ଟ୍ରାକ୍ଟରରୁ ଖସିପଡି ନାବାଳିକା ମୃତ

ଭଦ୍ରକ ଅଫିସ,୧୧।୪: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଝାଟିଆ ଅଞ୍ଚଳ କେନାଲ ବନ୍ଧଠାରେ ମଙ୍ଗଳବାର ଟ୍ରାକ୍ଟରରୁ ଖସିପଡି ୪ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକା ଝିଅଟି ଟ୍ରାକ୍ଟରରେ ବସି ଯାଉଥିବା ବେଳେ ଖସି ପଡିଥିଲା l ପଡିଯିବା ପରେ ଟ୍ରାକ୍ଟରଟି ଚଢି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ମୃତ ନାବାଲିକାଙ୍କ ପରିବାରରେ କେହି ଆସି ନ ଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।