ମା-ବାପାଙ୍କ ଆଗରେ କୁନିଝିଅକୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ବେଜିଂ,୩୦ା୧୦: ମଣିଷ ସହିତ ମାଙ୍କଡ଼ମାନଙ୍କ ସମ୍ପର୍କ ଯେତିକି ବନ୍ଧୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ବିପଦଜ୍ଜନକ। ଆପଣ ନିଶ୍ଚୟ ଅନେକଥର ଶୁଣିଥିବେ କିମ୍ବା ଦେଖିଥିବେ ମାଙ୍କଡ଼ମାନେ ଜିନିଷ ଉଠାଇ ନେଇ ପଳାନ୍ତି। କିନ୍ତୁ ଯେତେବେଳେ ଏକ ମାଙ୍କଡ଼ ମଣିଷ ପିଲାକୁ ନେଇଯାଏ ସେତେବେଳେ ଏହା ହଇଚଇ ସୃଷ୍ଟି କରେ। ନିକଟରେ ଏକ ବଣୁଆ ମାଙ୍କଡ଼ ତିନି ବର୍ଷର ଝିଅକୁ ତା’ ମା-ବାପାଙ୍କ ଆଗରେ ଟେକି ନେଇଥିବା କୁହାଯାଉଛି। ସେହି ସମୟରେ ଝିଅର ମା-ବାପା କ୍ଷେତରେ କାମ କରୁଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଦକ୍ଷିଣ-ପଶ୍ଚିମ ଗୁଇଜୋଉ ପ୍ରଦେଶରୁ ଏହି ମାମଲା ଆସିଛି। ଯେଉଁଠାରେ ତିନି ବର୍ଷର କୁନି ଝିଅକୁ ଏକ ବଣୁଆ ମାଙ୍କଡ଼ ଉଠାଇ ନେଇଥିଲା ଏବଂ ପରେ ତାଙ୍କୁ ଏକ ବିପଦପୂର୍ଣ୍ଣ ଶିଖର କଡ଼ରେ ଧରି ବସିଥଲା। ଝିଅର ମା ବାପା ଯେତେବେଳେ କ୍ଷେତ କାମରେ ବ୍ୟସ୍ତ ଥିଲେ ମାଙ୍କଡ଼ଟି ଆସି ଝିଅକୁ ନେଇଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ଏକ ବୁଦା ଭିତରୁ ପାଇଥିଲେ।

ଝିଅର ବାପା କହିଛନ୍ତି, ତାଙ୍କ ସ୍ତ୍ରୀ ଝିଅକୁ ଗଛ ଛାଇରେ ବସାଇ କ୍ଷେତରେ କାମ କରୁଥିଲେ। କିଛି ସମୟ ମଧ୍ୟରେ ଝିଅ ସେଠାରେ ନ ଥିଲା। ଗାଁର କେହି ଜଣେ ଭିଡିଓ ଦେଖାଇଥିଲେ, ଯେଉଁଥିରେ ଏକ ବଣୁଆ ମାଙ୍କଡ଼ ଝିଅକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ଗ୍ରାମବାସୀ ଏହା ମଧ୍ୟ କହିଛନ୍ତି ଯେ, ସେ ଏକ ବିରାଟ ମାଙ୍କଡ଼ ଘଟଣାସ୍ଥଳରେ ବୁଲୁଥିବା ଦେଖିଛନ୍ତି।

ବାପା କହିଛନ୍ତି, ଝିଅ ମିଳିଲା ସତ। ଆମେ ବହୁତ ଡରି ଯାଇଥିଲୁ। ଯେତେବେଳେ ସେ ତାଙ୍କ ଝିଅକୁ ପଚାରିଲେ ମାଙ୍କଡ଼ ନେଇ ଯାଇଥିଲା ସେ ହଁ ବୋଲି ଉତ୍ତର ଦେଇଥିଲେ। ଡାକ୍ତରମାନେ ଘଟଣାସ୍ଥଳରେ ପହଞ୍ଚି ଝିଅର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଝିଅଟିକୁ ଅଳ୍ପ ଆଘାତ ଲାଗିଛି। କମ୍‌ ସମୟ ମଧ୍ୟରେ ଝିଅକୁ ସୁରକ୍ଷିତ ଭାବେ ପାଇଥିବାରୁ ବାପା ପୋଲିସକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri