ଗ୍ରାମାଞ୍ଚଳରେ ଦୁର୍ନୀତିର ଚିତ୍ର: ମାସେ ବି ତିଷ୍ଠିଲାନି

ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍‌ୱେଲ୍‌ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି। ଏଥିପାଇଁ ଗୋଟିଏ ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରାଯାଇଛି। ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଓରେଡା) ଦ୍ୱାରା ପର୍ଯ୍ୟାୟକ୍ରମେ ମୋଟ ୧୩,୨୧୯ କରାଯାଇଛି। ଏହି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ପାଇଁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିବାବେଳେ ସେଗୁଡ଼ିକ ମଧ୍ୟରୁ ଅନେକ ମାସେ ବି ତିଷ୍ଠି ପାରିଲା ନାହିଁ। ଏବେ ରାଜ୍ୟରେ ୭୩୯ଟି ପ୍ରକଳ୍ପ ଅଚଳ ହୋଇପଡ଼ିରହିଛି, ଯାହା ସିଆର୍‌ସି(କଷ୍ଟମର ରିଲେସନଶିପ ସେଣ୍ଟର)ର ଗତ ୨୭ ତାରିଖ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ବାସ୍ତବରେ ଅଚଳ ପ୍ରକଳ୍ପ ସଂଖ୍ୟା ବହୁ ଅଧିକ ବୋଲି ବିଭିନ୍ନ ସ୍ଥାନରୁ ହେଉଥିବା ଅଭିଯୋଗ ଜଣାପଡ଼ିଛି। ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ଅନୁଦାନର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍‌ କରାଯାଇଥିବାରୁ ଉକ୍ତ ପ୍ରକଳ୍ପଗୁଡ଼ିକ ଦ୍ୱାରା ଲୋକେ ଉପକୃତ ହୋଇପାରୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ ପାଉଛି। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ୍‌) ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଛନ୍ତି।
ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଓ ଅନୁଦାନ ହରିଲୁଟ ମନୋଭାବ ଯୋଗୁ ଲୋକଙ୍କୁ ଅନେକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ମାସେ ବି ଜଳ ଯୋଗାଇ ପାରିନାହିଁ। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଜିଲାର ବଡ଼ଚଣା ବ୍ଲକ ଅଧୀନ ଅସିଆ, ଆକବରବାଦ, ଚଣ୍ଡିତଳ, ଚାରିନଙ୍ଗଳ, ପତରାଜପୁର, ବରଗଡ଼, ପରିଆ, ବନ୍ଧପାଲି, ସାଳପଡ଼ା ଓ ରାଇଝର, ଦାନଗଦି ବ୍ଲକର ଅଙ୍କୁରପାଳ, ଭିତରମାଣିକ, ଗୋଲଗାଁ ଓ ଟୁଙ୍ଗେଇସୁନି, ଧର୍ମଶାଳା ବ୍ଲକର ରଘୁନାଥପୁର, ବିଛାଖଣ୍ଡି, ଝଟିଆପଡା, ବଡବରିସାହି, ଫଜଲପୁର ଓ ତାଳଜଙ୍ଗା, ସୁକିନ୍ଦା ବ୍ଲକର ବହୁଚର୍ଚ୍ଚିତ ନଗଡ଼ା, ଛତାନଗର, ନୂଆଗାଁ, ପାଟଣା, ମିର୍ଗିଚରା ଓ ତଳଙ୍ଗି ଗ୍ରାମର ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଏଥିପାଇଁ ଜଳସ୍ତର ଅତିନିମ୍ନ, ମେଶିନ ଯନ୍ତ୍ରାଂଶ ନ ମିଳିବା, ବୋର୍‌ କୋଲାପ୍ସ, ମଦରବୋର୍ଡ ଚୋରି, ସୋଲାର ପ୍ୟାନେଲ ଭାଙ୍ଗିଯିବା, ପମ୍ପ ଓ ମୋଟର ହଜିବା ଇତ୍ୟାଦି କାରଣ ଦର୍ଶାଯାଇଛି। ଯାଜପୁର ଜିଲାରେ ଏଯାଏ ୨୬୬ଟି ପ୍ରକଳ୍ପ କରାଯାଇଥିବାବେଳେ ୨୫ଟି ହୋଇଥିବା ସରକାରୀ ଭାବେ କୁହାଯାଇଛି। ବାସ୍ତବରେ ଉଲ୍ଲେଖିତ ଅଚଳ ସଂଖ୍ୟାଠାରୁ ବହୁ ଅଧିକ ସୌରଚାଳିତ ପ୍ରକଳ୍ପ କାର୍ଯ୍ୟରେ ଆସୁ ନ ଥିବା ଲୋକେ ପ୍ରକାଶ କରିଛନ୍ତି। ଏ କଥାକୁ ସ୍ବୀକାର କରିଛନ୍ତି ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜା। ତାଙ୍କ କହିବାନୁଯାୟୀ ଅଚଳ ପ୍ରକଳ୍ପ ସଂଖ୍ୟା ୫୦%ରୁ ଅଧିକ ହେବ। ଏସ୍‌ଡିଓ ଓ ଯନ୍ତ୍ରୀମାନଙ୍କୁ ପ୍ରକୃତ ଅଚଳ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ କୁହାଯାଇଥିବା ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମରାମତି ପାଇଁ ଓରେଡା ଓ ସାମଗ୍ରୀ ଯୋଗାଇଥିବା କମ୍ପାନୀକୁ କୁହାଯାଇଛି ବୋଲି ପରିଜା କହିଛନ୍ତି। ସେହିପରି ସରକାରୀ ତଥ୍ୟ ଅନୁଯାୟୀ, ବଲାଙ୍ଗୀର ଜିଲାରେ ମୋଟ ୨୭୮ ପ୍ରକଳ୍ପ ମଧ୍ୟରୁ ୧୮ଟି ଅଚଳ ହୋଇଥିବାବେଳେ ଅନୁଗୋଳରେ ୩୦୦ରୁ ୨୫, ଦେବଗଡ଼ରେ ୨୫୪ରୁ ୧୬, ନୟାଗଡରେ ୨୭୨ରୁ ୧୫, ବାଲେଶ୍ୱରରେ ୧୭୯ରୁ ୧୧, ବରଗଡ଼ରେ ୨୧୩ରୁ ୩ ପ୍ରକଳ୍ପ ଅଚଳ ହୋଇଛି। ଅନ୍ୟ ଜିଲା ମଧ୍ୟରେ ମୟୂରଭଞ୍ଜରେ ୮୦, କୋରାପୁଟରେ ୫୫, କଳାହାଣ୍ଡିରେ ୪୮, ଗଞ୍ଜାମରେ ୨୮, ବୌଦ୍ଧରେ ୧୧, କଟକରେ ୯, ଢେଙ୍କାନାଳରେ ୨୩, ଗଜପତିରେ ୧୭, ଭଦ୍ରକରେ ୩, ଜଗତ୍‌ସିଂହପୁରରେ ୨, ଝାରସୁଗୁଡ଼ାରେ ୧୦, କନ୍ଧମାଳରେ ୧୭, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୮୩, ଖୋର୍ଦ୍ଧାରେ ୫, ମାଲକାନଗିରିରେ ୧୩, ନବରଙ୍ଗପୁରରେ ୭, ନୂଆପଡ଼ାରେ ୧୦, ପୁରୀରେ ୮, ରାୟଗଡ଼ାରେ ୨୬, ସମ୍ବଲପୁରରେ ୩୭, ସୁବର୍ଣ୍ଣପୁରରେ ୧୭ ଓ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୧୧୬ଟି ସୌରଚାଳିତ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସୁନ୍ଦରଗଡ଼ ଜିଲାରେ ଅଚଳ ପ୍ରକଳ୍ପ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଜଣେ ବିଭାଗୀୟ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏପରି କି ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ଯାଏ ଥିବାବେଳେ ତାହା କରାଯାଉ ନ ଥିବା ସେ କହିଛନ୍ତି। ଏଭଳି ପରିସ୍ଥିତି ଯୋଗୁ ରାଜ୍ୟରେ ହାରାହାରି ପ୍ରାୟ ୩୦ କୋଟି ଟଙ୍କା ବରବାଦ ହୋଇଯାଇଛି।
ମାଲକାନଗିରି ଜିଲା ଦାୟିତ୍ୱରେ ଥିବା ଓରେଡା ଉପ ନିର୍ଦ୍ଦେଶକ ଅରୁଣ କୁମାର ମହାପାତ୍ର କହିଛନ୍ତି ଯେ, ଜିଲାର ୩୮୨ ପ୍ରକଳ୍ପରୁ ୨୫ଟି ଅଚଳ ହୋଇଛି। ଅନେକ ପ୍ରକଳ୍ପର ମରାମତି ଆବଶ୍ୟକ ହେଲାଣି। ଆସନ୍ତା ମାସେ ମଧ୍ୟରେ ଏହି ପ୍ରକଳ୍ପଗୁଡିକୁ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ହସ୍ତାନ୍ତର କରାଯିବ। ଏହାର ରକ୍ଷଣାବେକ୍ଷଣ ଏବଂ ଜଳ ଯୋଗାଣ ଦାୟିତ୍ୱ ଆମ ବିଭାଗ ଆଉ ବୁଝିବ ନାହିଁ ବୋଲି ସେ କହିଛନ୍ତି।
ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ (ଏନ୍‌ଆର୍‌ଡିଡବ୍ଲ୍ୟୁପି) ଜରିଆରେ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ଖର୍ଚ୍ଚରେ ୯୦୦ ଡବ୍ଲ୍ୟୁପି କ୍ଷମତା ବିଶିଷ୍ଟ ପ୍ରକଳ୍ପରେ ୧ ଏଚ୍‌ପି ସବ୍‌ମରସିବଲ ପମ୍ପ ସ୍ଥାପନ ହୋଇଥାଏ। ଏହି ପମ୍ପ ବଳରେ ଦୈନିକ ୮ ହଜାରରୁ ୧୦ ହଜାର ଲିଟର ପର୍ଯ୍ୟନ୍ତ ଜଳଯୋଗାଣ ହୋଇଥାଏ। ହେଲେ କେତେକ ବୋର୍‌ୱେଲ୍‌ ଆବଶ୍ୟକ ଗଭୀର ପର୍ଯ୍ୟନ୍ତ ଖନନ ହୋଇ ନଥିବାରୁ ସୌରଚାଳିତ ପ୍ରକଳ୍ପ ଅକାମୀ ହେଉଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତର ପଥୁରିଆ ବସ୍ତିରେ ଟାଟା ପାୱାର ଜରିଆରେ ହୋଇଥିବା ପ୍ରକଳ୍ପ ୬୪୨ ଦିନ ଚାଲିବା ପରେ ଅଚଳ ହୋଇ ପଡ଼ିଥିଲା। ସେହିପରି ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତର ମିର୍ଗିଚରା, ଚିଙ୍ଗୁଡିପାଳ ପଞ୍ଚାୟତ ଛତାନଗର ଗ୍ରାମର ମୁଣ୍ଡାସାହି ଓ କଅଁସ ପଞ୍ଚାୟତର ତଳଙ୍ଗୀ ଗ୍ରାମର ପେଠସାହିରେ ଭୂତଳ ଜଳ କମ୍‌ ରହିଥିବାରୁ ତାହା ଅଚଳ ହୋଇ ପଡିଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଥିଲା।
ଅଚଳ ପ୍ରକଳ୍ପ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ରିପୋର୍ଟ ମାଗିବା ପରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୩ ସୁଦ୍ଧା ଅଚଳ ପ୍ରକଳ୍ପଗୁଡିକର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ଗତ ୨୭ ତାରିଖରେ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଓରେଡା ସଂସ୍ଥାକୁ ଏନେଇ ସୂଚିତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାହୀ ଯନ୍ତ୍ରୀମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri