ମା-ବାପାଙ୍କ ଆଗରେ କୁନିଝିଅକୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ବେଜିଂ,୩୦ା୧୦: ମଣିଷ ସହିତ ମାଙ୍କଡ଼ମାନଙ୍କ ସମ୍ପର୍କ ଯେତିକି ବନ୍ଧୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ବିପଦଜ୍ଜନକ। ଆପଣ ନିଶ୍ଚୟ ଅନେକଥର ଶୁଣିଥିବେ କିମ୍ବା ଦେଖିଥିବେ ମାଙ୍କଡ଼ମାନେ ଜିନିଷ ଉଠାଇ ନେଇ ପଳାନ୍ତି। କିନ୍ତୁ ଯେତେବେଳେ ଏକ ମାଙ୍କଡ଼ ମଣିଷ ପିଲାକୁ ନେଇଯାଏ ସେତେବେଳେ ଏହା ହଇଚଇ ସୃଷ୍ଟି କରେ। ନିକଟରେ ଏକ ବଣୁଆ ମାଙ୍କଡ଼ ତିନି ବର୍ଷର ଝିଅକୁ ତା’ ମା-ବାପାଙ୍କ ଆଗରେ ଟେକି ନେଇଥିବା କୁହାଯାଉଛି। ସେହି ସମୟରେ ଝିଅର ମା-ବାପା କ୍ଷେତରେ କାମ କରୁଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଦକ୍ଷିଣ-ପଶ୍ଚିମ ଗୁଇଜୋଉ ପ୍ରଦେଶରୁ ଏହି ମାମଲା ଆସିଛି। ଯେଉଁଠାରେ ତିନି ବର୍ଷର କୁନି ଝିଅକୁ ଏକ ବଣୁଆ ମାଙ୍କଡ଼ ଉଠାଇ ନେଇଥିଲା ଏବଂ ପରେ ତାଙ୍କୁ ଏକ ବିପଦପୂର୍ଣ୍ଣ ଶିଖର କଡ଼ରେ ଧରି ବସିଥଲା। ଝିଅର ମା ବାପା ଯେତେବେଳେ କ୍ଷେତ କାମରେ ବ୍ୟସ୍ତ ଥିଲେ ମାଙ୍କଡ଼ଟି ଆସି ଝିଅକୁ ନେଇଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ଏକ ବୁଦା ଭିତରୁ ପାଇଥିଲେ।

ଝିଅର ବାପା କହିଛନ୍ତି, ତାଙ୍କ ସ୍ତ୍ରୀ ଝିଅକୁ ଗଛ ଛାଇରେ ବସାଇ କ୍ଷେତରେ କାମ କରୁଥିଲେ। କିଛି ସମୟ ମଧ୍ୟରେ ଝିଅ ସେଠାରେ ନ ଥିଲା। ଗାଁର କେହି ଜଣେ ଭିଡିଓ ଦେଖାଇଥିଲେ, ଯେଉଁଥିରେ ଏକ ବଣୁଆ ମାଙ୍କଡ଼ ଝିଅକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ଗ୍ରାମବାସୀ ଏହା ମଧ୍ୟ କହିଛନ୍ତି ଯେ, ସେ ଏକ ବିରାଟ ମାଙ୍କଡ଼ ଘଟଣାସ୍ଥଳରେ ବୁଲୁଥିବା ଦେଖିଛନ୍ତି।

ବାପା କହିଛନ୍ତି, ଝିଅ ମିଳିଲା ସତ। ଆମେ ବହୁତ ଡରି ଯାଇଥିଲୁ। ଯେତେବେଳେ ସେ ତାଙ୍କ ଝିଅକୁ ପଚାରିଲେ ମାଙ୍କଡ଼ ନେଇ ଯାଇଥିଲା ସେ ହଁ ବୋଲି ଉତ୍ତର ଦେଇଥିଲେ। ଡାକ୍ତରମାନେ ଘଟଣାସ୍ଥଳରେ ପହଞ୍ଚି ଝିଅର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଝିଅଟିକୁ ଅଳ୍ପ ଆଘାତ ଲାଗିଛି। କମ୍‌ ସମୟ ମଧ୍ୟରେ ଝିଅକୁ ସୁରକ୍ଷିତ ଭାବେ ପାଇଥିବାରୁ ବାପା ପୋଲିସକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ...

କାନ ଚିରି ବାହାରିଗଲା ଗୁଳି…ମରଣାନ୍ତକ ଆକ୍ରମଣ ପରେ ବଡ଼ ବୟାନ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି। ଏହି ଗୁଳିମାଡ଼ରେ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳିମାଡ଼, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ୱାଶିଂଟନ୍‌, ୧୪।୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି ।  ପେନ୍‌ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି...

୨୦୬୦ ପରେ କମିବାକୁ ଲାଗିବ ଭାରତର ଜନସଂଖ୍ୟା, ରିପୋର୍ଟରେ ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୧୩।୭: ୨୦୬୦ ପରେ ଭାରତରେ ଜନସଂଖ୍ୟା କମିବା ଆରମ୍ଭ କରିବ। ମିଳିତ ଜାତିସଂଘ ବା ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ୨୦୬୦ରେ ଭାରତର...

ବିମାନରେ ଫାଟିଲା ଲାପଟପ, ଯାତ୍ର୍ରୀ ଭୟଭିତ

ସାନ ଫ୍ୟାନସିସକୋ,୧୩।୭: ଆମେରିକାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଆମି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ ବିସ୍ଫୋରଣ ହୋଇ...

ଚାହୁଁ ଚାହୁଁ ଭାଙ୍ଗି ପଡିଲା ସ୍କୁଲ ଘର, ୨୨ ଛାତ୍ରଙ୍କ ମୃତ୍ୟୁ

ଅବୁଜା,୧୩।୭: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ସ୍କୁଲ କୋଠା ଭୁଶୁଡ଼ିବା ପରେ ୨୨ଜଣ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି। କରିଥିଲେ। ଶୁକ୍ରବାର ସକାଳେ ଉତ୍ତର-ମଧ୍ୟ ନାଇଜେରିଆରେ...

ଜେଲେନ୍‌ସ୍କିଙ୍କୁ ‘ପୁଟିନ’ କହିଲେ ବାଇଡେନ୍‌

ଓ୍ବାଶିଂଟନ, ୧୩।୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌(୮୧)ଙ୍କ ସମସ୍ୟା କମ୍‌ ହେବାର ନାଁ ନେଉନାହିଁ। ଶୁକ୍ରବାର ନାଟୋ ସମ୍ମିଳନୀରେ ସେ...

ମସ୍କୋ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଳକ ଦଳର ୩ ସଦସ୍ୟ ମୃତ

ମସ୍କୋ,୧୨।୭: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଆସିଛି। ଯଦିଓ ଦୁର୍ଘଟଣା ସମୟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri