ବିଧାୟକ-ପୋଲିସ ମୁହାଁମୁହିଁ

ସମ୍ବଲପୁର,୨୯।୭(ବ୍ୟୁରୋ): କରୋନା କଟକଣା ଯୋଗୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ହେଲେ ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ମୁତୟନ ପୋଲିସ ଫୋର୍ସ ସେମାନଙ୍କ ବାଟ ଓଗାଳିଥିଲେ। ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ବିଧାୟକ ମିଶ୍ର। ପୋଲିସ ମଧ୍ୟ ଭାଜପା କର୍ମକର୍ତ୍ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନ ଥିଲା। ଦୁଇପକ୍ଷ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ପୋଲିସ ଓ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଭାଜପା କର୍ମକର୍ତ୍ତା ଧସେଇ ପଶିବା ସହ ଏଡିଏମ୍‌ ଉମାକାନ୍ତ ରାଜଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
ଏ ସଂକ୍ରାନ୍ତରେ ଭାଜପା କର୍ମକର୍ତ୍ତା କହିଛନ୍ତି, କରୋନା ମୁକାବିଲା ପାଇଁ ଭାଜପା ସବୁ ସମୟରେ ପ୍ରଶାସନ ସହିତ ସହଯୋଗ କରିଆସୁଛି। ହେଲେ ରାଜ୍ୟ ସରକାର କରୋନା ବାହାନାକରି ରାଜ୍ୟବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି। ଏବେ ଜିଲାରେ କୋଭିଡ୍‌ ପରୀକ୍ଷା ପାଇଁ କିଟ୍‌ ଅଭାବ ରହୁଛି। ସ୍ବାବ୍‌ ପରୀକ୍ଷା ଲାଗି ବିଳମ୍ବ ହେବାରୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମ ଓଡ଼ିଶାବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉଛନ୍ତି। କୋଭିଡ୍‌ ପରିଚାଳନାରେ ଡାକ୍ତରମାନଙ୍କୁ ନିୟୋଜିତ କରିବା ଓ ଅନ୍ୟସ୍ଥାନକୁ ବଦଳି କରାଯାଇଛି। ହେଲେ ସେହି ସ୍ଥାନ ପୂରଣ କରାଯାଉ ନାହିଁ। ତେଣୁ ଡାକ୍ତରଖାନାଗୁଡିକରେ ସମସ୍ୟା ଦେଖାଦେଇଛି।
ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲା ସଭାପତି ଗିିରିଶ ପଟେଲ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର ପ୍ରମୁଖ ଏହି ଆନ୍ଦୋଳନରେ ଉପସ୍ଥିତ ଥିଲେ।
ବିଧାୟକ ମିଶ୍ର କହିଛନ୍ତି, ଜଣେ ବିଧାୟକ ଲୋକମାନଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ। ପୋଲିସ ଗେଟ୍‌ ସମ୍ମୁଖରେ ଆମକୁ ଅଟକାଇବା ଅଗଣତାନ୍ତ୍ରିକ। ଅନ୍ୟପକ୍ଷେ ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, କରୋନା କଟକଣା ସମୟରେ ଭାଜପା ଜିଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା କଥା। ହେଲେ ଖବରରେ ରହିବାକୁ ଭାଜପା ଚେଷ୍ଟା କରୁଛି। କରୋନା କଟକଣା ନିୟମ ଭାଙ୍ଗିବା, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରୁଥିବା ଭିଡିଓ ଭାଇରାଲ ହୋଇଛି। ତେଣୁ ଭାଜପା କର୍ମକର୍ତ୍ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri