Posted inଫୁରସତ

ସବୁଠୁ ଡେଙ୍ଗା, ଗେଡ଼ା କୁକୁରର ଭେଟ

ୱାଶିଂଟନ: ଆମେରିକାର ଇଡାହୋରେ ବିଶ୍ୱର ସବୁଠାରୁ ଡେଙ୍ଗା କୁକୁର ରେଗିନାଲ୍ଡ ଓ ସବୁଠାରୁ ଗେଡ଼ା କୁକୁର ପର୍ଲ ଶନିବାର ପରସ୍ପରକୁ ଭେଟିଛନ୍ତି। ରେଗିନାଲ୍ଡର ବୟସ ୭ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ୩ ଫୁଟ ୪ ଇଞ୍ଚ ରହିଛି। ସେହିପରି ପର୍ଲର ବୟସ ୪ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ମାତ୍ର ୩.୫୯ ଇଞ୍ଚ ରହିଛି। ସମ୍ପ୍ରତି ଉଭୟଙ୍କର ନାମ ବିଶ୍ୱର ସବୁଠାରୁ ଡେଙ୍ଗା ଏବଂ ଗେଡ଼ା କୁକୁର ଭାବେ ଗିନିଜ୍‌ ୱାଲର୍‌ଡ ରେକଡ୍ସର୍ର୍ରେ ସ୍ଥାନିତ ରହିଛି। ରେଗିନାଲ୍ଡ ଗ୍ରେଟ୍‌ ଡେନ୍‌ ପ୍ରଜାତିର କୁକୁର ହୋଇଥିବା ବେଳେ ପର୍ଲ ହେଉଛି ଚିହୁଆହୁଆ ପ୍ରଜାତିର କୁକୁର।
ରେଗିନାଲ୍ଡର ଘରେ ଯେତେବେଳେ ପର୍ଲ ଓ ତା’ର ମାଲିକାଣୀ ଭାନେସା ସେମଲର ପହଞ୍ଚିଥିଲେ, ସେତେବେଳେ ରେଗିନାଲ୍ଡ ନିଜ ଅତିଥିଙ୍କୁ ଜୋର୍‌ସୋର୍‌ରେ ସ୍ବାଗତ କରିଥିଲା। ଉଭୟ କୁକୁରଙ୍କ ଏହି ସାକ୍ଷାତ୍‌ ଖୁବ୍‌ ସ୍ବତନ୍ତ୍ର ଥିଲା ଏବଂ ଏବେ ଏହି ସାକ୍ଷାତ୍‌ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉଭୟ କୁକୁର ଏକାଠି ଖେଳୁଥିବା ଏବଂ ମଜା କରୁଥିବାର ଦେଖିବାକୁ ମିଳୁଛି। ରେଗିନାଲ୍ଡର ମାଲିକ ସାମ୍‌ ଜନସନ କହିଛନ୍ତି, ଯେବେଠାରୁ ସେ ରେଗିନାଲ୍ଡକୁ ପାଳିଛନ୍ତି ସେବେଠାରୁ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ରେଗିନାଲ୍ଡ ଦ୍ରୁତ ଗତିରେ ବଢ଼ିଥିଲା ଏବଂ ଅତ୍ୟଧିକ ଡେଙ୍ଗା ହୋଇଯାଇଥିଲା। ତେବେ ଏତେ ଡେଙ୍ଗା ଏବଂ ଆକାରରେ ବଡ଼ ହୋଇଥିଲେ ମଧ୍ୟ ରେଗିନାଲ୍ଡ ହୃଦୟରୁ ଏବେ ବି ଏକ ଛୋଟ କୁକୁର ଛୁଆ ପରି ବ୍ୟବହାର କରେ ବୋଲି ସାମ୍‌ କହିଛନ୍ତି। ପର୍ଲର ମାଲିକାଣୀ ଭାନେସା କହିଛନ୍ତି, ଚିହୁଆହୁଆ ପ୍ରଜାତିର ଅନ୍ୟ କୁକୁରଙ୍କ ତୁଳନାରେ ପର୍ଲ ଅତ୍ୟନ୍ତ ଶାନ୍ତ ସ୍ବଭାବର। ପର୍ଲକୁ ଛାଡ଼ି ତାଙ୍କର ୩ ଅନ୍ୟ କୁକୁର ମଧ୍ୟ ରହିଛନ୍ତି। ତେବେ ପର୍ଲ ତାଙ୍କର ସବୁଠାରୁ ଛୋଟ କୁକୁର ବୋଲି ଭାନେସା କହିଛନ୍ତି। ପର୍ଲ ଏବଂ ରେଗିନାଲ୍ଡ ପରସ୍ପରକୁ ଭେଟିବା ସମୟରେ ଉଭୟେ ପ୍ରଥମ ଥର ପାଇଁ ଭେଟୁଥିବା ପରି ମନେ ହେଉ ନ ଥିଲା। ତେଣୁ ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ଭାନେସା କହିଛନ୍ତି। ଉଭୟ ରେଗିନାଲ୍ଡ ଓ ପର୍ଲର ଅନନ୍ୟ ବନ୍ଧୁତାକୁ ସୋସିଆଲ ମିଡିଆରେ ୟୁଜର୍ସମାନେ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri