ବିକୃତ ହେଲାଣି ‘ମୋ କଟକ’ ଫଳକ

କଟକ ଅଫିସ,୩୧ା୧:ବିଶ୍ୱକପ୍‌ ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଲା। ରାସ୍ତା ମରାମତିଠାରୁ ଅରମ୍ଭ କରି ରଙ୍ଗିନ ଆଲୋକୀକରଣ, ଷ୍ଟ୍ରିଟ ଲାଇଟ, ଡିଭାଇଡର, କାନ୍ଥରେ ଚିତ୍ର ଆଦି କାର୍ଯ୍ୟ ହେଲା। ସୌନ୍ଦର୍ଯ୍ୟକରଣ ପାଇଁ ଡିଭିଜନ୍‌-୧ ଓ ୨ରେ ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜିଙ୍କ ନାଁରେ ୧୦୭ଟି କାର୍ଯ୍ୟ ହୋଇଛି। ଏଥିପାଇଁ ମୋଟ ୧୯ କୋଟି ୧୭ ଲକ୍ଷ ୬୧ ହଜାର ୧୬୩ ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିମଧ୍ୟରୁ ଡିଭିଜନ୍‌ ୧ରେ ରିଂବନ୍ଧ ସୌନ୍ଦର୍ଯ୍ୟକରଣ ପାଇଁ ୧୨ କୋଟି ୯୬ଲକ୍ଷ ୭୦ହଜାର ୫ଶହ ଟଙ୍କା ଓ ଡିଭିଜନ୍‌-୨ରେ ୬ କୋଟି ୨୦ଲକ୍ଷ ୯୦ହଜାର ୬୬୩ ଟଙ୍କା ଖର୍ଚ୍ଚ ହୋଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ରକ୍ଷଣାବେକ୍ଷଣ କରିବାକୁ କଟକ ମହାନଗର ନିମଗ (ସିଏମ୍‌ସି) ଭୁଲିଗଲା। କେଉଁଠି ଲାଇଟ ତ ଆଉ କେଉଁଠାରେ ଓଡ଼ିଆ ମାତ୍ରା ଗାଏବ ହୋଇଯାଇଛି। ଫଳକ ବିକୃତ ହୋଇଯାଇଥିବା ସତ୍ତ୍ୱେ ସିଏମ୍‌ସି କର୍ତ୍ତୃପକ୍ଷ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ସହରର ଆକର୍ଷଣ ବଢାଇବା ଲାଗି ସ୍ଥାନେ ସ୍ଥାନେ ସେଲ୍‌ଫି ପଏଣ୍ଟ ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ମଙ୍ଗଳାବାଗସ୍ଥିତ ମୋ’ କଟକ ପଏଣ୍ଟ ଅନ୍ୟତମ। ହେଲେ ଏହି ପଏଣ୍ଟରେ ଲାଗିଥିବା ମୋ’ରୁ କେତେବେଳେ ଓଡ଼ିଆ ମାତ୍ରା ‘।’ ଓ ‘େ’ ଗାଏବ କରିନିଆଯାଇଛି। ଗତ ୨୫ ତାରିଖରେ ଉକ୍ତ ପଏଣ୍ଟରୁ ମୋରୁ କେହି ‘।’ କାଢ଼ି ନେଇଥିଲେ। ଏନେଇ ସାମାଜିକ ଗଣମାଧ୍ୟାମରେ ଚର୍ଚ୍ଚା ହେବାରୁ ଗୋଟିଏ ଦିନ ପରେ ତାହାକୁ ସଜଡ଼ାଯାଇଥିଲା। ତେବେ ଏହାର ଦିନକ ପରେ ମୋରୁ ପୁଣି କେହି ‘େ’ କାଢି ନେଇଥିଲେ। ‘ମୋ କଟକ’ ଏବେ ‘ମା କଟକ’ ଲେଖାରେ ରହିଛି। ଏଭଳି ଘଟଣା ବର୍ତ୍ତମାନ ହାସ୍ୟାସ୍ପଦ ପାଲଟିଛି। ସେହିପରି ଡିଭାଇଡରଗୁଡିକରେ ରିଂ ଲଗାଯାଇ ଗଛଗୁଡିକରେ ରଙ୍ଗିନ ଲାଇଟ ଲଗାଯାଇଥିଲା। ଲାଇଟ ସୁରକ୍ଷା ପାଇଁ ସିମେଣ୍ଟ ଦେଇ ତାର ଜାଲି ମଧ୍ୟରେ ତାହାକୁ ରଖାଯାଇଥିଲା ା ହେଲେ ସେ ସବୁକୁ ଖାତିର ନ କରି ଲାଇଟ ମଧ୍ୟ ତାଡି ନେଇଛନ୍ତି। ଯୋବ୍ରା ନିକଟରେ ଡିଭାଇଡର ଭୁଶୁଡ଼ି ପଡ଼ିିଲାଣି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଏକ ମାସ ନ ପୂରୁଣୁ ଧୀରେ ଧୀରେ ଏହା ସତ୍ତା ହରାଇବା ଆରମ୍ଭ କରିଲାଣି। ସିଏମ୍‌ସି କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

‘କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇବୁ’
ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନାହିଁ। କଟକ ଇନ କଟକକୁ ମଧ୍ୟ ରକ୍ଷଣାବେକ୍ଷଣ ନ କରିବାରୁ ତାହା ସତ୍ତା ହରାଇଲାଣି ା କର୍ତ୍ତୃପକ୍ଷ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ଆସନ୍ତା କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇବୁ।
-ଗଗନ ଓଝା, ୨୬ ନଂ. ୱାର୍ଡ କର୍ପୋରେଟର, ଭାଜପା।
‘ନିମ୍ନମାନର କାର୍ଯ୍ୟ ପାଇଁ ଅଧିକ ଦିନ ତିଷ୍ଠୁନାହିଁ’
ସରକାରୀ ଅର୍ଥ ବୋଲି କେହି ଗୁରୁତ୍ୱର ସହ ନେଉନାହାନ୍ତି। କୋଟି କୋଟି ଅର୍ଥ ବ୍ୟୟରେ କାର୍ଯ୍ୟ ହେଲା, ହେଲେ ରକ୍ଷଣାବେକ୍ଷଣ ଦିଗରେ କିଛି କରାଯାଉନାହିଁ। ଯାହା କାର୍ଯ୍ୟ ହେଉଛି ହେଲେ ତାହା ଗୋଟେ ମାସ ମଧ୍ୟ ଯାଉନାହିଁ। ନିମ୍ନମାନର କାର୍ଯ୍ୟ ପାଇଁ ଅଧିକ ଦିନ ତିଷ୍ଠୁନାହିଁ।
– ସନ୍ତୋଷ ଭୋଳ, ୫୦ ନଂ. ୱାର୍ଡ କର୍ପୋରେଟର, କଂଗ୍ରେସ।
ଲୋକ ସଚେତନ ହେବା ଜରୁରୀ
ପବ୍ଲିକ ପ୍ରପଟିକୁ କେବଳ ପବ୍ଲିକ ହିଁ ରକ୍ଷା କରିପାରିବେ। ଲୋକଙ୍କ ସହଯୋଗ ବିନା କୌଣସି ସୌନ୍ଦର୍ଯ୍ୟକାରଣ କାର୍ଯ୍ୟ ସୁରକ୍ଷା ନାହିଁ। ମୋ କଟକ, ଲାଇଟ୍‌ ଚୋରି ନେଇ ସ୍ଥାନୀୟ କର୍ପୋରେଟର ଓ ପୂଜା କମିଟି ସହ ଆଲୋଚନା କରିଛୁ। କିଛି ଅସାଧୁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଘଟଣା ଘଟାଇପାରନ୍ତି। ତେବେ ଏସବୁ ଦିଗ ପ୍ରତି ଖୁବ୍‌ଶୀଘ୍ର ସିଏମ୍‌ସି ପଦକ୍ଷେପ ନେବ। କିନ୍ତୁ ଲୋକ ବି ସଚେତନ ହେବା ଜରୁରୀ।
-ସୁବାସ ସିଂ, ସିଏମ୍‌ସି ମେୟର


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri