ଶୁକ୍ରବାର ରାତିରେ ରାଶି ପରିବର୍ତ୍ତନ କରିବେ ଚନ୍ଦ୍ର: ବୃଷ-ସିଂହ ସହ ଏହି ରାଶିଙ୍କୁ ଫାଇଦା ହିଁ ଫାଇଦା, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬ ରାତି ୭ଟା ୮ ମିନିଟ୍‌ରେ ଚନ୍ଦ୍ର ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ଏହି ଗୋଚର ୧୪ ସେପ୍ଟେମ୍ବର ରାତି ୧ଟା ୨୬ ମିନିଟ ପର୍ଯ୍ୟନ୍ତ ରହିବ। ଜ୍ୟୋତିଷ ମତରେ ଚନ୍ଦ୍ରଙ୍କ କନ୍ୟା ରାଶିରେ ପ୍ରବେଶ କିଛି ରାଶି ପାଇଁ ଶୁଭ ଫଳ ଆଣିପାରେ। ବିଶେଷକରି ବୃଷ, ସିଂହ ଓ ବିଛା ରାଶିର ଲୋକଙ୍କୁ ଧନଲାଭ ସହ କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିପାରେ।

ବୃଷ ରାଶିର ପଞ୍ଚମ ଭାବରେ ଚନ୍ଦ୍ରଙ୍କ ଗୋଚର ହେବ। ଏହା ଆର୍ଥିକ ଦୃଷ୍ଟିରୁ ଶୁଭ ହୋଇପାରେ। ଆୟର ନୂଆ ଉତ୍ସ ମିଳିବା ସହ ନିବେଶରୁ ଲାଭ ମିଳିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କୁ ସଫଳତା ମିଳିପାରେ। ଚାକିରି କରୁଥିବା ଲୋକଙ୍କୁ ସିନିୟରଙ୍କ ପ୍ରଶଂସା ମିଳିପାରେ। ଆତ୍ମବିଶ୍ୱାସ ବଢ଼ିବା ସହ କିଛି ଲୋକ ନିଜର ବ୍ୟବସାୟ ଆରମ୍ଭ କରିବା ନେଇ ଯୋଜନା କରିପାରନ୍ତି।

ସିଂହ ରାଶିର ଦ୍ୱିତୀୟ ଭାବ ଅର୍ଥାତ୍‌ ଧନ ଭାବରେ ଚନ୍ଦ୍ରଙ୍କ ଗୋଚର ହେବ। ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଯେଉଁଠାରୁ ଧନଲାଭର ଆଶା ନଥିଲା, ସେଠାରୁ ମଧ୍ୟ ଟଙ୍କା ମିଳିପାରେ। ବ୍ୟବସାୟୀଙ୍କ ଅଟକି ରହିଥିବା ଚୁକ୍ତି ପୁଣି ଆରମ୍ଭ ହୋଇପାରେ। ପୈତୃକ ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟ ବିସ୍ତାର କରିପାରନ୍ତି। ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିବାର ସମ୍ଭାବନା ରହିଛି। ସନ୍ତାନ ପକ୍ଷରୁ ମଧ୍ୟ ଖୁସି ଖବର ମିଳିପାରେ।

ବିଛା ରାଶିର ଏକାଦଶ ଭାବରେ ଚନ୍ଦ୍ରଙ୍କ ଗୋଚର ହେବ। ଜ୍ୟୋତିଷରେ ଏକାଦଶ ଭାବକୁ ଲାଭର ଭାବ ବୋଲି କୁହାଯାଏ। ତେଣୁ ଏହି ଗୋଚର ସମୟରେ ଆର୍ଥିକ ଲାଭର ସୁଯୋଗ ବଢ଼ିପାରେ। କିଛି ଲୋକଙ୍କ ଆୟ ବୃଦ୍ଧି ହୋଇପାରେ। ଦୀର୍ଘଦିନ ଧରି ଅଟକିଥିବା ଟଙ୍କା ଫେରି ପାଇବାର ଯୋଗ ରହିଛି। ବିଦେଶ ଯିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ମଧ୍ୟ ଭଲ ଖବର ଆସିପାରେ। ବେରୋଜଗାରଙ୍କୁ ଚାକିରିର ସୁଯୋଗ ମିଳିପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ବଡ଼ ଭାଇ-ଭଉଣୀଙ୍କ ସହଯୋଗ ମଧ୍ୟ ମିଳିପାରେ।

Dharitri – Odisha’s No.1 Odia Daily

Share
Tags: rashiphala