Posted inଫୁରସତ

ମହାକାଶରେ ହଜିଗଲା ଦର୍ପଣ

ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ସ୍ପେସ୍‌ ଓ୍ବାକ୍‌ କରିବା ସମୟରେ ଜଣେ ମହାକାଶଚାରୀଙ୍କ ଅସାବଧାନତା ଯୋଗୁ ଏହା ଘଟିଛି। ଏହା ଯଦି ପୃଥିବୀ ପୃଷ୍ଠରେ ଘଟିଥାନ୍ତା, ତେବେ ଏହାକୁ ଅତି ମାମୁଲି କଥା କହି ଲୋକେ ଭୁଲିଯାଇଥା’ନ୍ତେ। ହେଲେ ମହାକାଶରେ ଏପରି ଘଟଣା ପ୍ରଥମ ବୋଲି କୁହାଯାଉଛି। ଗତ ୨୬ ଜୁନ୍‌ରେ ଆଇଏସ୍‌ଏସ୍‌ରୁ ସ୍ପେସ୍‌ ଓ୍ବାକ୍‌ ପାଇଁ ବାହାରକୁ ବାହାରିଥିଲେ ମହାକାଶଚାରୀ କ୍ରିଶ୍‌ କେସିଡି ଏବଂ ବବ୍‌ ବେନ୍‌କେନ। କମାଣ୍ଡର କ୍ୟାସିଡି ସ୍ପେସ୍‌ଶୁଟ୍‌ର ହାତରେ ଲାଗିଥିବା ଉକ୍ତ ଦର୍ପଣ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲେ। ଫଳରେ ପ୍ରତି ସେକେଣ୍ଡରେ ଦର୍ପଣଟି ଗୋଟିଏ ଫୁଟ ହିସାବରେ ଦୂରକୁ ଦୂରକୁ ଚାଲିଯାଇଥିଲା। ତେବେ ଏହି ଘଟଣାରେ ଆଇଏସ୍‌ଏସ୍‌ କିମ୍ବା ମହାକାଶଚାରୀଙ୍କ କୌଣସି କ୍ଷତି ହୋଇନାହିଁ।
କ୍ୟାସିଡି ଏବଂ ବେନ୍‌କେନ ପୁରୁଣା ହାଇଡ୍ରୋଜେନ ବ୍ୟାଟେରି ବଦଳାଇବାକୁ ସ୍ପେସ୍‌ ଷ୍ଟେଶନ ବାହାରକୁ ଆସିଥିଲେ। ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟ ଲାଗି ଦୁହେଁ ଜୁନ୍‌ ୨୬ରେ ସ୍ପେସ୍‌ଓ୍ବାକ୍‌ ଆରମ୍ଭ କରିଥିଲେ। ଆଗରେ କ୍ୟାସିଡି ଯାଉଥିବାବେଳେ ଦର୍ପଣଟି ସ୍ପେସ୍‌ଶୁଟ୍‌ରୁ ଅଲଗା ହୋଇଯାଇଥିଲା। ତେବେ ଅନ୍ଧାରରେ ଏହି ଘଟଣା ଘଟିଥିବାରୁ କ୍ୟାସିଡି ଜାଣିପାରି ନ ଥିଲେ। ଆଲୁଅକୁ ଆସିବା ପରେ ଦର୍ପଣଟି ସ୍ପେସ୍‌ଶୁଟ୍‌ରୁ ବାହାରି ଯାଇଥିବା ଜଣାପଡ଼ିଥିଲା। ଏ ନେଇ ନାସା ପକ୍ଷରୁ କୁହାଯାଇଛି, ୫ ଇଞ୍ଚ ଲମ୍ବା ଏବଂ ୩ ଇଞ୍ଚ ଚଉଡ଼ା ବିଶିଷ୍ଟ ଏହି ଦର୍ପଣର ଓଜନ ୪୫ ଗ୍ରାମ୍‌। ଏହି ଦର୍ପଣ ମହାକାଶଚାରୀଙ୍କୁ କାମ କରିବା ବେଳେ ବେଶ୍‌ ସହାୟକ ହୋଇଥାଏ।
ଆଇଏସ୍‌ଏସ୍‌ରେ ନିକେଲ ହାଇଡ୍ରୋଜେନ ବ୍ୟାଟେରି ଲାଗିଛି। ଏହା ତୁଳନାରେ ଲିଥିୟମ ଆୟନ ବ୍ୟାଟେରି ଅଧିକ ଶକ୍ତିଶାଳୀ। ଆଇଏସ୍‌ଏସ୍‌ର କାର୍ଯ୍ୟକ୍ଷମତା ବଢ଼ାଇବା ଲାଗି ନିକେଲ ହାଇଡ୍ରୋଜେନ ବ୍ୟାଟେରିକୁ ବଦଳାଇ ଲିଥିୟମ ଆୟନ୍‌ ବ୍ୟାଟେରି ଲଗାଯିବାକୁ ଯୋଜନା କରାଯାଇଛି। କ୍ୟାସିଡି ଏବଂ ବେନକେନ୍‌ଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି। ହେଲେ ଏହି କାମ ବହୁତ କଷ୍ଟକର। କାରଣ ଗୋଟିଏ ବ୍ୟାଟେରିର ଲମ୍ବ ଏକ ମିଟର ଏବଂ ଓଜନ ୧୮୦ କିଲୋଗ୍ରାମ। ଏହି ବ୍ୟାଟେରି ବଦଳାଇବା କାମ ୨୦୧୭ରୁ ଆରମ୍ଭ ହୋଇଛି। ଅଦ୍ୟାବଧି ୧୮ଟି ଲିଥିୟମ ବ୍ୟାଟେରି ଲଗାଯାଇ ସାରିଲାଣି। ସ୍ପେସ୍‌ ଓ୍ବାକ୍‌ ଜୁଲାଇ ଶେଷଯାଏ ଚାଲିବ। ଏହାପରେ ମହାକାଶଚାରୀ ପୃଥିବୀକୁ ଫେରି ଆସିବେ।
୨୦୨୪ରେ ସରିବ ଆଇଏସ୍‌ଏସ୍‌ ଅଭିଯାନ
୧୯୯୮ରୁ ଆରମ୍ଭ ହୋଇଥିବା ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌) ଅଭିଯାନ ୨୦୨୪ରେ ଶେଷ ହେବ। ଚଳିତବର୍ଷ ନାସା ପକ୍ଷରୁ ଚନ୍ଦ୍ର ଅଭିଯାନ ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଏହା ଏକ ମାନବ ମିଶନ। ଆଇଏସ୍‌ଏସ୍‌ ଅଭିଯାନରେ ନାସା, ରୁଷିଆ, ୟୁରୋପୀୟ ସ୍ପେସ୍‌ ଏଜେନ୍ସି, ଜାପାନ, କାନାଡ଼ା ମିଳିତ ଭାବେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri