
ସତାରା: ସାଧାରଣତଃ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ପାଇଁ ପରୀକ୍ଷାର୍ଥୀ ମାନେ ଘରୁ ଶୀଘ୍ର ବାହାରିଥାନ୍ତି କିମ୍ବା ପବ୍ଲିକ ଟ୍ରାନ୍ସପୋର୍ଟ ବଦଳରେ ବ୍ୟକ୍ତିଗତ ଗାଡ଼ିର ସାହାଯ୍ୟ ନେଇଥାନ୍ତି। ତେବେ ମହାରାଷ୍ଟ୍ର ସତାରା ଜିଲା ପାସାରାନି ଗ୍ରାମରେ ସମର୍ଥ ମହାନ୍ଗାଡେ ନାମକ ଜଣେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ପାଇଁ ପାରାଚୁଟ୍ର ବ୍ୟବହାର କରିଛନ୍ତି। ପରୀକ୍ଷା ଦେବା ପାଇଁ ସେ ତାଙ୍କ ପିଠିରେ ଏକ ସ୍କୁଲ ବ୍ୟାଗ୍ ଓହଳାଇ ପାରାଚୁଟ୍ରେ ଉଡ଼ିବା ସହ ପାରା ଗ୍ଲିଡିଂ କରୁଥିବାର ଦେଖିବାକୁ ମିଳିଛି। ଇନ୍ଷ୍ଟାଗ୍ରାମରେ ଇନଷ୍ଟା_ସତାରା ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି। ଅନେକ ୟୁଜର୍ସ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ବିଭିନ୍ନ ମଜାଳିଆ କମେଣ୍ଟ ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ପାଇଁ ଏହା ସର୍ବୋତ୍ତମ ଉପାୟ ବୋଲି କେତେଜଣ ୟୁଜର୍ସ କହିଛନ୍ତି। ସେହିପରି ସତାରା ପରି ଛୋଟ ସହରରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଉତ୍କଟ ଥିବା ନେଇ ଏହି ଘଟଣା ସ୍ପଷ୍ଟ କରୁଥିବା ଆଉ କେତେଜଣ ୟୁଜର୍ସ ମତ ଦେଇଛନ୍ତି।