ଜୁନ୍‌ ୩ୟ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଶାନ୍ତ ମହାସାଗରରେ ‘ଲା-ନିନା’ ପ୍ରଭାବ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିବ। ଭାରତ ମହାସାଗରରେ ଡାଇପୋଲ ନକାରାତ୍ମକ ସ୍ଥିତି କାରଣରୁ ସମୁଦ୍ର ଉପରିଭାଗ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ମୌସୁମୀ ଆଗମନରେ ସୁବିଧା ହେବ। ଏହାର ପ୍ରଭାବରେ ଦେଶରେ ଭଲ ବୃଷ୍ଟିପାତ ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ସ୍ବାଭାବିକ ରହିବ। ଜୁନ୍‌ ତୃତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବ। ଚଳିତବର୍ଷ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଏଭଳି ଅନୁମାନ ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଆଣିଦେଇଛି।
ଚଳିତ ବର୍ଷ ମୌସୁମୀ ଋତୁରେ ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ (ଏଲ୍‌ପିଏ)ର ୯୬ରୁ ୧୦୪% ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି। ୧୯୭୧ରୁ ୨୦୨୦ ମଧ୍ୟରେ ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ ୮୭% ଭାବେ ଆଇଏମ୍‌ଡି ଗ୍ରହଣ କରିଆସୁଛି। ପରିମାଣ ଦୃଷ୍ଟିରୁ ଦେଖିଲେ, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ଏଲ୍‌ପିଏର ୯୯% ରହିବ ଅଥବା ଏଥିରେ ୫% ଅଧିକ କିମ୍ବା କମ୍‌ ହୋଇପାରେ। ସ୍ବାଭାବିକ ବୃଷ୍ଟିପାତର ୪୦% ସମ୍ଭାବନା ରହିଛି। ସ୍ବାଭାବିକଠାରୁ ଅଧିକ (ଏଲ୍‌ପିଏର ୧୦୪ରୁ ୧୧୦ ପ୍ରତିଶତ) ବର୍ଷା ହେବାର ୧୫% ଏବଂ ୧୧୦% ରୁ ଅଧିକ ବର୍ଷା ହେବାର ୫% ସମ୍ଭାବନା ରହିଛି। ସେହିପରି ସ୍ବାଭାବିକଠାରୁ କମ୍‌ (ଅର୍ଥାତ୍‌ ଏଲ୍‌ପିଏର ୯୦ରୁ ୯୬ ପ୍ରତିଶତ) ବୃଷ୍ଟିପାତ ସମ୍ଭାବନା ୨୬% ଥିବାବେଳେ ଏହାଠାରୁ କମ୍‌ ବର୍ଷା ହେବାର ୧୪% ସମ୍ଭାବନା ଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।
ଆକଳନ ଅନୁଯାୟୀ ଉତ୍ତର ଭାରତ, କେନ୍ଦ୍ରାଞ୍ଚଳ, ହିମାଳୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତରପଶ୍ଚିମ ଭାରତର କେତେକ ଅଞ୍ଚଳରେ ସ୍ବାଭାବିକ ଏବଂ ଏହାଠାରୁ ଅଧିକ ବୃଷ୍ଟିପାତ ହୋଇପାରେ। ସେହିପରି ଉତ୍ତରପୂର୍ବାଞ୍ଚଳ, ଉତ୍ତରପଶ୍ଚିମାଞ୍ଚଳ ଏବଂ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏଥିସହିତ ଭାରତ ମହାସାଗର ଉପରେ ଭାରତ ମହାସାଗର ଡାଇପୋଲ୍‌ (ଆଇଓଡି) ନିରପେକ୍ଷ ସ୍ଥିତିରେ ରହିବ। ଏହା ପରେ ଆଇଓଡିର ନକାରାତ୍ମକ ସ୍ଥିତି ବଢ଼ିବା ସମ୍ଭାବନା ରହିଛି। ପୂର୍ବ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏଲ୍‌-ନିନୋ ସମୁଦ୍ର ଉପରିଭାଗର ତାପମାତ୍ରା ଓ ବାୟୁ ପ୍ରବାହ ଦିଗକୁ ପ୍ରଭାବିତ କରିଥାଏ। ଏହା ଅଧିକାଂଶ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଉପରେ ପ୍ରଭାବ ପକାଇଥାଏ। ଏଲ୍‌- ନିନୋ ଭାରତରେ ମୌସୁମୀ ବର୍ଷାକୁ ହ୍ରାସ କରାଉଥିବାବେଳେ ଲା- ନିନା ବୃଷ୍ଟିପାତ ବଢ଼ାଇଥାଏ। ତଦନୁଯାୟୀ ଜୁନ୍‌ ତୃତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଜୁନ୍‌ରେ ଅଧିକ ବର୍ଷା ହେବ ନାହିଁ। ଜୁଲାଇରେ ବର୍ଷା ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉପକୂଳ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ବୃଷ୍ଟିପାତ ସ୍ବାଭାବିକ ରହିବ। କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ୨୦୧୯, ୨୦୨୦ ଏବଂ ୨୦୨୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ରହିଥିଲା। ଗତବର୍ଷ ଜୁନ୍‌ ଓ ଜୁଲାଇରେ ମୌସୁମୀ ଧୋକା ଦେଇଥିବା ବେଳେ ଅଗଷ୍ଟରେ ପ୍ରବଳ ବର୍ଷା ହୋଇଥିଲା। ବିଳମ୍ବିତ ମୌସୁମୀ ବର୍ଷା ଯୋଗୁ ରାଜ୍ୟରେ ଚାଷ କାର୍ଯ୍ୟ ଠିକ୍‌ ସମୟରେ ଆରମ୍ଭ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri