Posted inଫୁରସତ

ଦୁନିଆର ସବୁଠୁ ମହଙ୍ଗା ଚା’: ପିଇବାକୁ ହେଲେ ବିକ୍ରି କରିବାକୁ ପଡ଼ିବ ଜମି

ପାଣି ପରେ ଯଦି ଭାରତରେ କୌଣସି ପାନୀୟ ଅଧିକ ଖାଆନ୍ତି ତେବେ ଏହା ବୋଧହୁଏ ଚା’ ହେବ। ଏଠାରେ ତାରକା ହୋଟେଲରୁ ଆରମ୍ଭ କରି ରାସ୍ତା କଡ଼ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଚା’ ମିଳେ।
ଭାରତରେ ଚା’ ମୂଲ୍ୟ ସ୍ଥାନ ଅନୁଯାୟୀ ସ୍ଥିର କରାଯାଏ। ଯଦି ଆପଣ ଏକ ଷ୍ଟ୍ରିଟ ଷ୍ଟଲରୁ ଚା’ ପିଉଛନ୍ତି, ତେବେ ଏହାର ମୂଲ୍ୟ ୫ ରୁ ୧୦ ଟଙ୍କା ମଧ୍ୟରେ ହେବ।
ଯଦି ଆପଣ ପଞ୍ଚ ତାରକା ହୋଟେଲରେ ସମାନ ଚା’ ପିଉଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ୫୦୦ ରୁ ୧୦୦୦ ଟଙ୍କା ଦେବାକୁ ପଡିବ। ମାର୍କେଟ୍‌ରେ ଏମିତି ଏକ ଚା’ ଅଛି ଯାହା କୋଟି କୋଟି ଟଙ୍କାରେ ଉପଲବ୍ଧ। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଚା’ ବୋଲି କୁହାଯାଏ। ଏହି ଚା’ ଚାଇନାରେ ପ୍ରସ୍ତୁତ। ଚାଇନା ହେଉଛି ସେହି ଦେଶ ଯେଉଁଠାରୁ ଚା’ ସମଗ୍ର ବିଶ୍ୱକୁ ଶାସନ ଯାଏ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠୁ ଦାମୀ ଚା’ର ମୂଲ୍ୟ ୧ ମିଲିୟନ ଡଲାରରୁ ଅଧିକ। ଏହା ଚାଇନାର ଫୁଜିଆନ ପ୍ରଦେଶର ୱୁଇ ପର୍ବତରେ ଦେଖିବାକୁ ମିଳେ। ଶେଷ ଥର ପାଇଁ ଏହି ଚା’ ଅମଳ ୨୦୦୫ରେ ହୋଇଥିଲା।
ଏହି ବିଶେଷ ଚା’ର ନାମ ହେଉଛି ଡା ହଙ୍ଗ ପାଓ। ଏହାର କିଛି ଗ୍ରାମର ମୂଲ୍ୟ ସୁନା ମୂଲ୍ୟଠାରୁ ଅନେକ ଗୁଣ ଅଧିକ ଥିଲା। କଳ୍ପନା କରନ୍ତୁ ସେଥିରୁ ତିଆରି ହୋଇଥିବା ଏକ କପର ମୂଲ୍ୟ କ’ଣ ହେବ। ୨୦୦୨ରେ ମାତ୍ର ୨୦ ଗ୍ରାମ ଚା’ର ମୂଲ୍ୟ ୧୮୦,୦୦୦ ୟୁଆନ ବା ପ୍ରାୟ ୨୮,୦୦୦ ଡଲାର୍‌ ଥିଲା।
ଏହି ଚା’ ଏତେ ସ୍ବତନ୍ତ୍ର ଯେ ମାଓ ୧୯୭୨ରେ ଚାଇନା ଗସ୍ତ ସମୟରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କୁ ଏହି ଚା’ର ୨୦୦ ଗ୍ରାମ ପ୍ୟାକେଟ ଉପହାର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ବିଜୟ

ଚେନ୍ନାଇ,୧୦ା୫: ଉର୍ଭିଲ ପଟେଲଙ୍କ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ଉଇକେଟରେ ଲକ୍ଷ୍ନୌ…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri