Categories: ଜାତୀୟ

ପେଟ୍ରୋଲ ଦର ବଢିବା ପଛର ଏମିତି କାରଣ ରଖିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: ଦିନକୁ ଦିନ ତେଲ ଦର ବୃଦ୍ଧି ପାଉଛି। ଏହି ପ୍ରସଙ୍ଗକୁ ନେଇ ଆଶ୍ଚର୍ଯ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ରାଜ୍ୟ ତୈଳମନ୍ତ୍ରୀ ରାମେଶ୍ୱର ତେଲି । ସେ କହିଛନ୍ତି, ମାଗଣାରେ କରୋନା ଟିକା ଦିଆଯାଉଥିବାରୁ ତୈଳ ଦର ବୃଦ୍ଧି ହେଉଛି।
ସୂଚନାନୁସାରେ, କେନ୍ଦ୍ରମନ୍ତ୍ରୀ ଗୌହାଟୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି, କୋଭିଡ୍‌-୧୯ ଟିକା ଲୋକେ ମାଗଣାରେ କେମିତି ପାଉଛନ୍ତି? ଏହା ପାଇଁ ଟଙ୍କା କେଉଁଠୁ ଆସୁଛି? ଟିକା ପାଇଁ ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ୁନି। ତୈଳ ଟିକସରୁ ଟିକା ମୂଲ୍ୟ ଭରଣା କରାଯାଉଥିବା ସେ କହିଛନ୍ତି। ପେଟ୍ରୋଲ ମହଙ୍ଗା ନୁହେଁ କିନ୍ତୁ କେନ୍ଦ୍ର ଓ ରାଜ୍ୟ ଏହା ଉପରେ ଟିକସ ଲଗାଇଛନ୍ତି। ଗୋଟିଏ ଟିକାର ମୂଲ୍ୟ ୧୨୦୦ ହିସାବରେ ପ୍ରତି ଲୋକଙ୍କୁ ୨ଟି ଲେଖାଏ ଡୋଜ ଦିଆଯାଉଛି। ୧୩୦କୋଟି ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଲକ୍ଷ୍ୟ କରାଯାଇଛି। ପେଟ୍ରୋଲ ଓ ଡିଜେଲରୁ ଆସୁଥିବା ଟିକସ ଟିକା କିଣିବାରେ ଖର୍ଚ୍ଚ ହେଉଛି। ବଜାରରେ ଅଶୋଧିତ ତେଲର ଦର ବଢ଼ୁଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ସ୍ବତ୍ତଃ ବଢୁଥିବା ସେ କହିଛନ୍ତି।

Share