ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ , ଝିଅ କହିଲେ ଏମିତି..

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବିି ସତ। ଏପରି ଏକ ଘଟଣା ଘଟିଛି ଆମେରିକାର ସିକାଗୋରେ। ସେଠାରେ ରହୁଥିବା ଜୁଲି ତାଙ୍କ ନାତିଙ୍କୁ ଜନ୍ମ ଦେଇଛନ୍ତି। ଜୁଲିଙ୍କ ଝିଅ ବ୍ରିଆନାଙ୍କ ଗର୍ଭଧାରଣରେ ବିଭିନ୍ନ ସମସ୍ୟା ହେଉଥିଲା। ଏପରିକି ସେ କେବେ ମାତୃତ୍ୱ ଲାଭ କରିପାରିବେନି ବୋଲି ଆଶଙ୍କା କରି ଦୁଃଖରେ ଭାଙ୍ଗି ପଡିଥିଲେ। ତେବେ ଝିଅ ମୁହଁରେ ହସଟିକେ ଦେଖିବା ପାଇଁ ତାଙ୍କ ମା’ ଏଭଳି ଦୃଢ ନିଷ୍ପତ୍ତି ନେବାକୁ ମନସ୍ଥ କରିଥିଲେ। ସେ ସରୋଗେସି କୌଶଳ ଆପଣାଇ ୫୧ ବର୍ଷରେ ନାତିଙ୍କୁ ଜନ୍ମ ଦେଇଥିଲେ।
ସୂଚନାଯୋଗ୍ୟ, ବ୍ରିଏନା ମା’ ହେବାକୁ ଅନେକ ଚେଷ୍ଟା କରିଥିଲେ। ଚାରି ବର୍ଷ ମଧ୍ୟରେ ସେ ଦୁଇଥର ଗର୍ଭବତୀ ମଧ୍ୟ ହୋଇଥିଲେ। ଯଦିଓ ଉଭୟ ଥର ସେ ନିଜ ପିଲାକୁ ବଞ୍ଚାଇ ପାରି ନ ଥିଲେ। ପରେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏପରି ହୋଇଗଲା ଯେ, ତାଙ୍କ ପାଇଁ ଗର୍ଭଧାରଣ କଷ୍ଟକର ହୋଇଗଲା।

ଏହି ଚାରି ବର୍ଷ ମଧ୍ୟରେ, ବ୍ରିଆନା ମଧ୍ୟ ଆଇଭିଏଫ୍‌ ଟେକ୍ନୋଲୋଜି ବ୍ୟବହାର କରିଥିଲେ, କିନ୍ତୁ ଏହା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ସେ ନିରାଶ ହୋଇଗଲେ। ସେ ଅନୁଭବ କଲେ ଯେ, କେବେବି ଆଉ ମା’ ଡାକ ଶୁଣିପାରିବେନି। ଏହି ସମୟରେ ଡାକ୍ତର ତାଙ୍କୁ ସରୋଗେସି ବିଷୟରେ ପରାମର୍ଶ ଦେଇଥିଲେ। ପରେ ତାଙ୍କ ମା’ ମଧ୍ୟ ସରୋଗେସି ମଦର ପାଇଁ ରାଜି ହୋଇଗଲେ।

ବ୍ରିଆନା ନିଜ ଏବଂ ତାଙ୍କ ପରିବାର ସମ୍ବନ୍ଧୀୟ ଇନଷ୍ଟାଗ୍ରାମ ପୃଷ୍ଠାରେ ଆଇଭିଏଫ ସରୋଗେସି ଡାଏରୀ ନାମରେ ଅପଡେଟ ପ୍ରଦାନ କରନ୍ତି। ତେବେ ଚଳିତ ମାସ ଆରମ୍ଭରେ ସେ କହିଥିଲେ ଯେ, ତାଙ୍କର ଏକ ପୁଅ ଜନ୍ମ ହୋଇଛି ଏବଂ ସେ ବହୁତ ଖୁସି ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri