ଭଦ୍ରକରେ ଲଗାଣ ବର୍ଷା ଓ ପବନ ଜାରି

ଭଦ୍ରକ ଅଫିସ,୨୬ା୫: ବାତ୍ୟା ‘ୟାସ’ ଭଦ୍ରକ ଧାମରା ନିକଟ ଦେଇ ଅତିକ୍ରମ କରୁଥିବା ବେଳେ ଜିଲାରେ ପ୍ରବଳ ବର୍ଷା ହେବା ସହ ଚାନ୍ଦବାଲି ଓ ଧାମରାରେ ପବନର ବେଗ ୧୦୦ରୁ ୧୪୦ କିମି ରହିଛି । ଜିଲାର ସଦ୍ୟତମ ରେନ୍‌ଫଲ ରିପୋର୍ଟ ଅନୁଯାୟୀ, ଚାନ୍ଦବାଲିରେ ସର୍ବାଧିକ ୨୮୮.୩ ମିମି ବର୍ଷା ରେକର୍ଡ ହୋଇଛି । ଏହା ସହ ଭଦ୍ରକ ସଦର ମହକୁମାରେ ୧୬୭, ଧାମନଗରରେ ୧୬୦, ତିହିଡିରେ ୧୪୨,ବାସୁଦେବପୁରରେ୧୨୫ ବନ୍ତରେ ୧୧୭ ଓ ଭଣ୍ଡାରିପୋଖରୀରେ ସର୍ବନିମ୍ନ ୮୪ ମିମି ବର୍ଷା ହୋଇଥିବା ଜଣାଯାଇଛି । ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ଅନେକ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି। ବର୍ଷା କମିବା ପରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ରଞ୍ଜନ ଦାସ।