Categories: ଫୁରସତ

ଦୁନିଆର ସବୁଠୁ ଭୟଙ୍କର ପୋଲ

ଦୁନିଆରେ ଏପରି ଅନେକ କିଛି ସ୍ଥାନ ଅଛି, ଯାହାକି ଅତ୍ୟନ୍ତ ବିପଜ୍ଜନକ। ଯାହା ବିଷୟରେ ଶୁଣିବା ପରେ ଲୋମ ଟାଙ୍କୁରି ଉଠିଥାଏ। ପ୍ରାୟତଃ ଏହି ସ୍ଥାନଗୁଡ଼ିକ ଅନେକ ପର୍ଯ୍ୟଟକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେଇଥାଏ। ଏପରି ବ୍ରିଜ୍‌ ବା ପୋଲ ଅତିକ୍ରମ କରିବା ସମୟରେ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ। ଜାଣନ୍ତୁ ଏପରି ଭୟାନକ ପୋଲ ସମ୍ପର୍କରେ…

ଗ୍ଲାସ୍‌ ବଟମ ବ୍ରିଜ୍‌:
ଏହା ଚାଇନାରେ ଅବସ୍ଥିତ। ପୂରା ବ୍ରିଜ୍‌ କାଚରେ ନିର୍ମିତ। ଏହି କାରଣରୁ ଏହା ଉପରେ ଚାଲିବାବେଳେ ତଳେ ଥିବା ଗଭୀରତା ସ୍ପଷ୍ଟ ଭାବରେ ଦେଖାଯାଏ। ଏହି କାରଣରୁ ଅନେକ ଲୋକ ଭୟରେ ଏହାକୁ ସମ୍ପୂର୍ଣ୍ଣ ଅତିକ୍ରମ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସେମାନେ ମଧ୍ୟଭାଗରୁ ଫେରିଆସନ୍ତି। ଏହା ପ୍ରାୟ ୧୨୩୦ ଫୁଟ ଉଚ୍ଚରେ ନିର୍ମିତ। ଏହି ପୋଲର ଲମ୍ବ ୯୮୪ ଫୁଟ। ଏହା ବିଶ୍ୱର ସର୍ବୋଚ୍ଚ ପୋଲ ଭାବରେ ସ୍ଥାନ ପାଇଛି।

Share