Categories: ଜାତୀୟ

ଆଜି ଶପଥ ନେବେ ମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୮।୩: ପଞ୍ଜାବରେ ଭଗୱନ୍ତ ମାନଙ୍କ ନେତୃତ୍ୱଧୀନ ସରକାର ଗଠନ ହେବା ପରେ ଏବେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଆଜି ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଜଭବନରେ ଆୟୋଜିତ ହେବ। ୮ରୁ ୧୦ ଜଣ ମନ୍ତ୍ରୀ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଛି। ଏହା ସହ ଏଏପି ସରକାରର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଆପ ବିଧାୟକ ହରପାଳ ସିଂ ଚୀମା, ଡା.ବଲଜିତ୍‌ କୌର, ହରଭଜନ ସିଂ ଇଟିଓ, ଡା.ବିଜୟ ସଙ୍ଗଲା, ଗୁରମୀର ସିଂ ମୀତ ହାୟର, ହରଜୋତ ସିଂ, ଲାଲ ଚନ୍ଦ କଟାରୁଚକ, କୂଳଦୀପ ସିଂ ଧାଲିବାଲ, ଲାଲଜିତ୍ ସିଂ ଭୁଲ୍ଲର ଏବଂ ବ୍ରମ ଶଙ୍କର ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶପଥ ନେବାକୁ ଥିବା ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share