Categories: ଫୁରସତ

ଏହିଠାରେ ନିର୍ମାଣ ହେଉଛି ଦେଶର ସବୁଠୁ ସୁନ୍ଦର ବ୍ରିଜ୍‌, ଖର୍ଚ୍ଚ ହେବ ୨୫୦ କୋଟିରୁ ଅଧିକ

ତାମିଲନାଡୁରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍‌ଓ୍ବେ ସି’ ବ୍ରିଜ୍‌ ନିର୍ମାଣ ଚାଲିଛି। ଏହି ବ୍ରିଜ୍‌ର ନାମ ନ୍ୟୁ ପମ୍ବନ। ଏହି ବ୍ରିଜ୍‌ ଆସନ୍ତା ମାର୍ଚ୍ଚରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ଏହି ବ୍ରିଜ୍‌ର କିଛି ଫଟୋ ବି ଶେୟାର କରାଯାଇଛି। ଏହା ହେଉଛି ଦେଶର ପ୍ରଥମ ରେଲ୍‌ଓ୍ବେ ବ୍ରିଜ୍‌। ସମୁଦ୍ର ଉପରେ ଭର୍ଟିକାଲ ଲିଫ୍ଟ ରୂପରେ ଏହାକୁ ତିଆରି କରାଯାଉଛି। ଏହା ଉପରେ ରେଲଓ୍ବେର ଡବଲ ଲାଇନ୍‌ କରାଯିବ। ଏହି ବ୍ରିଜ୍‌ର ଲମ୍ବ ୨ କିଲୋମିଟରରୁ ଅଧିକ ହେବ। ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚରେ ପୂରା ହେବ। ବ୍ରିଜ୍‌ଟି ତାମିଲନାଡୁରୁ ରାମେଶ୍ୱରମ୍‌କୁ ଯୋଡ଼ା ହେବ।

ଆଧୁନିକ ଜ୍ଞାନକୌଶଳରେ ସହାୟତାରେ ଏହା ନିର୍ମାଣ କରାଯାଉଛି। ଏହି ବ୍ରିଜ ନିର୍ମାଣରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।

Share