କ୍ଷମା ମାଗିଲେ ମଡେଲ

ଓ୍ବାଶିଂଟନ୍‌,୨।୧୨: ଭାରତୀୟ-ଆମେରିକୀୟ ମଡେଲ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅପର୍ଣ୍ଣା ସିଂ ବାରାଣସୀକୁ ସବୁଠାରୁ ଭୟଙ୍କର ସହର କହି ବିବାଦୀୟ ମନ୍ତବ୍ୟ ଦେବା ପରେ ଏବେ କ୍ଷମା ମାଗିଛନ୍ତି। ଅପର୍ଣ୍ଣା ଟିକ୍‌ଟକ୍‌ରେ ବାରଣସୀର ଏକ ଭିଡିଓ ଶେୟାର କରିବା ସହ କ୍ୟାପ୍‌ସନ୍‌ରେ ଲେଖିଥିଲେ, ସେ ବୁଲିଥିବା ସବୁଠାରୁ ଭୟଙ୍କର ସିଟି। ଉତ୍ତର ପ୍ରଦେଶର ବାରଣସୀକୁ ଭାରତର ପବିତ୍ର ସହର ବୋଲି ବିଶ୍ୱାସ ରହିଛି। ବାରାଣସୀକୁ ନେଇ ହିନ୍ଦୁଙ୍କର ବହୁ ଧର୍ମୀୟ ଭାବନା ରହିଛି। ନିକଟରେ ନଜ ବ୍ରାଣ୍ଡର ଜୁଏଲେରି ତିଆରି କରୁଥିବା ଡିଜାଇନରଙ୍କୁ ଭେଟିବା ପାଇଁ ଅପର୍ଣ୍ଣା ବାରାଣସୀ ଆସିଥିଲେ। ଗଙ୍ଗା ନଦୀରେ ଲୋକଙ୍କ ସ୍ନାନଠାରୁ ଆରମ୍ଭ କରି ସହରକୁ ସେ ଅପରିଷ୍କାର ବୋଲି ପରୋକ୍ଷଭାବେ କହିଥିଲେ। ଟିକ୍‌ଟକ୍‌ରେ ଅପର୍ଣ୍ଣାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ସମାଲୋଚନା କରିଥିଲେ। ଏହାପରେ ଆଉ ଏକ ଭିଡିଓ ଜରିଆରେ ସେ କ୍ଷମାମାଗିଥିବା ଖବର ପ୍ରକାଶ ପାଇଛି। ଭାରତର ଅନେକ ସହର ବୁଲି ସେ ନିଜର ଅଭିଜ୍ଞତା ଶେୟାର କରିଥିବାବେଳେ ବାରାଣସୀ ସମ୍ପର୍କରେ ସେ ଉଦ୍ଦେଶ୍ୟମୂଳକ ଭାବେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଯଦି ଏହା ଲୋକଙ୍କ ମନରେ ଆଘାତ ଦେଇଛି ତା’ ପାଇଁ ସେ ଦୁଃଖିତ ବୋଲ ଭିଡିଓରେ କହିଛନ୍ତି।

Share