ଲୋକଙ୍କ ବିଦ୍ୟୁତ୍‌ ସମସ୍ୟା ବୁଝିଲେ ବିଧାୟକ

କୋରୁକୋଣ୍ଡା ୨୩ା୮(ଡି.ଏନ.ଏ):ମାଲକାନଗିରି ଜିଲା ବାଲିମେଳା ଏନଏସିକୁ ସୋମବାର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଲୋକଙ୍କ ସମସ୍ୟା ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଥିଲେ। ନୀଳାକାମ୍ବେରୁ ପଞ୍ଚାୟତର କେତେକ କଲୋନୀ ବାସିନ୍ଦା ବିଧାୟକଙ୍କୁ ଭେଟି ଦୀର୍ଘ ଦିନ ଧରି ସେମାନଙ୍କ ଘରେ ବିଦ୍ୟୁତ ନ ଥିବା ହେତୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇିଥିଲେ। ପରେ ବିଧାୟକ ବାକା ମାଲକାନଗିରି ଜିଲାପାଳ ବିିଶାଲ ସିଂଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ଏଥିସହିତ ଜଳ ବିଦ୍ୟୁଟ କେନ୍ଦ୍ରର ୨ ଅଧିକାରୀ ଭିକାରି ଚରଣ ମଲ୍ଲିକ ଏବଂ କୃପାସିନ୍ଧୁ ବିଶ୍ୱାଳଙ୍କ ସହ ଟିପିଏସଓଡିଏଲର ଅଧିକାରୀ ପ୍ରମୋଦ ନାୟକଙ୍କ ସହ ବିଧାୟକ ବାକା ଆଲୋଚନା କରି ତୁରନ୍ତ ଏହି ଅଞ୍ଚଳରେ ବିଦ୍ୟୁତ ଯୋଗାଣ ନେଇ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡକାମୀ, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜିଲା ଯୁବ ସଭାପତି ଆଡ଼ମା ରାବା, ମାଲକାନଗିରି ପୌରାଧ୍ୟକ୍ଷ ମନୋଜ ବାରିକ, ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଗୋପାଳ ପଣ୍ଡା, ଜିଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ ଏବଂ ସୁରଭି ଭୌମିକ, ନଗର ସଭାପତି ମଙ୍ଗଳା ପାଙ୍ଗି, ସଞ୍ଜୀବ ଦୋରା, ଏମ୍‌ପି ପ୍ରତିନିଧି ମଦନ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ।