ବିକୃତ ହେଲାଣି ‘ମୋ କଟକ’ ଫଳକ

କଟକ ଅଫିସ,୩୧ା୧:ବିଶ୍ୱକପ୍‌ ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଲା। ରାସ୍ତା ମରାମତିଠାରୁ ଅରମ୍ଭ କରି ରଙ୍ଗିନ ଆଲୋକୀକରଣ, ଷ୍ଟ୍ରିଟ ଲାଇଟ, ଡିଭାଇଡର, କାନ୍ଥରେ ଚିତ୍ର ଆଦି କାର୍ଯ୍ୟ ହେଲା। ସୌନ୍ଦର୍ଯ୍ୟକରଣ ପାଇଁ ଡିଭିଜନ୍‌-୧ ଓ ୨ରେ ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜିଙ୍କ ନାଁରେ ୧୦୭ଟି କାର୍ଯ୍ୟ ହୋଇଛି। ଏଥିପାଇଁ ମୋଟ ୧୯ କୋଟି ୧୭ ଲକ୍ଷ ୬୧ ହଜାର ୧୬୩ ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିମଧ୍ୟରୁ ଡିଭିଜନ୍‌ ୧ରେ ରିଂବନ୍ଧ ସୌନ୍ଦର୍ଯ୍ୟକରଣ ପାଇଁ ୧୨ କୋଟି ୯୬ଲକ୍ଷ ୭୦ହଜାର ୫ଶହ ଟଙ୍କା ଓ ଡିଭିଜନ୍‌-୨ରେ ୬ କୋଟି ୨୦ଲକ୍ଷ ୯୦ହଜାର ୬୬୩ ଟଙ୍କା ଖର୍ଚ୍ଚ ହୋଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ରକ୍ଷଣାବେକ୍ଷଣ କରିବାକୁ କଟକ ମହାନଗର ନିମଗ (ସିଏମ୍‌ସି) ଭୁଲିଗଲା। କେଉଁଠି ଲାଇଟ ତ ଆଉ କେଉଁଠାରେ ଓଡ଼ିଆ ମାତ୍ରା ଗାଏବ ହୋଇଯାଇଛି। ଫଳକ ବିକୃତ ହୋଇଯାଇଥିବା ସତ୍ତ୍ୱେ ସିଏମ୍‌ସି କର୍ତ୍ତୃପକ୍ଷ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ସହରର ଆକର୍ଷଣ ବଢାଇବା ଲାଗି ସ୍ଥାନେ ସ୍ଥାନେ ସେଲ୍‌ଫି ପଏଣ୍ଟ ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ମଙ୍ଗଳାବାଗସ୍ଥିତ ମୋ’ କଟକ ପଏଣ୍ଟ ଅନ୍ୟତମ। ହେଲେ ଏହି ପଏଣ୍ଟରେ ଲାଗିଥିବା ମୋ’ରୁ କେତେବେଳେ ଓଡ଼ିଆ ମାତ୍ରା ‘।’ ଓ ‘େ’ ଗାଏବ କରିନିଆଯାଇଛି। ଗତ ୨୫ ତାରିଖରେ ଉକ୍ତ ପଏଣ୍ଟରୁ ମୋରୁ କେହି ‘।’ କାଢ଼ି ନେଇଥିଲେ। ଏନେଇ ସାମାଜିକ ଗଣମାଧ୍ୟାମରେ ଚର୍ଚ୍ଚା ହେବାରୁ ଗୋଟିଏ ଦିନ ପରେ ତାହାକୁ ସଜଡ଼ାଯାଇଥିଲା। ତେବେ ଏହାର ଦିନକ ପରେ ମୋରୁ ପୁଣି କେହି ‘େ’ କାଢି ନେଇଥିଲେ। ‘ମୋ କଟକ’ ଏବେ ‘ମା କଟକ’ ଲେଖାରେ ରହିଛି। ଏଭଳି ଘଟଣା ବର୍ତ୍ତମାନ ହାସ୍ୟାସ୍ପଦ ପାଲଟିଛି। ସେହିପରି ଡିଭାଇଡରଗୁଡିକରେ ରିଂ ଲଗାଯାଇ ଗଛଗୁଡିକରେ ରଙ୍ଗିନ ଲାଇଟ ଲଗାଯାଇଥିଲା। ଲାଇଟ ସୁରକ୍ଷା ପାଇଁ ସିମେଣ୍ଟ ଦେଇ ତାର ଜାଲି ମଧ୍ୟରେ ତାହାକୁ ରଖାଯାଇଥିଲା ା ହେଲେ ସେ ସବୁକୁ ଖାତିର ନ କରି ଲାଇଟ ମଧ୍ୟ ତାଡି ନେଇଛନ୍ତି। ଯୋବ୍ରା ନିକଟରେ ଡିଭାଇଡର ଭୁଶୁଡ଼ି ପଡ଼ିିଲାଣି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଏକ ମାସ ନ ପୂରୁଣୁ ଧୀରେ ଧୀରେ ଏହା ସତ୍ତା ହରାଇବା ଆରମ୍ଭ କରିଲାଣି। ସିଏମ୍‌ସି କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

‘କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇବୁ’
ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନାହିଁ। କଟକ ଇନ କଟକକୁ ମଧ୍ୟ ରକ୍ଷଣାବେକ୍ଷଣ ନ କରିବାରୁ ତାହା ସତ୍ତା ହରାଇଲାଣି ା କର୍ତ୍ତୃପକ୍ଷ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ଆସନ୍ତା କାଉନସିଲ ବୈଠକରେ ଏହି ପ୍ରସଙ୍ଗ ଉଠାଇବୁ।
-ଗଗନ ଓଝା, ୨୬ ନଂ. ୱାର୍ଡ କର୍ପୋରେଟର, ଭାଜପା।
‘ନିମ୍ନମାନର କାର୍ଯ୍ୟ ପାଇଁ ଅଧିକ ଦିନ ତିଷ୍ଠୁନାହିଁ’
ସରକାରୀ ଅର୍ଥ ବୋଲି କେହି ଗୁରୁତ୍ୱର ସହ ନେଉନାହାନ୍ତି। କୋଟି କୋଟି ଅର୍ଥ ବ୍ୟୟରେ କାର୍ଯ୍ୟ ହେଲା, ହେଲେ ରକ୍ଷଣାବେକ୍ଷଣ ଦିଗରେ କିଛି କରାଯାଉନାହିଁ। ଯାହା କାର୍ଯ୍ୟ ହେଉଛି ହେଲେ ତାହା ଗୋଟେ ମାସ ମଧ୍ୟ ଯାଉନାହିଁ। ନିମ୍ନମାନର କାର୍ଯ୍ୟ ପାଇଁ ଅଧିକ ଦିନ ତିଷ୍ଠୁନାହିଁ।
– ସନ୍ତୋଷ ଭୋଳ, ୫୦ ନଂ. ୱାର୍ଡ କର୍ପୋରେଟର, କଂଗ୍ରେସ।
ଲୋକ ସଚେତନ ହେବା ଜରୁରୀ
ପବ୍ଲିକ ପ୍ରପଟିକୁ କେବଳ ପବ୍ଲିକ ହିଁ ରକ୍ଷା କରିପାରିବେ। ଲୋକଙ୍କ ସହଯୋଗ ବିନା କୌଣସି ସୌନ୍ଦର୍ଯ୍ୟକାରଣ କାର୍ଯ୍ୟ ସୁରକ୍ଷା ନାହିଁ। ମୋ କଟକ, ଲାଇଟ୍‌ ଚୋରି ନେଇ ସ୍ଥାନୀୟ କର୍ପୋରେଟର ଓ ପୂଜା କମିଟି ସହ ଆଲୋଚନା କରିଛୁ। କିଛି ଅସାଧୁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଘଟଣା ଘଟାଇପାରନ୍ତି। ତେବେ ଏସବୁ ଦିଗ ପ୍ରତି ଖୁବ୍‌ଶୀଘ୍ର ସିଏମ୍‌ସି ପଦକ୍ଷେପ ନେବ। କିନ୍ତୁ ଲୋକ ବି ସଚେତନ ହେବା ଜରୁରୀ।
-ସୁବାସ ସିଂ, ସିଏମ୍‌ସି ମେୟର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri