Categories: ବାଣିଜ୍ୟ

ଶ୍ରୀଦୁର୍ଗାରୁ ‘ଯେତେ କିଣିବେ ସେତେ ଜିତିବେ’

ଭୁବନେଶ୍ୱର,୨୦।୯: ରାଜ୍ୟର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଷ୍ଟୋର ‘ଶ୍ରୀଦୁର୍ଗା’ରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ଏକ ଅଭିନବ ଅଫର‘ଯେତେ କିଣିବେ ସେତେ ଜିତିବେ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଫାମିଲି ଷ୍ଟୋରରୁ ଗ୍ରାହକ ଯେତେ ସାମଗ୍ରୀ କ୍ରୟ କରିବେ ସେତେ ପରିମାଣର ପୁରସ୍କାର ମଧ୍ୟ ପାଇବାର ସୁଯୋଗ ରହିଛି। ଚଳିତ ପୂଜାରେ ଗ୍ରାହକମାନଙ୍କୁ ଅଧିକ ଆକର୍ଷଣ କରିବା ଲକ୍ଷ୍ୟରେ ଷ୍ଟୋରରେ ସମସ୍ତ ପ୍ରକାର ମନୋଲୋଭା ଶାଢ଼ି, ବ୍ରାଣ୍ଡେଡ ପୋଷାକ, ମହିଳା ଓ ପୁରୁଷଙ୍କ ନିମନ୍ତେ ଡିଜାଇନର ପରିଧାନ ଉପଲବ୍ଧ ରହିଛି। ସେହିଭଳି ଲକି ଡ୍ର ମାଧ୍ୟମରେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜିତିବାର ଏକ ଅଭୂତପୂର୍ବ ସୁଯୋଗ ମଧ୍ୟ ରହିଛି। ଏହି ଅଫର୍‌ ଜରିଆରେ ପ୍ରତ୍ୟେକ ୯୯୯ ଟଙ୍କାର କ୍ରୟ ଉପରେ ଲକି ଡ୍ର’ କୁପନ ରହିଛି। ଏପରିକି ସାପ୍ତାହିକ ଲକି ଡ୍ର’ ଏବଂ ମେଗା ଲକି ଡ୍ର’ରେ ଗ୍ରାହକଙ୍କ ପାଇଁ ସୁଜୁକି ଆକ୍ସେସ୍‌, ବ୍ରାଣ୍ଡେଡ୍‌ ରେଫ୍ରିଜରେଟର, ୱାଶିଂ ମେଶିିନ, ଇଣ୍ଡକ୍ସନ ଚୁଲା, ୱେଟ୍‌ ଗ୍ରାଇଣ୍ଡର୍‌ ଭଳି ପୁରସ୍କାର ରହିଛି। ଏତଦ୍‌ବ୍ୟତୀତ ଷ୍ଟୋରରେ ଆହୁରି ଅନେକ ଆକର୍ଷଣୀୟ ଅଫର ୩,୪୯୯ ଟଙ୍କାର କ୍ରୟ ଉପରେ ଅଧିକ ୪୯ଟଙ୍କା ଦେଲେ ଗ୍ରାହକ ପାଇବେ ୪୨୨ଟଙ୍କାର ହଟ୍‌ପଟ୍‌ । ସେହିଭଳି ୮,୯୯୯ ଟଙ୍କାର କ୍ରୟ ଉପରେ ଅଧିକ ୯୯ ଟଙ୍କା ଦେଲେ ୧୨୯୯ ଟଙ୍କାର କିଙ୍ଗ୍‌ ସାଇଜ୍‌ ବେଡ୍‌ସିଟ୍‌, ୧୩,୯୯୯ ଟଙ୍କାର କ୍ରୟ ଉପରେ ୯୯ ଟଙ୍କା ଦେଲେ ୧୪୭୫ ଟଙ୍କାର ମବ୍‌ (ଘରପୋଛା), ୨୧,୯୯୯ ଟଙ୍କାର କ୍ରୟ ଉପରେ ୯୯ଟଙ୍କା ଦେଲେ ୩୪୯୫ ଟଙ୍କାର ମିକ୍ସର ଗ୍ରାଇଣ୍ଡରର ଅଫର୍‌ ରହିଛି । ଏହି ଅଫର୍‌ ଅକ୍ଟୋବର ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଅଶୋକନଗର ଏବଂ ପାତ୍ରପଡ଼ା ସମେତ ବ୍ରହ୍ମପୁର ବିଗ୍‌ବଜାର ଷ୍ଟୋରରୁମରେ ମଧ୍ୟ ଉପଲବ୍ଧ ରହିଛି।

Share