ମଶା ନେଇଛି ୫୪ ମୁଣ୍ଡ

ଅନୁଗୋଳ ଅଫିସ, ୨ା୮:  ମଶାଜନିତ ରୋଗରେ ଯାଉଛି ମଣିଷ ଜୀବନ। କେତେବେଳେ ମଶା ମ୍ୟାଲେରିଆର ବାହାକ ସାଜୁଛି ତ କେବେ ଡେଙ୍ଗୁ ରୋଗରେ ଆକ୍ରାନ୍ତ କରୁଛି। ଗତ ୧୦ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ଏହି ଦୁଇ ରୋଗରେ ମୋଟ୍‌ ୫୪ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରୁ ମ୍ୟାଲେରିଆରେ ସର୍ବାଧିକ ୨୮ ଓ ଡେଙ୍ଗୁରେ ୨୬ ରୋଗୀଙ୍କ ଜୀବନହାନି ଘଟିଛି। ତେବେ ୨୦୨୧ ବର୍ଷରେ ଜିଲାରେ ମାଲେରିଆ କି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ। ତଥାପି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମଶାଜନିତ ରୋଗ ନିପାତ ପାଇଁ ଉଦ୍ୟମ ଜାରି ରହିଛି। ବିଶେଷକରି ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ସଚେତନ କରାଯିବା ସହ ଔଷଧବୁଡ଼ା ମଶାରି ବଣ୍ଟନ କରାଯାଉଛି।
ମେଡିକାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଅତୀତରେ ମ୍ୟାଲେରିଆ ରୋଗ ଦେଖାଦେଇଛି। ତାଳଚେର, ବଅଁରପାଳ, ଛେଣ୍ଡିପଦା, ଅନୁଗୋଳରେ ଡେଙ୍ଗୁ ରୋଗ ଡରାଇଛି। ଚଳିତବର୍ଷ ଏହି ଦୁଇ ରୋଗ ଦେଖାଦେଇ ନ ଥିଲେ ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ନିଧି ରଥ ଜିଲାରେ ଗଡ଼ୁଛି। ୨୦୧୧ ମସିହାରେ ୧୦ ହଜାର ୩୧୬ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୨ରେ ୭ ହଜାର ୬୭୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୩ରେ ୧୧ ହଜାର ୫୩୩ ଜଣ ରୋଗୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୪ରେ ୨୭ ହଜାର ୬୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କ ଜୀବନ ଯାଇଥିଲା। ୨୦୧୫ରେ ୨୯ ହଜାର ୮୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ରେ ୧୭ ହଜାର ୨୭୨ ଜଣ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ୨ ଜଣ, ୨୦୧୭ରେ ୯ ହଜାର ୮୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ୬୪୭ ଜଣ ଆକ୍ରାନ୍ତ ହୋଇଥିଲେ। ୨୦୧୯ରେ ମାତ୍ର ୨୬ ଓ ୨୦୨୦ରେ ୧୦୯ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବାବେଳେ ୩ ଜଣଙ୍କ ଜୀବନ ଯାଇଥିଲା। ୨୦୨୧ରେ ଜିଲାରେ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇନାହାନ୍ତି। ସେହିଭଳି ୨୦୧୧ ବର୍ଷରେ ଜିଲାରେ ଡେଙ୍ଗୁ ରୋଗରେ ୨୩ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ୨୦୧୨ରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇ ନ ଥିଲା। ୨୦୧୩ରେ ଜିଲାରେ ୩ ଜଣଙ୍କ ଜୀବନ ଯାଇଥିଲା। ୨୦୧୪ରେ ୫୪ ଜଣ, ୨୦୧୫ରେ ୫୬, ୨୦୧୬ରେ ୪୫ ଜଣ, ୨୦୧୭ରେ ୧୪ ଜଣ, ୨୦୧୮ରେ ୩୪, ୨୦୧୯ରେ ୩୫, ୨୦୨୦ରେ ଜିଲାରେ ମାତ୍ର ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି। ଜିଲାରେ ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ଆଶା ଓ ସ୍ବାସ୍ଥ୍ୟକର୍ମୀଙ୍କୁ କାମରେ ଲଗାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମସ୍ତେ ସଚେତନ ରୁହନ୍ତୁ
ଚଳିତବର୍ଷ ଅନୁଗୋଳ ଜିଲାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇନାହାନ୍ତି। ତଥାପି ଲୋକଙ୍କୁ ସଚେତନ କରିବାକୁ ସମସ୍ତ ଉପଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ପଡ଼ୋଶୀ ଜିଲାରେ ଡେଙ୍ଗୁ ରୋଗୀ ବାହାରିଥିବାରୁ ସମସ୍ତେ ସଚେତନ ରୁହନ୍ତୁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ସଂଖ୍ୟାରେ ଅଙ୍କୁଶ ଲାଗିଛି
ଜିଲାରେ ପୂର୍ବପେକ୍ଷା ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ଅଙ୍କୁଶ ଲାଗିଛି। ଲୋକମାନେ ଘର ଅଗଣା ଓ ଚତୁଃପାର୍ଶ୍ୱ ସଫା ରଖିଲେ ବର୍ଷାଦିନେ ଏହି ରୋଗ ବ୍ୟାପିବ ନାହିଁ। ବିଶେଷକରି ଜିଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳକୁ ସ୍ବତନ୍ତ୍ର ଟିମ୍‌ ଯାଇ ଲୋକଙ୍କୁ ସଚେତନ କରୁଛି।
-ଡାକ୍ତର ତ୍ରିଲୋଚନ ପ୍ରଧାନ,
ସିଡିଏମ୍‌ଓ, ଅନୁଗୋଳ

ଲୋକେ ସଚେତନ ହେଉନାହାନ୍ତି
ମଶାଜନିତ ରୋଗକୁ ଲୋକେ ଗୁରୁତ୍ୱର ସହ ନେଉନାହାନ୍ତି। ବର୍ଷାଦିନେ ପରିବେଶ ନିର୍ମଳ ରଖୁନାହାନ୍ତି କି ମଶାରି ଟାଣି ଶୋଉନାହାନ୍ତି। ତେଣୁ ମଶାଜନିତ ରୋଗ ସମସ୍ୟା ଦେଖାଦେଉଛି। ଲୋକମାନେ ସଚେତନ ହେଲେ ଏହି ରୋଗ ଅନୁଗୋଳରୁ ନିପାତ ହୋଇପାରିବ।
-ବିଶ୍ୱଜିତ୍‌ ବିଶ୍ୱାଳ, ଅନୁଗୋଳ

ସହର ସଫେଇ ହେଉନି
ଲୋକମାନଙ୍କୁ ଠିକ୍‌ ଭାବେ ପ୍ରଶାସନ ପକ୍ଷରୁ ସଚେତନ କରାଯାଉ ନାହିଁ। ଦୁର୍ଗମ ଅଞ୍ଚଳ କଥା କହିବା ପୂର୍ବରୁ ପ୍ରଶାସନ ସହରାଞ୍ଚଳ କଥା ଚିନ୍ତା କରୁ। ଅନୁଗୋଳ ସହରକୁ କେତେ ସ୍ବଚ୍ଛ କରାଯାଇଛି ତାହା ସ୍ପଷ୍ଟ କରାଯିବା ଉଚିତ। ଏବେ ବି ସହରର ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି।
-ସ୍ବରୂପ ପାଢ଼ୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri