ଦେଶର ସବୁଠାରୁ ମହଙ୍ଗା ଗୀତିକାର, ଗୋଟିଏ ଗୀତ ଲେଖିବାକୁ ନେଉଛନ୍ତି ୨୦ ଲକ୍ଷ ଟଙ୍କା!

ମୁମ୍ବାଇ: ସେହି ଦିନ ସବୁ ଅତିତ ହେଲାଣି ଯେଉଁ ଦିନ କେବଳ ଅଭିନେତା ଏବଂ ଅଭିନେତ୍ରୀମାନେ ଚଳଚ୍ଚିତ୍ରରେ କାମ କରିବା ପାଇଁ ବିପୁଳ ଫି ଆଦାୟ କରୁଥିଲେ। ସଂଗୀତକାର ଏବଂ ଗୀତିକାରମାନେ ମଧ୍ୟ ଭାରତୀୟ ସିନେମାର ଉନ୍ନତିରୁ ବହୁ ଉପକୃତ ହୋଇଛନ୍ତି। ସେମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ପାଇଁ ଅଧିକ ଫି ଆଦାୟ କଲେଣି। ଏପରିକି ନୂତନ ଗୀତିକାରମାନେ ଯେଉଁମାନେ ଅଳ୍ପ କିଛି ଗୀତ ସହିତ ପ୍ରସିଦ୍ଧ ହୋଇଥିଲେ, ସେମାନେ ବର୍ତ୍ତମାନ ପ୍ରତ୍ୟେକ ଗୀତ ଲେଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି।
ଭାରତର ସବୁଠାରୁ ଦାମୀ ଗୀତିକାର ହେଉଛନ୍ତି ସମ୍ପୁର୍ଣ୍ଣ ସିଂ କାଲର, ଯିଏ ଗୁଲଜାର ନାମରେ ସାରା ଦେଶରେ ପ୍ରସିଦ୍ଧ। ସେ ହେଉଛନ୍ତି ଭାରତର ଅନ୍ୟତମ ସୃଜନଶୀଳ ତଥା ସମ୍ମାନିତ ଗୀତିକାର, ଯିଏକି ଗତ ୬ଦଶନ୍ଧି ଧରି ହିନ୍ଦୀ ସିନେମା ପାଇଁ ଗୀତ ଲେଖୁଥିଲେ। ସେ ଚଳଚ୍ଚିତ୍ର ଲେଖିଛନ୍ତି ଏବଂ ନିର୍ମାଣ କରିଛନ୍ତି। ୮୮ ବର୍ଷ ବୟସରେ ମଧ୍ୟ ସେ ଏକ ଗୀତ ଲେଖିବା ପାଇଁ ୨୦ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି, ଯାହାକି ଅନ୍ୟ ଗୀତିକାରଙ୍କ ଦେୟଠାରୁ ଯଥେଷ୍ଟ ଅଧିକ ଅଟେ।

Share