Posted inଫୁରସତ

ବିଶ୍ୱର ସବୁଠୁ ସୁନ୍ଦରୀ ଯୁବତୀ, ୪ ବର୍ଷ ବୟସରୁ କରିଆସୁଛନ୍ତି ର଼୍ୟାମ୍ପଓ୍ବାକ୍‌

ବହୁତ କମ୍‌ ବୟସରୁ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିବା ଫ୍ରାନ୍ସର ମଡେଲ ଥାୟଲେନ୍‌ ବ୍ଲୋଣ୍ଡେୟୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ମଜାମସ୍ତି କରୁଥିବା ନଜର ଆସିଛନ୍ତି। ଥାୟଲେନ୍‌ ୪ ବର୍ଷ ବୟସରୁ ମଡେଲିଂରେ ନାଁ କମାଇଛନ୍ତି। ବର୍ତ୍ତମାନ ସେ ଦୁନିଆର ସବୁଠୁ ସୁନ୍ଦରୀ ଯୁବତୀ। ସୋସିଆଲ ମିଡିଆରେ ତାଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା।

୨୦୦୭ରେ ଥାୟଲେନ୍‌ଙ୍କୁ ଟିସି କ୍ୟାଲେଣ୍ଡରରେ ୧୦୦ ସୁନ୍ଦରୀଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଲିଷ୍ଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ହଲିଉଡ୍‌ର ଆଉ କିଛି କଳାକାର ସାମିଲ ଥିଲେ। ଯେତେବେଳେ ଥାୟଲେନ୍‌ଙ୍କୁ ଏହି ତାଲିକାରେ ସାମିଲ କରାଗଲା ଏହାର ଠିକ୍‌ ଦୁଇବର୍ଷ ପୂର୍ବରୁସେ ମଡେଲିଂରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ୪ ବର୍ଷ ବୟସରୁ ର଼୍ୟାମ୍ପ ଶୋ’ରେ ଭାଗ ନେଇଆସୁଛନ୍ତି। ତାଙ୍କ ମା’ ଜଣେ ଫ୍ୟାଶନ ଡିଜାଇନର। ୬ ବର୍ଷ ବୟସରେ ଥାୟଲେନ୍‌ଙ୍କ ଏକ ଫଟୋ ଭାଇରାଲ ହୋଇଥିଲା। ଏହା ପରେ ସେ ଦୁନିଆର ସବୁଠୁ ସୁନ୍ଦର ଝିଅ ଭାବେ ପରିଚିତ ହୋଇଥିଲେ।

ଏହା ପରେ ୧୦ ବର୍ଷ ବୟସରେ ସେ ବିବାଦଘେରକୁ ଆସିଥିଲେ। ଏକ ଫଟୋଶୁଟ୍‌ ସମୟରେ ସେ ଗୋଲ୍ଡ ଡ୍ରେସ୍‌, ହାଇହିଲ୍ସ ଏବଂ ମେକ୍‌ଅପ୍‌ରେ ନଜର ଆସିଥିଲେ। ତାଙ୍କର ଏହି ଫଟୋ ଦେଖି ଲୋକେ ସେକ୍ସୁଆଲାଇଜ୍‌ ପାଇଁ ଏପରି ଫଟୋ ଉଠାଇଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗରେ ଥାୟଲେନ୍‌ଙ୍କ ମା’ କହିଥିଲେ, କିଛି ଲୋକଙ୍କ ପାଇଁ ଏହା ଶକିଂ। ମୁଁ ଏପରି ଫଟୋଶୁଟ୍‌ କରିବାକୁ ଇଚ୍ଛା କରିଥିଲି। ଏହି ଫଟୋରେ ମୋ ଝିଅ ଯେଉଁ ହାର ପିନ୍ଧିଥିଲା ଏହାର ଦାମ୍‌ ୩ ମିଲିୟନ ପାଉଣ୍ଡ୍‌ ଥିଲା।

ଥାୟଲେନ୍‌ ଫୁଟବଲ୍‌ ଖେଳାଳି ପେଟ୍ରିକ୍‌ ବ୍ଲୋଣ୍ଡେୟୁ ଏବଂ ଫ୍ରାନ୍ସ ମଡେଲ ବେରୋନିକାଙ୍କ ଝିଅ। ଥାୟଲେନ୍‌ଙ୍କୁ ଏବେ ୨୦ ବର୍ଷ। ତାଙ୍କର ଇନ୍‌ଷ୍ଟାଗ୍ରାମରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ତାଙ୍କ ନିଜ କ୍ଲୋଣ୍ଡିଂ ବ୍ରାଣ୍ଡ୍‌ର ସୋସିଆଲ ମିଡିଆରେ ପ୍ରମୋଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri