କରୋନା କିଟ୍‌ ବାଣ୍ଟିଲେ ବିଧାୟକ

ଟାଙ୍ଗୀ(କଟକ)୨୪।୫(ଡି.ଏନ୍‌.ଏ): କରୋନାକୁ ସାମ୍ନା କରିବାକୁ ରବିବାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଆଶା, ଅଙ୍ଗନଓ୍ବାଡି କର୍ମୀମାନଙ୍କୁ କରୋନା ସୁରକ୍ଷା ଉପକରଣ ବାଣ୍ଟିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡଗାଁ, ସଫା, କରଞ୍ଜି ପଞ୍ଚାୟତରେ ଅନୁଷ୍ଠିତ ଉକ୍ତ କିଟ୍‌ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ କରୋନା ଭୟାବହତାକୁ ସାମ୍ନା କରୁଥିବା ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ସୁରକ୍ଷିତ ରହି ଜନତାଙ୍କ ସେବା କରିବାକୁ କହିଥିଲେ। ଏଥିରେ ଗରୁଡଗାଁ ସରପଞ୍ଚ ସୁବୋଧ କୁମାର ସାମଲ, ‘ଆମତ୍ା’ ଅଧ୍ୟକ୍ଷ ନିବାସ ଚନ୍ଦ୍ର ପାଣ୍ଡବ ପ୍ରମୁଖ ଯୋଗଦେଇ ଥିଲେ।