ଆଜି ହୋଇଥାନ୍ତା ନାବାଳିକାଙ୍କ ବାହାଘର, ହଠାତ୍‌ ଘରେ ପହଞ୍ଚିଲା ପୋଲିସ ପ୍ରଶାସନ, ତା’ପରେ…

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟା ସରିଥିଲା। ବାହାଘର ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିଲା। ଘରେ ପହଞ୍ଚିଥିଲେ ସମସ୍ତ ବନ୍ଧୁ ବାନ୍ଧବ। ବୁଧବାର ହୋଇଥାଆନ୍ତା ବାହାଘର। ଖବରପାଇ ପୋଲିସ ପ୍ରଶାସନ ପହଞ୍ଚିବା ସହ ବାଲ୍ୟ ବିବାହକୁ ରୋକିଥିବା ଜଣାପଡିଛି। ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳି ବେହେରା ଏନେଇ ସୂଚନା ପାଇବା ପରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ବାୟକଙ୍କ ସହ ନାବାଳିକାଙ୍କ ଘରେ ପହଞ୍ଚି ତାଙ୍କ ସ୍କୁଲ ସାର୍ଟିଫିକେଟ ଏବଂ ଆଧାରକାର୍ଡ ଯାଞ୍ଚ କରିବାରୁ ତାଙ୍କୁ ୧୭ ବର୍ଷ ୩ ମାସ ହୋଇଥିବା ଜଣାପଡିଥିଲା। ସିଡିପିଓ ଉପସ୍ଥିତ ମାତା ପିତା ଓ ସମ୍ପର୍କୀୟଙ୍କୁ ବାଲ୍ୟ ବିବାହ ପରିଣତି ଏବଂ ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ବୁଝାସୁଝା କରିବା ପରେ ସେମାନେ ବିବାହ କାର୍ଯ୍ୟ ବନ୍ଦ ରଖିବାକୁ ସହମତି ପ୍ରକାଶ କରିଥିଲେ। ନାବାଳିକାଙ୍କ ପରିବାର ଲୋକେ ନିଜ ଭୁଲ ବୁଝିବା ସହିତ ୧୮ ବର୍ଷ ପୂରିବା ପରେ ହିଁ ଝିଅ ବାହାଘର କରିବେ ବୋଲି ଲିଖିତ ପତ୍ର ସିଡିପିଓଙ୍କୁ ପ୍ରଦାନ କରିଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

NCERT ବହିକୁ ନେଇ ରାଗିଗଲେ CJI, କହିଲେ ଆମେ କାହାକୁ…

ନୂଆଦିଲ୍ଲୀ,୨୫ା୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ଉପରେ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟ…

ଖଣି ଅଧିକାରୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

କଟକ,୨୫।୨(କାର୍ତ୍ତିକ ସାହୁ): କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ…

ସିନିୟର୍‌ ଗଞ୍ଜାମ କ୍ରିକେଟ ଟିମ ଘୋଷିତ: ଭଞ୍ଜନଗରରୁ ବିଭୁ ପ୍ରସାଦ ସାମିଲ

ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଓଡ଼ିଶା କ୍ରିକେଟ ଆସୋସିଏସନ ଦାରା ଗଞ୍ଜାମ ଜିଲା ସିନିୟର୍‌ କ୍ରିକେଟ ଟିମ ଗତ ୧୮ ତାରିଖରେ ଘୋଷଣା ହୋଇଛି। ଏଥିରେ ଭଞ୍ଜନଗର ବ୍ଲକ ଆଦିବାସୀ…

ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଲୋକମାନେ ଜାଣି ନ ପାରି…

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଲୋକମାନେ ଜାଣି ନ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ…

ସୁନାବେଡ଼ା, ୨୫।୨(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅଧୀନ ଭେଜାପୁଟ ସତ୍‌ସଂଘ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ପଟ୍ଟାଙ୍ଗି…

ଜୟପୁର ପୌରାଧ୍ୟକ୍ଷଙ୍କ ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜେଡି : ଭିଜିଲାନ୍ସ ତଦନ୍ତ ଦାବି

କୋରାପୁଟ,୨୫।୨(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ବିଜେଡିର ଜିଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର,…

ପିଲାକୁ ନେଇ ଶିକ୍ଷୟିତ୍ରୀ ନିଖୋଜ, ମିଳୁନି ପତ୍ତା: ପୋଲିସର ତନାଘନା

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ତେନ୍ତୁଲିଖୁଣ୍ଟି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଖୋଜ…

ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri