ମୋହନା,୧୩।୯(ମନ୍ମଥ ମିଶ୍ର) ଝିଅ ବଞ୍ଚିଥିବା ବେଳେ ଶୁଦ୍ଧିକ୍ରିୟା କଲେ ମା’ ବାପା। ଅନ୍ୟ ସମ୍ପ୍ରଦାୟର ପୁଅକୁ ବାହା ହେଲେ ବୋଲି ମଙ୍ଗଳବାର ବିବାହର ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମରେ। ଗାଁର ସହଦେବ ସାହୁ ଛୋଟ ହୋଟେଲ କରି ପରିବାର ପ୍ରତିପୋଷଣ କରନ୍ତି। ପରିବାର କହିଲେ ୩ ଝିଅ ଓ ଜଣେ ପୁଅ। ବଡ ଝିଅ ବାହା ହୋଇ ଶାଶୁଘର ଚାଲି ଯାଇଥିବା ବେଳେ ମଝିଆ ଝିଅ ଯୁକ୍ତ ୨ ଶେଷ କରି ଘରେ ରହିଥିଲେ। ଅନ୍ୟ ଦୁଇ ଭାଇ, ଭଉଣୀ ପଢ଼ୁଛନ୍ତି। ତେବେ ମଝିଆ ଝିଅ ଚାନ୍ଦିନୀ ସ୍ଥାନୀୟ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବକ ଧନଞ୍ଜୟ ନାୟକଙ୍କୁ ପ୍ରେମ କରୁଥିଲେ। ପରିବାର ଲୋକେ ଏ ସମ୍ପର୍କରେ କିଛି ଜାଣି ନ ଥିଲେ। ତେଣୁ ଆସନ୍ତା ୨୨ ତାରିଖରେ ଚାନ୍ଦିନୀଙ୍କ ବାହାଘର ପାଇଁ ଅନ୍ୟ ଜଣେ ଯୁବକଙ୍କ ସହ ନିର୍ବନ୍ଧ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଘର ଲୋକେ ସବୁ ପ୍ରକାର ପ୍ରସ୍ତୁତି କରିସାରିଥିଲେ। ହେଲେ ୨ ତାରିଖ ବିଳମ୍ବିତ ରାତିରେ ଚାନ୍ଦିନୀ ଘର ଛାଡ଼ି କୁଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନଥିଲେ। ଚାନ୍ଦିନୀ ସ୍ଥାନୀୟ ଖ୍ରୀଷ୍ଟିଆନ ସାହିର ଯୁବକ ଧନଞ୍ଜୟଙ୍କୁ ବାହା ହୋଇଥିବାର ଫଟୋ ୪ ତାରିଖରେ ସୋସିଆଲ ମିଡିଆରୁ ଦେଖିବାକୁ ପାଇଥିଲେ। ଏହାକୁ ଗ୍ରହଣ କରିପାରି ନ ଥିଲେ ବାପା, ମା’। ୬ ତାରିଖରେ ଥାନାରେ ଏ ନେଇ ଚାନ୍ଦିନୀଙ୍କ ବାପା ଅଭିଯୋଗ କରିଥିଲେ। ଝିଅ ଧର୍ମଦ୍ରୋହୀ ଓ ଜାତିଦ୍ରୋହୀ କାମ କରିବା ସହ ପରିବାର ଲୋକଙ୍କୁ ସମାଜରେ ଅପମାନିତ କରିଛି, ତେଣୁ ସେ ମରିଗଲା ବୋଲି ପରିବାର ଲୋକେ ଗ୍ରହଣ କରିନେଇଥିଲେ। ନିଖୋଜ ହେବାର ୧୧ ଦିନରେ ପରିବାର ଲୋକ ତାଙ୍କର ଆତ୍ମୀୟ ସ୍ବଜନ ଓ ପୁରୋହିତଙ୍କୁ ଡାକି ପୂଜା ପାଠ କରି ଶୁଦ୍ଧି ହେବା ସହ ଝିଅ ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ଉଲ୍ଲେଖଥାଉ କି, କିଛିଦିନ ତଳେ କେନ୍ଦ୍ରପଡ଼ା ଜିଲା ଆଳି ସଦର ଅଞ୍ଚଳରେ ଏହିପରି ଏକ ଘଟଣା ଘଟିଥିଲା। ଝିଅ ପ୍ରେମ ବିବାହ କରିବାରୁ ତାଙ୍କ ପରିବାର ଲୋକେ ଝିଅର ଶୁଦ୍ଧିକ୍ରିୟା କରିଦେଇଥିଲେ।
Posted inHome Left, ଆମ ଜିଲା ଖବର, ଗଜପତି View All
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍ପି
ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…
ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ
ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…
ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍ ଗୀତ ଗାଇ…
କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍ ଗାୟିକା ହେବା ସହିତ ସେ ଜଣେ…
Archives

