Posted inଫୁରସତ

ସବୁଠୁ ଡେଙ୍ଗା, ଗେଡ଼ା କୁକୁରର ଭେଟ

ୱାଶିଂଟନ: ଆମେରିକାର ଇଡାହୋରେ ବିଶ୍ୱର ସବୁଠାରୁ ଡେଙ୍ଗା କୁକୁର ରେଗିନାଲ୍ଡ ଓ ସବୁଠାରୁ ଗେଡ଼ା କୁକୁର ପର୍ଲ ଶନିବାର ପରସ୍ପରକୁ ଭେଟିଛନ୍ତି। ରେଗିନାଲ୍ଡର ବୟସ ୭ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ୩ ଫୁଟ ୪ ଇଞ୍ଚ ରହିଛି। ସେହିପରି ପର୍ଲର ବୟସ ୪ ବର୍ଷ ହୋଇଥିବା ବେଳେ ଏହାର ଉଚ୍ଚତା ମାତ୍ର ୩.୫୯ ଇଞ୍ଚ ରହିଛି। ସମ୍ପ୍ରତି ଉଭୟଙ୍କର ନାମ ବିଶ୍ୱର ସବୁଠାରୁ ଡେଙ୍ଗା ଏବଂ ଗେଡ଼ା କୁକୁର ଭାବେ ଗିନିଜ୍‌ ୱାଲର୍‌ଡ ରେକଡ୍ସର୍ର୍ରେ ସ୍ଥାନିତ ରହିଛି। ରେଗିନାଲ୍ଡ ଗ୍ରେଟ୍‌ ଡେନ୍‌ ପ୍ରଜାତିର କୁକୁର ହୋଇଥିବା ବେଳେ ପର୍ଲ ହେଉଛି ଚିହୁଆହୁଆ ପ୍ରଜାତିର କୁକୁର।
ରେଗିନାଲ୍ଡର ଘରେ ଯେତେବେଳେ ପର୍ଲ ଓ ତା’ର ମାଲିକାଣୀ ଭାନେସା ସେମଲର ପହଞ୍ଚିଥିଲେ, ସେତେବେଳେ ରେଗିନାଲ୍ଡ ନିଜ ଅତିଥିଙ୍କୁ ଜୋର୍‌ସୋର୍‌ରେ ସ୍ବାଗତ କରିଥିଲା। ଉଭୟ କୁକୁରଙ୍କ ଏହି ସାକ୍ଷାତ୍‌ ଖୁବ୍‌ ସ୍ବତନ୍ତ୍ର ଥିଲା ଏବଂ ଏବେ ଏହି ସାକ୍ଷାତ୍‌ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉଭୟ କୁକୁର ଏକାଠି ଖେଳୁଥିବା ଏବଂ ମଜା କରୁଥିବାର ଦେଖିବାକୁ ମିଳୁଛି। ରେଗିନାଲ୍ଡର ମାଲିକ ସାମ୍‌ ଜନସନ କହିଛନ୍ତି, ଯେବେଠାରୁ ସେ ରେଗିନାଲ୍ଡକୁ ପାଳିଛନ୍ତି ସେବେଠାରୁ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ରେଗିନାଲ୍ଡ ଦ୍ରୁତ ଗତିରେ ବଢ଼ିଥିଲା ଏବଂ ଅତ୍ୟଧିକ ଡେଙ୍ଗା ହୋଇଯାଇଥିଲା। ତେବେ ଏତେ ଡେଙ୍ଗା ଏବଂ ଆକାରରେ ବଡ଼ ହୋଇଥିଲେ ମଧ୍ୟ ରେଗିନାଲ୍ଡ ହୃଦୟରୁ ଏବେ ବି ଏକ ଛୋଟ କୁକୁର ଛୁଆ ପରି ବ୍ୟବହାର କରେ ବୋଲି ସାମ୍‌ କହିଛନ୍ତି। ପର୍ଲର ମାଲିକାଣୀ ଭାନେସା କହିଛନ୍ତି, ଚିହୁଆହୁଆ ପ୍ରଜାତିର ଅନ୍ୟ କୁକୁରଙ୍କ ତୁଳନାରେ ପର୍ଲ ଅତ୍ୟନ୍ତ ଶାନ୍ତ ସ୍ବଭାବର। ପର୍ଲକୁ ଛାଡ଼ି ତାଙ୍କର ୩ ଅନ୍ୟ କୁକୁର ମଧ୍ୟ ରହିଛନ୍ତି। ତେବେ ପର୍ଲ ତାଙ୍କର ସବୁଠାରୁ ଛୋଟ କୁକୁର ବୋଲି ଭାନେସା କହିଛନ୍ତି। ପର୍ଲ ଏବଂ ରେଗିନାଲ୍ଡ ପରସ୍ପରକୁ ଭେଟିବା ସମୟରେ ଉଭୟେ ପ୍ରଥମ ଥର ପାଇଁ ଭେଟୁଥିବା ପରି ମନେ ହେଉ ନ ଥିଲା। ତେଣୁ ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ଭାନେସା କହିଛନ୍ତି। ଉଭୟ ରେଗିନାଲ୍ଡ ଓ ପର୍ଲର ଅନନ୍ୟ ବନ୍ଧୁତାକୁ ସୋସିଆଲ ମିଡିଆରେ ୟୁଜର୍ସମାନେ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri