ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ

କଲମପୁର, ୧୭।୨(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧା ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ମା’ବାପା ନିବେଦନ କରି ରବିବାର କଲମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିନଗୁର ମଣ୍ଡିପଡ଼ାରେ ବଟକୃଷ୍ଣ ଗୋପାଳ, ସ୍ତ୍ରୀ, ୫ ଝିଅ, ଏକମାତ୍ର ପୁଅଙ୍କ ସହ ୮୫ ବର୍ଷିୟା ବୃଦ୍ଧା ମା’ ରୁହନ୍ତି। ପରିବାରର ୬ ସନ୍ତାନଙ୍କ ମଧ୍ୟରୁ ୨ ଜଣ କଥା କହିପାରୁଥିବାବେଳେ ଅନ୍ୟ ସମସ୍ତେ ମୂକ। ଝାଟିମାଟି କୁଡ଼ିଆ ଘରେ ୯ ପ୍ରାଣୀ କୁଟୁମ୍ବ ରହିଆସୁଛନ୍ତି। ସରକାର ମଞ୍ଜୁର କରିଥିବା ଏକ ଘର ନିର୍ମାଣ ପାଇଁ ପରିବାରର ସମସ୍ତେ ଲାଗିପଡ଼ିଲେ। ଇତିମଧ୍ୟରେ ବଟକୃଷ୍ଣ ଘର ନିର୍ମାଣରେ ନିୟୋଜିତ ହେବାରୁ ଖାଦ୍ୟପେୟର ଅଭାବ ଦେଖାଦେଇଥିଲା। ଘର ଅଧପନ୍ତରିଆ ରହିଥିବାବେଳେ ଜଣେ ସର୍ଦ୍ଦାରଙ୍କ ସହିତ ଯୋଗାଯୋଗ କରି ସ୍ତ୍ରୀ ଓ ୨ଝିଅଙ୍କୁ ନେଇ ବଟକୃଷ୍ଣ ଦାଦନ ଖଟିବାକୁ ଯାଇଥିଲେ। ଦାଦନ ସର୍ଦ୍ଦାର ଆନ୍ଧ୍ର ପ୍ରଦେଶର ରାମଗୁଣ୍ଡାକୁ ନେଇ ଅନ୍ୟ ଜଣେ ସମ୍ପର୍କୀୟ ଲୋକଙ୍କୁ ଏମାନଙ୍କୁ ଜିମା ଦେଇଥିଲେ। ସେହି ସମ୍ପର୍କୀୟ ଏମାନଙ୍କୁ ଭଡ଼ାଘର ଯୋଗାଇବା ସହିତ ଘରକାମରେ ନିୟୋଜିତ କରିଥିଲେ। କିଛି ଦିନ ପରେ ଅଭାବ ଦେଖାଦେବାରୁ ଦାଦନ ସର୍ଦ୍ଦାରଙ୍କୁ କହିଲେ। ସେ ଟଙ୍କା ପଇସା କି ଖାଦ୍ୟ ବ୍ୟବସ୍ଥା ନ କରି ଓଲଟା ଗାଲିଗୁଲଜ ଓ ମାରଧର କରିବାରେ ଲାଗିଲେ। ନିର୍ଯାତନା ଅସହ୍ୟ ହେବାରୁ ବଟକୃଷ୍ଣ ଘରକୁ ଆସିବାକୁ ସଜବାଜ ହେଉଥିବା ଦାଦନ ସର୍ଦ୍ଦାରଙ୍କ ସମ୍ପର୍କୀୟ ପହଞ୍ଚି ବିଳାସିନୀକୁ ଧକ୍କା ଦେଇ ନାବାଳିକା ଝିଅଙ୍କୁ ନେଇଯାଇଥିଲେ। ବଟକୃଷ୍ଣଙ୍କ ପରିବାର ସ୍ତାନୀୟ ରାମଗୁଣ୍ଡା ପୋଲିସରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କିଛି ପଦକ୍ଷେପ ନେଲା ନାହିଁ କି ଝିଅ ଫେରିଲେ ନାହିଁ। ଶେଷରେ ଭାଙ୍ଗିପଡ଼ି ଏହି ଦାଦନ ପରିବାର ଗାଁକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ବିଷୟରେ ଝିଅର ମା’ବାପ କଲମପୁର ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri