Categories: HomeHome Left

ପ୍ରଧାନମନ୍ତ୍ରୀଙ୍କୁ ‘ଝାଲମୁଢ଼ି’ ଖୁଆଇଥିବା ଦୋକାନୀଙ୍କ ମାସିକ ଆୟ ଜାଣିଲେ ଉଡ଼ିଯିବ ହୋସ୍‌

କୋଲକାତା,୨୧।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ତାଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତି ଏବେ ଟ୍ରେଣ୍ଡରେ ଅଛନ୍ତି।
ନିର୍ବାଚନ ପ୍ରଚାର ସମୟରେ ବିକ୍ରମ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଝାଲମୁଢି ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀ ଏହାକୁ ଖାଇ ପ୍ରଶଂସା କରିବା ସହ ତାଙ୍କ ନାମ ଏବଂ ଠିକଣା ପଚାରିଥିଲେ ଏବଂ ତାଙ୍କ ପରିବାର ବିଷୟରେ ପଚାରିବାକୁ ଚେଷ୍ଟା କରିଥିଲେ। ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସବୁକିଛି ଏତେ ସୁନ୍ଦର ଥିଲା ଯେ ତାଙ୍କ ଚାରିପାଖରେ ଥିବା ଲୋକମାନେ ତାଳି ମାରିବାକୁ ଲାଗିଥିଲେ।

ବିକ୍ରମ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ତାଙ୍କ ଶିକ୍ଷା, ଗାଁ ଏବଂ ପରିବାର ବିଷୟରେ ପଚାରି ନ ଥିଲେ ବରଂ ତାଙ୍କ ଆୟ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରତିଦିନ ୧,୦୦୦ ରୁ ୧,୨୦୦ ଟଙ୍କା ସେ ରୋଜଗାର କରନ୍ତି। ତାଙ୍କର ମାସିକ ଆୟ ୩୦,୦୦୦ ରୁ ୩୫,୦୦୦ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

ବିକ୍ରମ କହିଛନ୍ତି,ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡି ତାଙ୍କ ଦୋକାନ ଆଗରେ ଅଟକିଲା ମୁଁ ପ୍ରଥମେ ସ୍ତବ୍ଧ ହୋଇଯାଇଥିଲି। ହସି ହସି ପ୍ରଧାନମନ୍ତ୍ରୀ ପ୍ରଥମେ ତାଙ୍କ ନାଁ ସହ ମୋ ମାତାପିତାଙ୍କ ବିଷୟରେ ପଚାରିଲେ। ପ୍ରଧାନମନ୍ତ୍ରୀ ଧ୍ୟାନ ଦେଇ ସବୁ ଶୁଣିଲେ ଝାଲମୁଢିର ମୂଲ୍ୟ ପଚାରିଲେ। ମୁଁ ଗ୍ରହଣ କରିବାକୁ ମନା କଲେ ସୁଦ୍ଧା ପ୍ରଧାନମନ୍ତ୍ରୀ ମୂଲ୍ୟ ଦେଲେ। ଏହି ସମୟରେ ମୁଁ ନର୍ଭସ ଥିଲି ଯେ, ତାଙ୍କୁ ଅଟୋଗ୍ରାଫ ମାଗିବା କଥା ଚିନ୍ତା କରି ନ ଥିଲି। ଏବେ ଭାବୁଛି ମୁଁ ଗୋଟେିଏ ବଡ଼ ଭୁଲ କରିଛି। ଏହି ଅନୁତାପ ଏବେ ସାରା ଜୀବନ ରହିବ।

ସୂଚନାଯୋଗ୍ୟ, ବିକ୍ରମ ବିହାରର ଗୟାରୁ ଆସିଥିଲେ ଏବଂ ଦାରିଦ୍ର୍ୟ ଯୋଗୁ ନବମ ଶ୍ରେଣୀ ପରେ ତାଙ୍କ ପାଠପଢ଼ା ଛାଡି କୋଲକାତା ପଳାଇ ଆସିଥିଲେ।

 

Dharitri – Odisha’s No.1 Odia Daily

 

Share