Categories: ଫୁରସତ

ସ୍ମାର୍ଟଫୋନ୍‌ ନିଶାରେ ମାଙ୍କଡ଼, ଭିଡିଓ ଦେଖିଲେ…

ଦିନଥିଲା ଲୋକମାନେ ପରସ୍ପର ପାଇଁ ବହୁତ ସମୟ ଦେଉଥିଲେ। କିନ୍ତୁ ଯେବେଠୁ ସ୍ମାର୍ଟଫୋନ୍‌ ଆସିଲାଣି ସେବେଠାରୁ କାହା ପାଇଁ କାହା ପାଖରେ ସମୟ ନାହିଁ। ପିଲାଠୁ ବୟସ୍କ ଯାଏ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌। ଦିନରାତି ଏକ କରିଦେଉଛନ୍ତି ଏହି ଫୋନ୍‌ ପାଇଁ। ମଣିଷ ତ ଛାଡ଼ ଜୀବଜନ୍ତୁ ବି ସ୍ମାର୍ଟଫୋନ୍‌ ପାଇଁ ପାଗଳ। ଯାହା ଏକ ଭିଡିଓରୁ ବୁଝାପଡୁଛି।

 

ଆଇଏଫ୍‌ଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଗୋଟିଏ ମାଙ୍କଡ଼ଛୁଆ ଜଣେ ବ୍ୟକ୍ତିଙ୍କ ହାତରୁ ସ୍ମାର୍ଟଫୋନ୍‌ ଛଡ଼ାଇବାକୁ ଚେଷ୍ଟା କରୁଛି। ବ୍ୟକ୍ତି ଜଣକ ମାଙ୍କଡ଼ଛୁଆର ଗତିବିଧିକୁ ଲକ୍ଷ୍ୟ କରି ଫୋନ୍‌ଟିକୁ ଦେଇ ନ ଥିଲେ। ଉକ୍ତ ଛୁଆମାଙ୍କଡ଼ଟିର ନଜର କିନ୍ତୁ ଥିଲା ଫୋନ୍‌ ଉପରେ। ସେ ବାରମ୍ବାର ଫୋନ୍‌ ଛଡ଼ାଉଥାଏ। ମା’ ମାଙ୍କଡ଼ ବାରମ୍ବାର ପିଲାଟିକୁ ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ପ୍ରାୟ ୮ ହଜାର ଲୋକ ଲାଇକ୍‌ କରିଛନ୍ତି।

ୟୁଜରମାନେ ମଧ୍ୟ ଏହି ଭିଡିଓରେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଜୀବଜନ୍ତୁଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ନିଶାରେ ପାଗଳ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମା’ ମାଙ୍କଡ଼ ପିଲାକୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛି।

Share