Categories: ଜାତୀୟ

ଲିଫ୍ଟରେ ଖସି ଖଣ୍ଡ ଖଣ୍ଡ ହୋଇଗଲେ ନାବାଳକ

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ଏକ କାରଖାନାର ଦ୍ୱିତୀୟ ମହଲାରେ ଥିବା ଲିଫ୍ଟରେ ହଠାତ୍‌ ଖସିପଡ଼ି ଜଣେ ୧୫ ବର୍ଷ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଆଲୋକ ବୋଲି ପୋଲିସ କହିଛି। ଲିଫ୍ଟ ତଳ ମହଲାରୁ ଉପରକୁ ଆସିବା ପରେ ଆଲୋକ ଖସିପଡ଼ିଥିଲେ। ତାଙ୍କ ମା’ ଏୟାର କୁଲର କାରଖାନାରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି।

ପୋଲିସ କହିଛି, ଏହି ଘଟଣା ରବିବାର ଅପରାହ୍ନରେ ଦିଲ୍ଲୀର ବଓ୍ବାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଘଟିଛି। ପିଲାଟି ଲିଫ୍ଟ ନିକଟରେ କାମ କରୁଥିବାବେଳେ ହଠାତ୍‌ ଖସିପଡ଼ି ଦ୍ୱିତୀୟ ମହଲାରେ ଥିବା ଲିଫ୍ଟ ଶାଫ୍ଟରେ ଫସି ରହିଥିଲେ। ତାଙ୍କ ମୃତଦେହ ଖଣ୍ଡ ଖଣ୍ଡ ହୋଇ ଲିଫ୍ଟରେ ଝୁଲି ରହିଥିଲା।

ଏହି ଘଟଣାକୁ ନେଇ ଆଲୋକଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ କେହି ଠେଲି ଦେଇଛି। ତେଣୁ ଏ ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।

Share