାବାଳକଙ୍କ ଲାଳନପାଳନରେ ସମସ୍ୟା ଯୋଗୁ ସେମାନଙ୍କ ଭିତରେ ଆପରାଧିକ ମାନସିକତା ଆସିଥାଇପାରେ। ଏଥିପାଇଁ ସେ ପୁରୀ ଜେଲ୍‌ର ତତ୍‌କାଳୀନ କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କରିଛନ୍ତି।
କହିଛନ୍ତି, ମା’ଙ୍କୁ ହତ୍ୟା କରିଥିବା ଦୁଇ ନାବାଳକଙ୍କ ବାପା ନିହାର ରଞ୍ଜନ ପ୍ରଧାନ ଏକ ହତ୍ୟା ମାମଲାରେ ପୁରୀ ଜେଲରେ ଆଜୀବନ ସଜା କାଟୁଛନ୍ତି। କଏଦୀଙ୍କ ପିଲାମାନେ ଯେପରି ଅପରାଧ ରାସ୍ତାରେ ପାଦ ନ ଦିଅନ୍ତି ସେଥିପାଇଁ ସରକାର ଶିକ୍ଷା ନିକେତନ ପ୍ରତିଷ୍ଠା କରିଛନ୍ତି। ଏଠାରେ ରହି କଏଦୀଙ୍କ ପିଲା ପାଠପଢା ସହିତ ନୈତିକ ଶିକ୍ଷା ପାଇଥାନ୍ତି। କଏଦୀଙ୍କ ପିଲାଙ୍କୁ ଜେଲ ଛାତ୍ରାବାସକୁ ନେବା ଦାୟିତ୍ୱ ହେଉଛି କାରା ମଙ୍ଗଳ ଅଧିକାରୀଙ୍କର। ହେଲେ ନିହାର ପ୍ରଧାନଙ୍କ ଦୁଇ ପୁଅଙ୍କ କ୍ଷେତ୍ରରେ ତତ୍‌କାଳୀନ ପୁରୀ କାରାମଙ୍ଗଳ ଅଧିକାରୀଙ୍କ ଅବହେଳା ଜଣାପଡୁଛି। ଯେଉଁଥିପାଇଁ ଦୁଇ ନାବାଳକ ଭାଇ ଅପରାଧ ଜଗତକୁ ଠେଲି ହୋଇ ଯାଇଛନ୍ତି ବୋଲି ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, କୌଣସି ପୁରୁଷ ଅପରାଧ କରି ଜେଲକୁ ଗଲେ ସାଧାରଣତଃ ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ କଏଦୀଙ୍କ ସ୍ତ୍ରୀ ଅନ୍ୟସହିତ ପଳାଇଯାଇଥାନ୍ତି କିମ୍ବା ଅନ୍ୟ କାହାସହିତ ସମ୍ପର୍କ ରଖି ନିଜ ପିଲାଙ୍କୁ ଅବହେଳା କରିଥାନ୍ତି। ସ୍ବାମୀଙ୍କ ଅନୁପସ୍ଥିତ ଯୋଗୁ ମାନସିକ ଭାରସାମ୍ୟ ହରାଇ ନିଶା ସେବନ କରନ୍ତି, ଯାହାକି ବିନୋଦିନୀଙ୍କ କ୍ଷେତ୍ରରେ ଘଟିଥାଇ ପାରେ। ତେଣୁ କହିବାକୁ ଗଲେ ପୂରା ପରିବାର ଏକ ପ୍ରକାର ଅସ୍ବାଭାବିକ ପରିସ୍ଥିତରେ ଥିଲା। କିଭଳି ଜଣେ ନାବାଳକ ଅପରାଧ ଦୁନିଆକୁ ଡେଇଁ ପଡ଼ନ୍ତି ସେନେଇ ମତ ଦେଇ କହିଛନ୍ତି, ଦୁଇ ନାବାକଙ୍କ ବାପା ଜେଲରେ ଥିବାରୁ ସ୍ନେହ ପ୍ରମର ଅଭାବ ରହିଥାଏ। ଏହି ଅଭାବ ମା’ପୂରଣ କରିବାର ଦାୟିତ୍ୱ ରହିଥାଏ। କିନ୍ତୁ ମା’ ମଦ ପିଇ ପିଲାଙ୍କୁ ନିର୍ଯାତନା ଦେଲେ ସେମାନେ ଏଭଳି ଅପରାଧ ଦୁନିଆକୁ ପାଦ ଦେଇଥାନ୍ତି ବୋଲି ସେ କହିଛନ୍ତି। ତେବେ ଏ ସମ୍ପର୍କରେ ପୁରୀ ଜେଲ୍‌ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri