ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ପୁଟାପାଲି କୁସଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକଅପ୍‌(ଓଡ଼ି ୧୫ ଇ ୪୨୬୩)ଗାଡ଼ି ଏକ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌(ସିଜି ୦୬ ଜିୟୁ ୪୨୪୯)କୁ ଶନିବାର ସାରେ ଧକ୍କା ଦେଇଥିଲା। ଏଥିରେ ବଲାଙ୍ଗୀର ଏଭିରାଲ ଫାଇନାନ୍ସର ଏରିଆ ମ୍ୟାନେଜର ସୁଦୀପ କୁମାର ବିଶ୍ବାଳ ଗୁରୁତର ଆହତ ହୋଇଥିଲେ । ଲୋଇସିଂହାର ବିଧାୟକ ମୁକେଶ ମହାଲିଙ୍ଗଙ୍କଠାରୁ ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପଞ୍ଚିଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଏଭିରାଲ ଫାଇନାନ୍ସ ର ଏରିଆ ମ୍ୟାନେଜର ବିଶ୍ବାଳ ବ୍ୟାଙ୍କ କାମରେ ସୋହେଲା ଯାଇ ବଲାଙ୍ଗୀର ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ବାଟ ଦେଇ ବିଧାୟକ ମହାଲିଙ୍ଗ ଯାଉଥିବାବେଳେ ଦୁର୍ଘଟଣା ତାଙ୍କ ନଜରକୁ ଆସିଥିଲା । ଏନେଇ ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ବିଧାୟକଙ୍କ ଏପରି କାମକୁ ସାଧାରଣରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦୀ କରିଦେଇଛି କରୋନା: ଖାଲି ପଡ଼ିଛି ଜାଗା, ଜମୁନି ସାଙ୍ଗ-ଭାଙ୍ଗ-ପଙ୍ଗତ

ପୁରୀ ଅଫିସ,୩୦ା୩: ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି। କିନ୍ତୁ ବେକାବୁ ଏହି ପ୍ରାଣଘାତୀ ଭୂତାଣୁ।...

କୃଷି ଆଇନକୁ ବିରୋଧ କରି ବିକ୍ଷୋଭ

ଦିଗପହଣ୍ଡି,୨୭ା୧୨(ଡି.ଏନ୍‌.ଏ.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଓ ଆନ୍ଦୋଳନରତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଗାନ୍ଧୀ ଛକଠାରେ ରବିବାର ବିଭିନ୍ନ...

ମହାସିଙ୍ଗିବାସୀଙ୍କ ଭରସା ଚୁଆପାଣି

ବାଲିଗୁଡା,୧୦। ୬(ଡି.ଏନ୍‌.ଏ.)- ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ କନ୍ଧମାଳ ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ପାଣି ପାଇଁ ଲୋକେ...

ଯୁବତୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଖଣ୍ଡି ଗ୍ୟାଙ୍ଗର ମୁଖ୍ୟ ସମେତ ୬ ଗଲେ ଜେଲ

ବ୍ରହ୍ମପୁର ଅଫିସ,୧୮ା୮-ବ୍ରହ୍ମପୁର ବଡବଜାର ଥାନା ଲକ୍ଷ୍ମୀନୃସିଂହ ସାହିରେ ୬ ଜଣ ଦୁର୍ବୃତ୍ତ ଆତଙ୍କ ଚଳାଇବା ସହ ବାଲବଚା ଗ୍ୟାଙ୍ଗର ମୁଖ୍ୟ ଲବ ସେଠୀଙ୍କୁ ନ ପାଇ...

ପପଙ୍ଗା ବନବିହାର ଯାତ୍ରା ବାତିଲ : ଗାଁ ବୁଲିବେନି ପ୍ରଭୁ ବୁଢ଼ାରଜା

ଭେଡ଼େନ, ୮ା୪(ଡ଼ି.ଏନ.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ପପଙ୍ଗା ପାହାଡ଼ରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ପରଦିନ ହେବାକୁ ଥିବା ପ୍ରଭୁ ବୁଢ଼ାରଜା ଓ କ୍ଷେତ୍ରପାଲଙ୍କ ବନବିହାର...

୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହ ଉପଲକ୍ଷେ ଡିସେମ୍ବର ୮ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ...

ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଜି ଭୋର ପ୍ରାୟ ୩ଟା ସମୟରେ ରାଉରକେଲାରୁ କେନ୍ଦୁଝର ଫେରୁଥିବା ପାଢ଼ୀ ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ ଜଳିଯାଇଛି। ତେବେ ବସ୍‌ରେ ଥିବା ପାଖାପାଖି...

‘ସରକାର ମାଗଣାରେ ଟିକା ଦିଅନ୍ତୁ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ ସରକାର ମାଗଣାରେ କୋଭିଡ୍‌ ଟିକା ଦିଅନ୍ତୁ ବୋଲି ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିରୋଧୀଙ୍କ ଏଭଳି ଦାବିକୁ ଶାସକ...

Advertisement
Archives

Model This Week