Posted inଫୁରସତ

ପୃଥିବୀର ସବୁଠାରୁ କଷ୍ଟକର ନୃତ୍ୟ ‘ଜୌଲି’; ମାଇକେଲ୍‌ ଜ୍ୟାକ୍ସନ ବି ଆପଣେଇଥିଲେ…

ନୃତ୍ୟ କାହାକୁ ବା ଭଲ ନ ଲାଗେ। ସେଥିପାଇଁ ତ ପୃଥିବୀର ବିଭିନ୍ନ ସ୍ଥାନରେ ନାନା ପ୍ରକାରର ନୃତ୍ୟ ରହିଛି। ଯାହାକି ସେହି ସ୍ଥାନର ସଂସ୍କୃତି ଓ ପରମ୍ପରାକୁ ବି ଦର୍ଶାଏ। ତେଣୁ କିଛି ଲୋକ ବିଭିନ୍ନ ପ୍ରକାରର ନୃତ୍ୟ ଶିଖିବାରେ ରୁଚି ରଖନ୍ତି। ହେଲେ ‘ଜୌଲି’ ନାମକ ଏକ ନୃତ୍ୟ ଅଛି ଯାହାକୁ ଚାହିଁଲେ ବି ଜଣେ ଶିଖିପାରିବେନି। କାରଣ ଏହା ହେଉଛି ପୃଥିବୀର ସବୁଠାରୁ କଷ୍ଟକର ନୃତ୍ୟ। ଉକ୍ତ ନୃତ୍ୟ ଆଫ୍ରିକାରେ ଦେଖିବାକୁ ମିଳେ। ୟୁନେସ୍କୋ ଅନୁସାରେ ଜୌଲି ଏକ ଲୋକପ୍ରିୟ ନୃତ୍ୟ ଅଟେ, ଯାହା କୋଟେ ଡି ଆଇଓ୍ବରର ବୋଆଫଲେ ଓ ଜ୍ୟୁଏନୋଲା ସହରର ଗୁରୋ ସମ୍ପ୍ରଦାୟର ସଂସ୍କୃତିର ଅଂଶ ଅଟେ। ଉକ୍ତ ନୃତ୍ୟ ନାରୀ ସୌନ୍ଦର୍ଯ୍ୟକୁ ସମର୍ପିତ । ଏଥିରେ ମାସ୍କ, ପୋଷାକ, ସଙ୍ଗୀତ ଓ ନୃତ୍ୟ ସବୁକିଛି ଥାଏ। ଏହି ନୃତ୍ୟ ‘ଡିଜେଲା ଲୋଉ ଜୌଲି’ ବା ‘ଡିଜେଲାଙ୍କ ଝିଅ ଜୌଲା’ନାମରେ ବି ପରିଚିତ। ଏଥିରେ ସଙ୍ଗୀତର ତାଳେ ତାଳେ ନୃତ୍ୟ କରୁଥିବା ବ୍ୟକ୍ତି କାଠର ସ୍ବତନ୍ତ୍ର ମୁଖା ପିନ୍ଧି ଗୋଡକୁ ଏତେ କ୍ଷୀପ୍ର ଗତିରେ ଚାଳନା କରନ୍ତି ଯେ, ଦେଖିଲେ ବେଶ୍‌ ଆଶ୍ଚର୍ଯ୍ୟ ଲାଗେ। ଏଥିରେ ପାଦର ମୁଭମେଣ୍ଟ ଏକାପରି ଲାଗୁଥିଲେ ହେଁ, ପ୍ରତି ପାଦର ମୁଭମେଣ୍ଟ ଭିନ୍ନ ଭିନ୍ନ ହୋଇଥାଏ। କୁହାଯାଏ ମାଇକେଲ୍‌ ଜ୍ୟାକ୍ସନ ବି ଏହି ନୃତ୍ୟରୁ ଦିନେ ପ୍ରଭାବିତ ହୋଇ କିଛି ଡ୍ୟାନ୍ସ ଷ୍ଟେପ୍‌କୁ ଆପଣେଇଥିଲେ। ଏଥିରେ ସାତ ପ୍ରକାରର ମାସ୍କ ପିନ୍ଧି ନୃତ୍ୟ କରାଯାଏ। ଏହି ନୃତ୍ୟ ପରିବେଶ ସୁରକ୍ଷାର ବାର୍ତ୍ତା ବି ଦେଇଥାଏ। ଉକ୍ତ ନୃତ୍ୟକୁ ଶିଖିବା ଲାଗି ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri