Posted inଫୁରସତ

ମହାକାଶରେ ହଜିଗଲା ଦର୍ପଣ

ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ସ୍ପେସ୍‌ ଓ୍ବାକ୍‌ କରିବା ସମୟରେ ଜଣେ ମହାକାଶଚାରୀଙ୍କ ଅସାବଧାନତା ଯୋଗୁ ଏହା ଘଟିଛି। ଏହା ଯଦି ପୃଥିବୀ ପୃଷ୍ଠରେ ଘଟିଥାନ୍ତା, ତେବେ ଏହାକୁ ଅତି ମାମୁଲି କଥା କହି ଲୋକେ ଭୁଲିଯାଇଥା’ନ୍ତେ। ହେଲେ ମହାକାଶରେ ଏପରି ଘଟଣା ପ୍ରଥମ ବୋଲି କୁହାଯାଉଛି। ଗତ ୨୬ ଜୁନ୍‌ରେ ଆଇଏସ୍‌ଏସ୍‌ରୁ ସ୍ପେସ୍‌ ଓ୍ବାକ୍‌ ପାଇଁ ବାହାରକୁ ବାହାରିଥିଲେ ମହାକାଶଚାରୀ କ୍ରିଶ୍‌ କେସିଡି ଏବଂ ବବ୍‌ ବେନ୍‌କେନ। କମାଣ୍ଡର କ୍ୟାସିଡି ସ୍ପେସ୍‌ଶୁଟ୍‌ର ହାତରେ ଲାଗିଥିବା ଉକ୍ତ ଦର୍ପଣ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲେ। ଫଳରେ ପ୍ରତି ସେକେଣ୍ଡରେ ଦର୍ପଣଟି ଗୋଟିଏ ଫୁଟ ହିସାବରେ ଦୂରକୁ ଦୂରକୁ ଚାଲିଯାଇଥିଲା। ତେବେ ଏହି ଘଟଣାରେ ଆଇଏସ୍‌ଏସ୍‌ କିମ୍ବା ମହାକାଶଚାରୀଙ୍କ କୌଣସି କ୍ଷତି ହୋଇନାହିଁ।
କ୍ୟାସିଡି ଏବଂ ବେନ୍‌କେନ ପୁରୁଣା ହାଇଡ୍ରୋଜେନ ବ୍ୟାଟେରି ବଦଳାଇବାକୁ ସ୍ପେସ୍‌ ଷ୍ଟେଶନ ବାହାରକୁ ଆସିଥିଲେ। ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟ ଲାଗି ଦୁହେଁ ଜୁନ୍‌ ୨୬ରେ ସ୍ପେସ୍‌ଓ୍ବାକ୍‌ ଆରମ୍ଭ କରିଥିଲେ। ଆଗରେ କ୍ୟାସିଡି ଯାଉଥିବାବେଳେ ଦର୍ପଣଟି ସ୍ପେସ୍‌ଶୁଟ୍‌ରୁ ଅଲଗା ହୋଇଯାଇଥିଲା। ତେବେ ଅନ୍ଧାରରେ ଏହି ଘଟଣା ଘଟିଥିବାରୁ କ୍ୟାସିଡି ଜାଣିପାରି ନ ଥିଲେ। ଆଲୁଅକୁ ଆସିବା ପରେ ଦର୍ପଣଟି ସ୍ପେସ୍‌ଶୁଟ୍‌ରୁ ବାହାରି ଯାଇଥିବା ଜଣାପଡ଼ିଥିଲା। ଏ ନେଇ ନାସା ପକ୍ଷରୁ କୁହାଯାଇଛି, ୫ ଇଞ୍ଚ ଲମ୍ବା ଏବଂ ୩ ଇଞ୍ଚ ଚଉଡ଼ା ବିଶିଷ୍ଟ ଏହି ଦର୍ପଣର ଓଜନ ୪୫ ଗ୍ରାମ୍‌। ଏହି ଦର୍ପଣ ମହାକାଶଚାରୀଙ୍କୁ କାମ କରିବା ବେଳେ ବେଶ୍‌ ସହାୟକ ହୋଇଥାଏ।
ଆଇଏସ୍‌ଏସ୍‌ରେ ନିକେଲ ହାଇଡ୍ରୋଜେନ ବ୍ୟାଟେରି ଲାଗିଛି। ଏହା ତୁଳନାରେ ଲିଥିୟମ ଆୟନ ବ୍ୟାଟେରି ଅଧିକ ଶକ୍ତିଶାଳୀ। ଆଇଏସ୍‌ଏସ୍‌ର କାର୍ଯ୍ୟକ୍ଷମତା ବଢ଼ାଇବା ଲାଗି ନିକେଲ ହାଇଡ୍ରୋଜେନ ବ୍ୟାଟେରିକୁ ବଦଳାଇ ଲିଥିୟମ ଆୟନ୍‌ ବ୍ୟାଟେରି ଲଗାଯିବାକୁ ଯୋଜନା କରାଯାଇଛି। କ୍ୟାସିଡି ଏବଂ ବେନକେନ୍‌ଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି। ହେଲେ ଏହି କାମ ବହୁତ କଷ୍ଟକର। କାରଣ ଗୋଟିଏ ବ୍ୟାଟେରିର ଲମ୍ବ ଏକ ମିଟର ଏବଂ ଓଜନ ୧୮୦ କିଲୋଗ୍ରାମ। ଏହି ବ୍ୟାଟେରି ବଦଳାଇବା କାମ ୨୦୧୭ରୁ ଆରମ୍ଭ ହୋଇଛି। ଅଦ୍ୟାବଧି ୧୮ଟି ଲିଥିୟମ ବ୍ୟାଟେରି ଲଗାଯାଇ ସାରିଲାଣି। ସ୍ପେସ୍‌ ଓ୍ବାକ୍‌ ଜୁଲାଇ ଶେଷଯାଏ ଚାଲିବ। ଏହାପରେ ମହାକାଶଚାରୀ ପୃଥିବୀକୁ ଫେରି ଆସିବେ।
୨୦୨୪ରେ ସରିବ ଆଇଏସ୍‌ଏସ୍‌ ଅଭିଯାନ
୧୯୯୮ରୁ ଆରମ୍ଭ ହୋଇଥିବା ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌) ଅଭିଯାନ ୨୦୨୪ରେ ଶେଷ ହେବ। ଚଳିତବର୍ଷ ନାସା ପକ୍ଷରୁ ଚନ୍ଦ୍ର ଅଭିଯାନ ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଏହା ଏକ ମାନବ ମିଶନ। ଆଇଏସ୍‌ଏସ୍‌ ଅଭିଯାନରେ ନାସା, ରୁଷିଆ, ୟୁରୋପୀୟ ସ୍ପେସ୍‌ ଏଜେନ୍ସି, ଜାପାନ, କାନାଡ଼ା ମିଳିତ ଭାବେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri