ଲେମ୍ବୁରେ ସଜେଇ ହୋଇଛନ୍ତି ମା’ ମଝିଘରିଆଣୀ, ମଧ୍ୟରାତ୍ରିରେ ସରିଛି ମହାନବମୀ ପୂଜା

ରାୟଗଡ଼ା ଅଫିସ, ୧୪।୧୦: ଆରାଧ୍ୟା ଠାକୁରାଣୀ ମା’ ମଝିଘରିଆଣୀଙ୍କ ମହାନବମୀ ପୂଜା ବୁଧବାର ବିଳମ୍ବିତ ରାତ୍ରିରେ ଶେଷ ହୋଇଛି। ତହସିଲ ପ୍ରାଙ୍ଗଣରେ କରାଯାଇଥିବା ଅସ୍ଥାୟୀ ମଣ୍ଡପରେ ବିଧିବଦ୍ଧ ଭାବେ ଚଣ୍ଡୀପାଠ ସହ ସନ୍ଧିପୂଜା କରାଯାଇଛି। ଗୁରୁବାର ସକାଳୁ ମା’ଙ୍କୁ ଲେମ୍ବୁମାଳରେ ସଜ୍ଜିତ କରାଯାଇଛି। ମନ୍ଦିରରେ ମା’ଙ୍କ ଦର୍ଶନ ପାଇଁ ଏବେ ଭକ୍ତଙ୍କ ଭିଡ଼ ଜମୁଛି। ସାରେ ମା’ଙ୍କୁ ସପୁରିରେ ସଜ୍ଜା ଯିବ ବୋଲି ସୂଚନା ମିଳିଛି।