Categories: ଜାତୀୟ

ଫିଲ୍ମ‘ପୁଷ୍ପା’ର ମିମ୍‌ସ ଶେୟାର କଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଅନେକ ମିମ୍‌ସ ଭାଇରାଲ ହେଉଛି। ବୁଧବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରେଇବା ପାଇଁ ଫିଲ୍ମ ପୁଷ୍ପାର ଏକ ମିମ୍‌ସ ଶେୟାର କରାଯାଇଛି। ଯେଉଁଥିରେ ଅଲ୍ଲୁ ମାସ୍କ ପିନ୍ଧିଛନ୍ତି। ଏହି ଫଟୋରେ ଲେଖାଯାଇଛି, ଡେଲ୍‌ଟା ହୋ ୟା ଓମିକ୍ରନ୍‌, ମେ ମାସ୍କ ଉତ୍‌ରେଗା ନେହିଁ(ଡେଲ୍‌ଟା ହେଉ କି ଓମିକ୍ରନ୍‌, ମୁଁ ମାସ୍କ ଖୋଲିବି ନାହିଁ)।

ଟୁଇଟ୍‌ରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କୋଭିଡ୍‌-୧୯ ବିରୋଧରେ ଲଢେଇ ଜାରି ରହିଛି। ଲୋକମାନେ ମାସ୍କ ପିନ୍ଧିବା, ହାତକୁ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ସହ ସମ୍ପୂର୍ଣ୍ଣ ଟିକାକରଣ କରିବା ଉଚିତ୍‌।

 

 

Share