Categories: ଫୁରସତ

ମାଙ୍କଡ଼ ଏପରି କରି ମାସ୍କ୍‌ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ, ୯।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ମାଙ୍କଡ଼ ମୁହଁରେ କନାକୁ ଢ଼ାଙ୍କି ବୁଲୁଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାଦ୍ୱାରା ମାଙ୍କଡ଼ଟି ମଣିଷଙ୍କୁ ମାସ୍କ୍‌ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା ଦେଇଛି। ୧୯ ସେକେଣ୍ଡର ଏହି ଭିଡ଼ିଓକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦା ଟୁଇଟରରେ ଶେୟାର କରିଛନ୍ତି। ବହୁ ୟୁଜର ଏନେଇ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। କେତେକ କହିଛନ୍ତି ଯେ, ମଣିଷ କରୋନା ସଂକ୍ରମଣ ପ୍ରତି ସଚେତନ ନ ଥିବାବେଳେ ପ୍ରାଣୀଙ୍କ ମଧ୍ୟରେ ଏଥିଲାଗି ସଚେତନତା ରହିଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୩୨ ହଜାରରୁ ଅଧିକ ୟୁଜର ଦେଖିସାରିଛନ୍ତି। ସେହିପରି ୩ ହଜାରରୁ ଅଧିକ ୟୁଜର ଏହାକୁ ଲାଇକ୍‌ କରିଛନ୍ତି।

Share