ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ବିବାହ: ଏହି କପଲ ଖର୍ଚ୍ଚ କରିଥିଲେ ୫୦୦ କୋଟି

ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯଦି ସେମାନଙ୍କ ବିବାହକୁ ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ବିବାହ କୁହାଯାଏ, ତେବେ କିଛି ଭୁଲ ହେବ ନାହିଁ । ଜାଣନ୍ତୁ ସେ ସମ୍ପର୍କରେ…

ସୂର୍ଯ୍ୟ, ଜ୍ୟୋତିିକା
ତାମିଲର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ସୂର୍ଯ୍ୟ ହେଉଛନ୍ତି ଅନ୍ୟତମ। ସେ ଯୁବପିଢ଼ିଙ୍କ ପ୍ରିୟ ଅଟନ୍ତି। ୨୦୦୬ରେ ସୂର୍ଯ୍ୟ ଅଭିନେତ୍ରୀ ଜ୍ୟୋତିିକାଙ୍କୁ ବିବାହ କରିଥିଲେ। ଏଥିରେ ଜ୍ୟୋତିଙ୍କ ଶାଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କୁହାଯାଏ କେବଳ ତାଙ୍କ ଶାଢ଼ିର ମୂଲ୍ୟ ୩ ଲକ୍ଷ ଥିଲା।

ଐଶ୍ୱର୍ଯ୍ୟା, ଧନୁଷ
ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ସାଉଥ୍‌ ଅଭିନେତା ଧନୁଷଙ୍କୁ ବିବାହ କରିଥିଲେ। ଏହି ବିବାହ ବହୁତ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ଏହି ବିବାହରେ କେବଳ ସାଉ୍‌ଥ ଇଣ୍ଡଷ୍ଟ୍ରିର ଷ୍ଟାର ନୁହନ୍ତି ବରଂ ବଲିଉଡ କଳାକାର ମଧ୍ୟ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ ଏବଂ ଜୟା ମଧ୍ୟ ଏହି ବିବାହରେ ପହଞ୍ଚିଥିଲେ।

ସ୍ନେହା, ପ୍ରସନ୍ନ
ସ୍ନେହା ଏବଂ ପ୍ରସନ୍ନ ଦକ୍ଷିଣ ଭାରତୀୟ ଢଙ୍ଗରେ ବିବାହ କରିଥିଲେ। ବିବାହ ସମୟରେ ସ୍ନେହା ଏକ ଗୋଲ୍‌ଡେନ୍‌ କଲର ଶାଢ଼ି ସହିତ ବହୁତ ସୁନା ଅଳଙ୍କାର ପିନ୍ଧିଥିଲେ। କୁହାଯାଏ ତାଙ୍କ ଏଇ ଶାଢ଼ିର ମୂଲ୍ୟ ଦୁଇ ଲକ୍ଷ ଟଙ୍କା । ସ୍ନେହା ଏବଂ ପ୍ରସନ୍ନଙ୍କ ଏହି ବିବାହ ସବୁଠାରୁ ମହଙ୍ଗା ବିବାହ ମଧ୍ୟରୁ ଅନ୍ୟତମ।

ବ୍ରାହ୍ମଣୀ ରେଡ୍ଡୀ, ରାଜୀବ ରେଡ୍ଡୀ
ହାଇଦ୍ରାବାଦ ବ୍ୟବସାୟୀ ବିକ୍ରମ ଦେବ ରେଡ୍ଡୀଙ୍କ ପୁଅ ରାଜୀବ ବ୍ରାହ୍ମଣୀଙ୍କୁ ବିବାହ କରିଥିଲେ। କୁହାଯାଏ ତାଙ୍କ ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ।

ଆଲୁ ଅର୍ଜୁନ,ସ୍ନେହା ରେଡ୍ଡୀ
ଆଲୁ ଅର୍ଜୁନ ଜଣେ ପ୍ରସିଦ୍ଧ ସାଉଥ ଅଭିନେତା। ସେ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଛନ୍ତି। ସ୍ନେହା ତେଲେଙ୍ଗାନା ଶିକ୍ଷାବିତ୍‌ କଞ୍ଚାରା ଚନ୍ଦ୍ରଶେଖର ରେଡ୍ଡୀଙ୍କ ଝିଅ। ସେମାନଙ୍କ ବିବାହରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି କୁହାଯାଏ।

ରାମ ଚରଣ ତେଜା, ଉପାସନା କାମିନେନି
ଅଭିନେତା ରାମ ଚରଣ ଆପୋଲୋ ହସ୍ପିଟାଲର ସଭାପତିଙ୍କ ନାତୁଣୀ ଉପାସନା କାମିନେନିଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଅମିତାଭ ବଚ୍ଚନ, ବୋନି କପୁର, ରଜନୀକାନ୍ତଙ୍କ ସମେତ ବହୁ ବଡ କଳାକାର ଯୋଗ ଦେଇଥିଲେ। ତାଙ୍କର ଗୋଟିଏ ବିବାହ କାର୍ଡ ମୂଲ୍ୟ ୧୨୦୦ ଟଙ୍କା ବୋଲି କୁହାଯାଏ।

Share